ଭାରତ କୌଣସି ମୁହୂର୍ତ୍ତରେ ବି ଅଟାକ୍ କରିପାରେ

ଭାରତ କୌଣସି ମୁହୂର୍ତ୍ତରେ ବି ଅଟାକ୍ କରିପାରେ। ଏଇ ଚିନ୍ତାରେ ଡରିମରି ଛାନିଆ ହୋଇ ବାଉଳି ଖାଇଲାଣି ପାକିସ୍ତାନ। ଗତକାଲି ପାକ୍ ସୂଚନା ମନ୍ତ୍ରୀ ରାତି ସାଢ଼େ ଗୋଟାଏରେ ପ୍ରେସମିଟ୍ କରି ୨୪ରୁ ୩୬ ଘଣ୍ଟା ଭିତରେ ଭାରତ ମିଲିଟାରୀ ଷ୍ଟ୍ରାଇକ୍ କରିପାରେ ବୋଲି ଶଙ୍କା ପ୍ରକାଶ କରିବା ସହ ଭାରତୀୟ ସେନାକୁ ଉଚିତ୍ ଜବାବ ଦେବୁ ବୋଲି ମୁହଁ ଫୁଟାଣି ମାରିଛନ୍ତି। ଏଣେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନକୁ ଭାରତୀୟ ସେନାର ମୁହଁତୋଡ଼ ଜବାବ ଦେଖି ପାକିସ୍ତାନୀ ସେନାର ଏବେ ପିଳେହିପାଣି ଅବସ୍ଥା। କେଉଁଠି ପାକ୍ ରେଞ୍ଜର ପୋଷ୍ଟ ଛାଡ଼ି ପଳାଇଲେଣି ତ ପିଓକେରେ ଡରରେ ଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଇ ରଖିଲେଣି।

ଭାରତ କୌଣସି ମୁହୂର୍ତ୍ତରେ ବି ଅଟାକ୍ କରିପାରେ
Array