ଭାରତ-ଚୀନ ସୀମାରେ ଶାନ୍ତି ଫେରୁଛି; ଦୀପାବଳିରେ ପରସ୍ପରକୁ ମିଠା ଖୁଆଇବେ ୨ଦେଶର ସୈନ୍ୟ

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଶାନ୍ତି ଫେରିଛି । ଡେପସାଙ୍ଗ ଓ ଡେମଚୋକରୁ ଉଭୟ ଦେଶର ସୈନ୍ୟ ଅପସାରଣ ପ୍ରକ୍ରିୟା ଶେଷ ହୋଇଛି । ଫଳରେ ୪ ବର୍ଷ ଧରି ଲାଗି ରହିଥିବା ଉତ୍ତେଜନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଲାଇନ୍ ଅଫ୍ ଆକ୍‌ଚ୍ୟୁଆଲ୍ ଅଣ୍ଟ୍ରୋଲରେ ଶାନ୍ତି ଫେରିଥିବାରୁ ଦୀପାବଳିରେ ଦୁଇ ଦେଶର ସେନା ପରସ୍ପରଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇବେ ।ସେନା ଅପସାରଣ ପ୍ରକ୍ରିୟା ଶେଷ ହେବା ପରେ ପାଟ୍ରୋଲିଂ ଆରମ୍ଭ ପାଇଁ ପଥ ପରିଷ୍କାର  ହୋଇଛି । ପାଟ୍ରୋଲିଂକୁ ନେଇ ଗ୍ରାଉଣ୍ଡ କମାଣ୍ଡରଙ୍କ ମଧ୍ୟରେ ଔପଚାରିକ ଭାବେ ଆଲୋଚନା ହେବ । ଗ୍ରାଉଣ୍ଡ କମାଣ୍ଡର ଭାବେ ବ୍ରିଗେଡିୟର ବା  ତା’ଠାରୁ କମ୍‌ ର‌୍ୟାଙ୍କ୍‌ର ଅଧିକାରୀ ଦାୟିତ୍ୱ ନିର୍ବାହ  କରିଥାନ୍ତି । ସେମାନଙ୍କ ମଧ୍ୟରେ ଆଲୋଚନା ହେବା ପରେ ଖୁବଶୀଘ୍ର ପାଟ୍ରୋଲିଂ ଆରମ୍ଭ ହେବ । ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ପାଟ୍ରୋଲିଂକୁ ନେଇ ହୋଇଥିବା ବୁଝାମଣା   ସଂକ୍ରାନ୍ତରେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଗତ ୨୭ ତାରିଖରେ କହିଥିଲେ କି ପ୍ରଥମ  ପର୍ଯ୍ୟାୟରେ ସେନା ଅପସାରଣକୁ ଗୁରୁତ୍ୱ ଦିଆଯିବ । ଏହାପରେ ବିବାଦ କମାଇବା ଲାଗି  ଉଦ୍ୟମ ହେବ । ଚୀନ୍‌ ମଧ୍ୟ ଶାନ୍ତି ଚାହୁଁଥିବା ନେଇ ଭାରତର ଯେତେବେଳେ ବିଶ୍ୱାସ ହେବ,   ସେତେବେଳେ ଯାଇ ବିବାଦ ଥମିବ । ବିବାଦ  ଶେଷ ହେବା ପରେ ସୀମାକୁ କିଭଳି ପରିଚାଳନା  କରାଯିବ, ତାହା ଉପରେ ଆଲୋଚନା ହେବ । ଉଲ୍ଲେଖଯୋଗ୍ୟ, ପୂର୍ବ ଲଦାଖରେ ଭାରତ

ଭାରତ-ଚୀନ ସୀମାରେ ଶାନ୍ତି ଫେରୁଛି; ଦୀପାବଳିରେ ପରସ୍ପରକୁ ମିଠା ଖୁଆଇବେ ୨ଦେଶର ସୈନ୍ୟ

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଶାନ୍ତି ଫେରିଛି । ଡେପସାଙ୍ଗ ଓ ଡେମଚୋକରୁ ଉଭୟ ଦେଶର ସୈନ୍ୟ ଅପସାରଣ ପ୍ରକ୍ରିୟା ଶେଷ ହୋଇଛି । ଫଳରେ ୪ ବର୍ଷ ଧରି ଲାଗି ରହିଥିବା ଉତ୍ତେଜନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଲାଇନ୍ ଅଫ୍ ଆକ୍‌ଚ୍ୟୁଆଲ୍ ଅଣ୍ଟ୍ରୋଲରେ ଶାନ୍ତି ଫେରିଥିବାରୁ ଦୀପାବଳିରେ ଦୁଇ ଦେଶର ସେନା ପରସ୍ପରଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇବେ ।

ସେନା ଅପସାରଣ ପ୍ରକ୍ରିୟା ଶେଷ ହେବା ପରେ ପାଟ୍ରୋଲିଂ ଆରମ୍ଭ ପାଇଁ ପଥ ପରିଷ୍କାର  ହୋଇଛି । ପାଟ୍ରୋଲିଂକୁ ନେଇ ଗ୍ରାଉଣ୍ଡ କମାଣ୍ଡରଙ୍କ ମଧ୍ୟରେ ଔପଚାରିକ ଭାବେ ଆଲୋଚନା ହେବ । ଗ୍ରାଉଣ୍ଡ କମାଣ୍ଡର ଭାବେ ବ୍ରିଗେଡିୟର ବା  ତା’ଠାରୁ କମ୍‌ ର‌୍ୟାଙ୍କ୍‌ର ଅଧିକାରୀ ଦାୟିତ୍ୱ ନିର୍ବାହ  କରିଥାନ୍ତି । ସେମାନଙ୍କ ମଧ୍ୟରେ ଆଲୋଚନା ହେବା ପରେ ଖୁବଶୀଘ୍ର ପାଟ୍ରୋଲିଂ ଆରମ୍ଭ ହେବ । ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ପାଟ୍ରୋଲିଂକୁ ନେଇ ହୋଇଥିବା ବୁଝାମଣା   ସଂକ୍ରାନ୍ତରେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଗତ ୨୭ ତାରିଖରେ କହିଥିଲେ କି ପ୍ରଥମ  ପର୍ଯ୍ୟାୟରେ ସେନା ଅପସାରଣକୁ ଗୁରୁତ୍ୱ ଦିଆଯିବ । ଏହାପରେ ବିବାଦ କମାଇବା ଲାଗି  ଉଦ୍ୟମ ହେବ । ଚୀନ୍‌ ମଧ୍ୟ ଶାନ୍ତି ଚାହୁଁଥିବା ନେଇ ଭାରତର ଯେତେବେଳେ ବିଶ୍ୱାସ ହେବ,   ସେତେବେଳେ ଯାଇ ବିବାଦ ଥମିବ । ବିବାଦ  ଶେଷ ହେବା ପରେ ସୀମାକୁ କିଭଳି ପରିଚାଳନା  କରାଯିବ, ତାହା ଉପରେ ଆଲୋଚନା ହେବ । 

ଉଲ୍ଲେଖଯୋଗ୍ୟ, ପୂର୍ବ ଲଦାଖରେ ଭାରତ ଓ ଚୀନ୍‌ ମଧ୍ୟରେ ୪ ବର୍ଷ ହେଲା ସୀମା ବିବାଦ  ଲାଗିରହିଥିଲା । ଦୁଇବର୍ଷର ଲମ୍ବା ଆଲୋଚନା ପରେ  ନିକଟରେ ଆପୋସ ବୁଝାମଣା ହୋଇଛି । ଏହାଦ୍ୱାରା  ଉଭୟ ସେନା ବିବାଦୀୟ ପଏଣ୍ଟ ଡେପସାଙ୍ଗ ଓ  ଡେମଚୋକରୁ ପଛକୁ ହଟିଯାଇଛନ୍ତି । ୨୦୨୦ ପୂର୍ବର  ସ୍ଥିତି ଫେରିଆସିବା ନେଇ ଆଶା ଦେଖାଦେଇଛି ।  ଆଗକୁ କମାଣ୍ଡର ସ୍ତରୀୟ ବୈଠକ ଜାରି ରହିବ ।  ସୀମାରେ ଯାହା ବି ପରିସ୍ଥିତି ଉପୁଜିବ, ତାହାର   ସମାଧାନ ଦିଗରେ ସକାରାତ୍ମକ ପଦକ୍ଷେପ ନିଆଯିବ । ଦୁଇଦେଶ ମଧ୍ୟରେ ସହମତି ହେବା ପରେ  ଅକ୍ଟୋବର ୨୫ରେ ପୂର୍ବ ଲଦାଖସ୍ଥିତ ସୀମାଞ୍ଚଳରୁ  ସେନା ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।  ବୁଧବାର ଏହା ଶେଷ ହୋଇଛି ।