ଲିଜେଣ୍ଡସ ଲିଗ୍ କ୍ରିକେଟ୍: ଟୋୟମ ହାଇଦ୍ରାବାଦକୁ ୮ ୱିକେଟ୍ରେ ପରାସ୍ତ କଲା ଗୁଜରାଟ ଗ୍ରେଟ୍
ନୂଆଦିଲ୍ଲୀ: ଯୋଧପୁର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଲିଜେଣ୍ଡସ ଲିଗ୍ କ୍ରିକେଟର ତୃତୀୟ ମୁକାବିଲାରେ ଗୁଜାରଟ ଗ୍ରେଟ୍ ବିଜୟୀ ହୋଇଛି । ଟୋୟାମ ହାଇଦ୍ରାବାଦକୁ ୮ ୱିକେଟ୍ ଏବଂ ତିନି ବଲ ବଳକା ଥାଇ ପରାସ୍ତ କରିଛି । ମୋର୍ନେ ଭନ୍ ୱାକ୍ (୧୧୫*(୬୯)) ପ୍ଲେୟର ଅଫ୍ ଦ ମ୍ୟାଚ୍ ହୋଇଛନ୍ତି ।ଟସ୍ ଜିତି ଟୋୟମ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ୭ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା । ଦଳ ପାଇଁ ସୁରେଶ ରାଇନା ୪୪ ରନ୍, ପିଟର ଟେରଗୋ ୩୬ ଏବଂ ଗୁରକିରତ ସିଂହ ୨୬ ରନ୍ କରିଥିଲେ । ଗୁଜରାଟ ଟିମ୍ ପାଇଁ ଲିୟାମ ପ୍ଲଙ୍କେଟ୍, ଶିକୁଗେ ପ୍ରସନ୍ନା ଏବଂ ମନନ ଶର୍ମା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।୧୭୩ ରନ୍ର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଗୁଜରାଟ ଗ୍ରେଟ୍ ୩ ବଲ ବଳକା ଥାଇ ମ୍ୟାଚକୁ ଜିତି ନେଇଛି । ଗୁଜରାଟ ଗ୍ରେଟ୍ ୨ ୱିକେଟ୍ ୧୭୪ ରନ୍ କରିଛି । ଟିମ୍ ପାଇଁ ମୋର୍ନେ ଭନ୍ ୱାକ୍ ସର୍ବାଧିକ ୧୧୫ ରନ୍ କରି ଅପରାଜିତ ରହିଛନ୍ତି । ଗୁଜରାଟ ପାଇଁ ଶିଖର ଧାୱନ ୨୧ (୨୦), ଲେଣ୍ଡଲ ସିମନ ୨୦ (୧୮) କରିଥିବା ବେଳେ ହାଇଦ୍ରାବାଦ ପାଇଁ ଗୁରକିରଟ ସିଂହ ଏବଂ ଇଶୁରୁ ଉଦାନା ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି ।
ନୂଆଦିଲ୍ଲୀ: ଯୋଧପୁର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଲିଜେଣ୍ଡସ ଲିଗ୍ କ୍ରିକେଟର ତୃତୀୟ ମୁକାବିଲାରେ ଗୁଜାରଟ ଗ୍ରେଟ୍ ବିଜୟୀ ହୋଇଛି । ଟୋୟାମ ହାଇଦ୍ରାବାଦକୁ ୮ ୱିକେଟ୍ ଏବଂ ତିନି ବଲ ବଳକା ଥାଇ ପରାସ୍ତ କରିଛି । ମୋର୍ନେ ଭନ୍ ୱାକ୍ (୧୧୫*(୬୯)) ପ୍ଲେୟର ଅଫ୍ ଦ ମ୍ୟାଚ୍ ହୋଇଛନ୍ତି ।
ଟସ୍ ଜିତି ଟୋୟମ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ୭ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା । ଦଳ ପାଇଁ ସୁରେଶ ରାଇନା ୪୪ ରନ୍, ପିଟର ଟେରଗୋ ୩୬ ଏବଂ ଗୁରକିରତ ସିଂହ ୨୬ ରନ୍ କରିଥିଲେ । ଗୁଜରାଟ ଟିମ୍ ପାଇଁ ଲିୟାମ ପ୍ଲଙ୍କେଟ୍, ଶିକୁଗେ ପ୍ରସନ୍ନା ଏବଂ ମନନ ଶର୍ମା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

୧୭୩ ରନ୍ର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଗୁଜରାଟ ଗ୍ରେଟ୍ ୩ ବଲ ବଳକା ଥାଇ ମ୍ୟାଚକୁ ଜିତି ନେଇଛି । ଗୁଜରାଟ ଗ୍ରେଟ୍ ୨ ୱିକେଟ୍ ୧୭୪ ରନ୍ କରିଛି । ଟିମ୍ ପାଇଁ ମୋର୍ନେ ଭନ୍ ୱାକ୍ ସର୍ବାଧିକ ୧୧୫ ରନ୍ କରି ଅପରାଜିତ ରହିଛନ୍ତି । ଗୁଜରାଟ ପାଇଁ ଶିଖର ଧାୱନ ୨୧ (୨୦), ଲେଣ୍ଡଲ ସିମନ ୨୦ (୧୮) କରିଥିବା ବେଳେ ହାଇଦ୍ରାବାଦ ପାଇଁ ଗୁରକିରଟ ସିଂହ ଏବଂ ଇଶୁରୁ ଉଦାନା ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି ।