ଆରମ୍ଭ ହେଲା କ୍ୟାରମ୍ ପ୍ରତିଯୋଗିତା
ଟେନସା,୧୦।୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଟେନସା କ୍ୟାରମ ଆସୋସେଶନ ଆନୁକୂଲ୍ୟରେ ଟେନସା ଜନମଙ୍ଗଳ କେନ୍ଦ୍ରଠାରେ କ୍ୟାରମ ପ୍ରତିଯୋଗିତା ଶୁକ୍ରବାର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଟେନସା ସରପଞ୍ଚ ଅନୀତା ପୂର୍ତ୍ତି, ଟେନସା ଫାଣ୍ଡି ଅଧିକାରୀ ସୁଦର୍ଶନ ଦେହୁରୀ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ। ଏହି ପ୍ରତିଯୋଗିତା ୭ଦିନ ଧରି ଚାଲିବ। ପ୍ରଥମ ମ୍ୟାଚ ସୁନିଲ କର ସହିତ ଜଟିଆ ବେହୁରିୟା ମଧ୍ୟରେ ହୋଇଥିଲା। ଏଥିରେ ସୁନିଲ ବିଜୟ ହୋଇଥିଲେ। […] The post ଆରମ୍ଭ ହେଲା କ୍ୟାରମ୍ ପ୍ରତିଯୋଗିତା appeared first on Dharitri Odia News.
ଟେନସା,୧୦।୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଟେନସା କ୍ୟାରମ ଆସୋସେଶନ ଆନୁକୂଲ୍ୟରେ ଟେନସା ଜନମଙ୍ଗଳ କେନ୍ଦ୍ରଠାରେ କ୍ୟାରମ ପ୍ରତିଯୋଗିତା ଶୁକ୍ରବାର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଟେନସା ସରପଞ୍ଚ ଅନୀତା ପୂର୍ତ୍ତି, ଟେନସା ଫାଣ୍ଡି ଅଧିକାରୀ ସୁଦର୍ଶନ ଦେହୁରୀ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ।
ଏହି ପ୍ରତିଯୋଗିତା ୭ଦିନ ଧରି ଚାଲିବ। ପ୍ରଥମ ମ୍ୟାଚ ସୁନିଲ କର ସହିତ ଜଟିଆ ବେହୁରିୟା ମଧ୍ୟରେ ହୋଇଥିଲା। ଏଥିରେ ସୁନିଲ ବିଜୟ ହୋଇଥିଲେ। ଏହି ଟୁନାମେଣ୍ଟରେ ୩୬ ପ୍ରତିଯୋଗୀ ଭାଗ ନେଇଛନ୍ତି। ୧୫ ତାରିଖ ସ୍ବାଧୀନତା ଦିବସରେ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ହେବ । ଏଥିରେ ବିଶିଷ୍ଟ ମାନ୍ୟଗଣ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ ରାମ ପ୍ରକାଶ ଜୟସୱାଲ, ରାଜେଶ ମିଶ୍ର, ରମେଶ ଚନ୍ଦ୍ର ମୁଳି, ଚିତ୍ତରଞ୍ଜନ ସାହୁ, ସୋମେନ୍ଦ୍ର ମୂଖୀ, ତାରୀଣୀ ପ୍ରସାଦ ମହାନ୍ତି ପ୍ରମୁଖ ପ୍ରକାଶ କରିଛନ୍ତି। ଟେନସା କ୍ୟାରମ ଆସୋସେଶନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
The post ଆରମ୍ଭ ହେଲା କ୍ୟାରମ୍ ପ୍ରତିଯୋଗିତା appeared first on Dharitri Odia News.