ଭାରତ ଓ ୟୁଏଇ ମଧ୍ୟରେ ୪ ଚୁକ୍ତିନାମା

ନୂଆଦିଲ୍ଲୀ, ୧୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆବୁଧାବୀର କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ଖାଲିଦ୍‌ ବିନ୍‌ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନାହୟାନ୍‌ଙ୍କ ସହ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ଆଲୋଚନା କରିଛନ୍ତି। ଏହି ଅବସରରେ ୨ ଦେଶ ପରସ୍ପର ସହ ରଣନୈତିକ ସମ୍ପର୍କକୁ ମଜଭୁତ କରିବା ଓ ଶକ୍ତି ସହଯୋଗକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ୪ଟି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଆବୁଧାବୀ ନ୍ୟାଶ୍‌ନାଲ ଅଏଲ କମ୍ପାଲୀ(ଏଡିଏନ୍‌ଓସି) ଏବଂ ଇଣ୍ଡିଆନ୍‌ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌) ମଧ୍ୟରେ ଦୀର୍ଘକାଳୀନ ଲିକ୍ୟୁଫାଏଡ୍‌ […] The post ଭାରତ ଓ ୟୁଏଇ ମଧ୍ୟରେ ୪ ଚୁକ୍ତିନାମା appeared first on Dharitri Odia News.

ଭାରତ ଓ ୟୁଏଇ ମଧ୍ୟରେ ୪ ଚୁକ୍ତିନାମା

ନୂଆଦିଲ୍ଲୀ, ୧୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆବୁଧାବୀର କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ଖାଲିଦ୍‌ ବିନ୍‌ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନାହୟାନ୍‌ଙ୍କ ସହ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ଆଲୋଚନା କରିଛନ୍ତି। ଏହି ଅବସରରେ ୨ ଦେଶ ପରସ୍ପର ସହ ରଣନୈତିକ ସମ୍ପର୍କକୁ ମଜଭୁତ କରିବା ଓ ଶକ୍ତି ସହଯୋଗକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ୪ଟି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଆବୁଧାବୀ ନ୍ୟାଶ୍‌ନାଲ ଅଏଲ କମ୍ପାଲୀ(ଏଡିଏନ୍‌ଓସି) ଏବଂ ଇଣ୍ଡିଆନ୍‌ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌) ମଧ୍ୟରେ ଦୀର୍ଘକାଳୀନ ଲିକ୍ୟୁଫାଏଡ୍‌ ନ୍ୟାଚୁରାଲ ଗା୍ୟସ(ଏଲ୍‌ଏନ୍‌ଜି) ଯୋଗାଣ ପାଇଁ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ସେହିପରି ଏଡିଏନ୍‌ଓସି ଏବଂ ଇଣ୍ଡିଆ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିମିଟିଡ୍‌ (ଆଇଏସ୍‌ପିଆର୍‌ଏଲ୍‌) ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏମିରେଟ୍ସ ଆଣବିକ ଶକ୍ତି କମ୍ପାନୀ(ଇଏନ୍‌ଇସି) ଏବଂ ନ୍ୟୁକ୍ଲିୟର ପାଓ୍ବାର କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ଏନ୍‌ପିସିଆଇଏଲ୍‌) ମଧ୍ୟରେ ଆବୁଧାବୀର ବାରାକାହ ଆଣବିକ କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ସେହିପରି ଭାରତରେ ଫୁଡ୍‌ ପାର୍କ ସ୍ଥାପନ କରିବା ପାଇଁ ଗୁଜରାଟ ସରକାର ଏବଂ ଆବୁଧାବୀ ଡେଭେଲପ୍‌ମେଣ୍ଟ ହୋଲଡିଂ କମ୍ପାନୀ ପିଜେଏସ୍‌ସି ମଧ୍ୟରେ ଆଉ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି।

The post ଭାରତ ଓ ୟୁଏଇ ମଧ୍ୟରେ ୪ ଚୁକ୍ତିନାମା appeared first on Dharitri Odia News.