ଭାରତ-ଚୀନ-ପାକିସ୍ତାନ; ଏସିଆ ସମୁଦ୍ରର ସିକନ୍ଦର କିଏ ? କାହା ପାଖରେ ରହିଛି କେତେ ନୌସେନା...
ନୂଆଦିଲ୍ଲୀ ୨୦।୦୧: ବଳ ଯୋଗାଡୁଛି ଭାରତର ନୌସେନା । ଶତ୍ରୁକୁ ମାତ୍ ଦେବାକୁ ହେଉଛି ତୟାର । ଗୋଟିଏ ପରେ ଗୋଟିଏ ଯୁଦ୍ଧପୋତ ନୌସେନାରେ କରୁଛି ସାମିଲ । ବିଶ୍ବରେ ହେଉଛି ଅଧିକ ଶକ୍ତିଶାଳୀ । ଖାସ୍ କରି ଏସିଆ ସମୁଦ୍ରରେ ସିକନ୍ଦର ହେବାକୁ ଚଳାଇଛି ପ୍ରୟାସ । ଭାରତ ନୌସେନାରେ ଚୀନକୁ ଟପିବାକୁ କରୁଛି ପ୍ରୟାସ । କିନ୍ତୁ ପାକିସ୍ତାନ ଭାରତଠାରୁ ରହିଛି ଅନେକ ଦୂରରେ । ଏବେ ପ୍ରଶ୍ନ ଆସୁଛି ସମୁଦ୍ରରେ କିଏ ଅଧିକ ଶକ୍ତିଶାଳୀ ? କାହା ପାଖରେ ରହିଛି କେତେ ନୌସେନା ? ଚୀନ ପ୍ରଶାନ୍ତ ଏବଂ ଭାରତ ମହାସାଗର ମଧ୍ୟରେ ରହିଛି । ପାକିସ୍ତାନର ସାମୁଦ୍ରିକ ସୀମା ଆରବ ସାଗରକୁ ଲାଗିଛି । ତେବେ ଭାରତ ଏକ ଉପଦ୍ୱୀପ । ଯାହାର ତିନିପଟେ ରହିଛି ବଙ୍ଗୋପସାଗର, ଭାରତ ମହାସାଗର ଏବଂ ଆରବ ସାଗର । ପାକିସ୍ତାନ ଓ ଚୀନ ସହ ଭାରତର ସମ୍ପର୍କ ଭଲ ନୁହେଁ । ଏଥିପାଇଁ ଭାରତ ନୌବାହିନୀକୁ କରୁଛି ସଶକ୍ତ । ଚୀନ ଠାରୁ ଭାରତର ନୌସେନା ଛୋଟ କିନ୍ତୁ ପାକିସ୍ତାନ ତୁଳନାରେ ବଡ । ଭାରତ ପାଖରେ ବିମାନବାହକ ପୋତ, ବିଧ୍ୱଂସକାରୀ, ଫ୍ରିଗେଟ, ବୁଡାଜାହାଜ ଏବଂ ଅନ୍ୟଜାହାଜ ସମେତ ଏକ ବିବିଧ ନୌବାହିନୀ ରହିଛି । ଭାରତ ଏହାର ଉନ୍ନତ ଯୁଦ୍ଧପୋତ ସହିତ ନୌସେନାର ଆଧୁନିକୀକରଣ କରୁଛି । ଚୀନ ନିକଟରେ ନିଜ ନୌସେନାକୁ ମଜବୁତ କରିଛି । ବିମାନବାହକ ପୋତ ଏବଂ ପରମାଣୁ ବୁଡାଜାହାଜ ସାମିଲ କରିଛି । ଅନ୍ୟପକ୍ଷରେ ପାକିସ୍ତାନର ନୌସେନା ଅପେକ୍ଷାକୃତ ଛୋଟ ଏବଂ
ନୂଆଦିଲ୍ଲୀ ୨୦।୦୧: ବଳ ଯୋଗାଡୁଛି ଭାରତର ନୌସେନା । ଶତ୍ରୁକୁ ମାତ୍ ଦେବାକୁ ହେଉଛି ତୟାର । ଗୋଟିଏ ପରେ ଗୋଟିଏ ଯୁଦ୍ଧପୋତ ନୌସେନାରେ କରୁଛି ସାମିଲ । ବିଶ୍ବରେ ହେଉଛି ଅଧିକ ଶକ୍ତିଶାଳୀ । ଖାସ୍ କରି ଏସିଆ ସମୁଦ୍ରରେ ସିକନ୍ଦର ହେବାକୁ ଚଳାଇଛି ପ୍ରୟାସ । ଭାରତ ନୌସେନାରେ ଚୀନକୁ ଟପିବାକୁ କରୁଛି ପ୍ରୟାସ । କିନ୍ତୁ ପାକିସ୍ତାନ ଭାରତଠାରୁ ରହିଛି ଅନେକ ଦୂରରେ । ଏବେ ପ୍ରଶ୍ନ ଆସୁଛି ସମୁଦ୍ରରେ କିଏ ଅଧିକ ଶକ୍ତିଶାଳୀ ? କାହା ପାଖରେ ରହିଛି କେତେ ନୌସେନା ?
ଚୀନ ପ୍ରଶାନ୍ତ ଏବଂ ଭାରତ ମହାସାଗର ମଧ୍ୟରେ ରହିଛି । ପାକିସ୍ତାନର ସାମୁଦ୍ରିକ ସୀମା ଆରବ ସାଗରକୁ ଲାଗିଛି । ତେବେ ଭାରତ ଏକ ଉପଦ୍ୱୀପ । ଯାହାର ତିନିପଟେ ରହିଛି ବଙ୍ଗୋପସାଗର, ଭାରତ ମହାସାଗର ଏବଂ ଆରବ ସାଗର । ପାକିସ୍ତାନ ଓ ଚୀନ ସହ ଭାରତର ସମ୍ପର୍କ ଭଲ ନୁହେଁ । ଏଥିପାଇଁ ଭାରତ ନୌବାହିନୀକୁ କରୁଛି ସଶକ୍ତ । ଚୀନ ଠାରୁ ଭାରତର ନୌସେନା ଛୋଟ କିନ୍ତୁ ପାକିସ୍ତାନ ତୁଳନାରେ ବଡ ।
ଭାରତ ପାଖରେ ବିମାନବାହକ ପୋତ, ବିଧ୍ୱଂସକାରୀ, ଫ୍ରିଗେଟ, ବୁଡାଜାହାଜ ଏବଂ ଅନ୍ୟଜାହାଜ ସମେତ ଏକ ବିବିଧ ନୌବାହିନୀ ରହିଛି । ଭାରତ ଏହାର ଉନ୍ନତ ଯୁଦ୍ଧପୋତ ସହିତ ନୌସେନାର ଆଧୁନିକୀକରଣ କରୁଛି । ଚୀନ ନିକଟରେ ନିଜ ନୌସେନାକୁ ମଜବୁତ କରିଛି । ବିମାନବାହକ ପୋତ ଏବଂ ପରମାଣୁ ବୁଡାଜାହାଜ ସାମିଲ କରିଛି । ଅନ୍ୟପକ୍ଷରେ ପାକିସ୍ତାନର ନୌସେନା ଅପେକ୍ଷାକୃତ ଛୋଟ ଏବଂ ଟେକ୍ନୋଲଜି ଦୃଷ୍ଟିରୁ କମ ଉନ୍ନତ ଅଟେ ।
ଜଳଯୁଦ୍ଧ ସମୟରେ ନୌସେନାଙ୍କ ପାଇଁ ବୁଡ଼ାଜାହାଜର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଭାରତ ଡିଜେଲ-ଇଲେକ୍ଟ୍ରିକ ଏବଂ ପରମାଣୁ ସଞ୍ଚାଳିତ ବୁଡ଼ା ଜାହାଜ ବ୍ୟବହାର କରିଥାଏ । ଚୀନ ପାଖରେ ବୁଡ଼ାଜାହାଜର ବିଶାଳ ଶକ୍ତି ରହିଛି । ଚୀନ ପାରମ୍ପରିକ ଏବଂ ପରମାଣୁ ସଞ୍ଚାଳିତ ଦୁଇ ପ୍ରକାର ବୁଡ଼ାଜାହାଜ ରଖିଛି । ଅନ୍ୟପକ୍ଷେ ପାକିସ୍ତାନର ବୁଡ଼ାଜାହାଜ ଶକ୍ତି ଚୀନ ଓ ଭାରତ ତୁଳନାରେ କମ ରହିଛି ।
ଶତ୍ରୁପକ୍ଷର ବୁଡ଼ାଜାହଜ ଆକ୍ରମଣର ମୁକାବିଲା କରିବା ପାଇଁ ଆଣ୍ଟି-ସବମେରାଇନ ୱାରଫେୟର (ASW)ର କ୍ଷମତା ବେଶ ମହତ୍ୱପୂର୍ଣ୍ଣ । ଭାରତ ଏଏସଡବ୍ଲ୍ୟୁରେ ନିବେଶ କରୁଛି । ହେଲେ ଚୀନ ପାଖରେ ଅଧିକ ଉନ୍ନତ ଏଏସଡବ୍ଲ୍ୟୁ ସିଷ୍ଟମ ରହିଛି । ଭାରତ ପାଖରେ ଉପକୂଳ ଇଲାକାରେ ଏକ ବିଶାଳ ନୌସେନା ଆଡ୍ଡା ରହିଛି । ଚୀନର ମଧ୍ୟ ଯଥେଷ୍ଟ ସଂଖ୍ୟକ ନୌସେନା ଘାଟି ରହଛି । ଅନ୍ୟପକ୍ଷେ ପାକିସ୍ତାନର ନୌସେନା ଭିତ୍ତିଭୂମି ଅପେକ୍ଷାକୃତ କମ ଅଟେ ।
ଭାରତରେ ଏକ ଶକ୍ତିଶାଳୀ ନୌସୈନକ ପ୍ରଶିକ୍ଷଣ ପ୍ରତିଷ୍ଠାନ ରହିଛି । ହେଲେ ଚୀନ ପାଖରେ ଅଧିକ ସଂଖ୍ୟାରେ ନୌସେନା କର୍ମୀ ଅଛନ୍ତି । ପ୍ରତିରକ୍ଷା ବଜେଟ ଏବଂ ନୌସେନାର ଆଧୁନିକିକରଣରେ ନିବେଶ ପରିମାଣ ନୌସେନାକୁ ଅଧିକ ଶକ୍ତିଶାଳୀ କରିଥାଏ । ଭାରତ ନିଜର ପ୍ରତିରକ୍ଷା ଖର୍ଚ୍ଚ ଲଗାତାର ବଢାଇ ଚାଲିଛି । ତେବେ ଚୀନର ପ୍ରତିରକ୍ଷା ବଜେଟ ଭାରତ ତୁଳନାରେ ଯଥେଷ୍ଟ ଅଧିକ ।
ଭାରତ ପାଖରେ ମୋଟ ୨୯୪ ଜାହାଜ ଥିବାବେଳେ ଚୀନ ପାଖରେ ୭୩୦ ଏବଂ ପାକିସ୍ତାନ ପାଖରେ ୧୧୪ଟି ଜାହାଜ ରହିଛି । ସେହିପରି ଭାରତ ଓ ଚୀନ ପାଖରେ ୨ଟି ଲେଖାଏ ବିମାନବାହକ ଥିବାବେଳେ ପାକିସ୍ତାନ ପାଖରେ ଆଦୌ ନାହିଁ । ଚୀନ ପାଖରେ ୩ଟି ହେଲିକ୍ୟାପ୍ଟର ବାହକ ଥିବାବେଳେ ଭାରତ ଓ ପାକିସ୍ତାନ ପାଖରେ ଆଦୌ ନାହିଁ ।
ସେହିପରି ଭାରତ ପାଖରେ ୧୨ଟି ବିଧ୍ୱଂସକ ଥିବାବେଳେ ଚୀନ ପାଖରେ ୪୯ଟି ଏବଂ ପାକିସ୍ତାନ ପାଖରେ ୨ଟି ବିଧ୍ୱଂସକ ରହିଛି । ଭାରତ ପାଖରେ ୧୨ଟି ଫ୍ରିଗେଟ ଥିବାବେଳେ ଚୀନ ପାଖରେ ୪୨ଟି ଓ ପାକିସ୍ତାନ ପାଖରେ ୯ଟି ରହିଛି । ଭାରତ ପାଖରେ ୧୮ଟି କରଭେଟ ବା ଛୋଟ ଯୁଦ୍ଧପୋତ ଥିବାବେଳେ ଚୀନ ପାଖରେ ୭୨ଟି ଏବଂ ପାକିସ୍ତାନ ପାଖରେ ୭ଟି ରହିଛି । ଭାରତ ପାଖରେ ୧୩୭ଟି ପେଟ୍ରୋଲ ଭେସେଲ, ଚୀନ ପାଖରେ ୧୫୦ ଏବଂ ପାକିସ୍ତାନ ପାଖରେ ୬୫ଟି ରହିଛି ।
ଚୀନ ପାଖରେ ୩୬ଟି ମାଇନ ୱାରଫେୟାର ଥିବାବେଳେ ପାକିସ୍ତାନ ପାଖରେ ୩ଟି ରହିଛି । ଭାରତ ପାଖରେ ଆଦୌ ନାହିଁ । ଏହାବ୍ୟତୀତ ଭାରତ ପାଖରେ ୧୮ଟି ବୁଡ଼ାଜାହାଜ ଥିବାବେଳେ ଚୀନ ପାଖରେ ୭୮ଟି ଏବଂ ପାକିସ୍ତାନ ପାଖରେ ୯ଟି ରହିଛି । ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଚୀନ ପ୍ରତିରକ୍ଷା କ୍ଷେତ୍ରରେ ଆଗରେ ରହିଥିବା ବେଳେ ଭାରତ ଦ୍ବିତୀୟ ଏବଂ ପାକିସ୍ତାନ ତୃତୀୟରେ ରହିଛି ।