ଭାରତ-ଚୀନ୍ ବର୍ଡରରେ ଦୀପାବଳି ପୂର୍ବରୁ ଜଳିଲା ଦୀପ, ବେଜିଂ କହିଲା- ଉଭୟଙ୍କ ପାଇଁ ଥିଲା ଜରୁରି

ନୂଆଦିଲ୍ଲୀ ୨୪।୧୦: ଦୀପାବଳି ପୂର୍ବରୁ ଏଲଏସିରେ ଶାନ୍ତିର ଦୀପ ପ୍ରଜ୍ୱଳିତ ହୋଇଛି। ଚୀନ୍ କହିଛି ଯେ ଭାରତ ସହିତ ମିଶି ଆଗକୁ ବଢିବାକୁ ଚାହୁଁଛି। ସେପଟେ ଶାନ୍ତି ଓ ଅହିଂସାର ଭୂମି ଭାରତ ପୂର୍ବରୁ ଏଥି ପାଇଁ ଓକିଲାତି କରିଆସୁଛି। ‘ଗ୍ଲୋବାଲ ଟାଇମସ୍’ ରିପୋର୍ଟରେ ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଲିନ୍ ଜିୟାନଙ୍କ ସୂତ୍ରରୁ ଉଲ୍ଲେଖ କରିଛି ଯେ ଗତ କିଛି ସମୟ ହେଲା ଭାରତ ଓ ଚୀନ ମଧ୍ୟରେ ମିଲେଟ୍ରି ସହିତ କୁଟନୈତିକ ସ୍ତରରେ ଲାଗାତର ଆଲୋଚନା ଚାଲିଥିଲା। ଏବେ ଯାଇ ଦୁଇ ଦେଶ ସୀମା ବିବାଦ ସମାଧାନ କରିବାରେ ସକ୍ଷମ ହୋଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଚୀନ୍‌ ଭବିଷ୍ୟତରେ ସହମତି ପୂର୍ଣ୍ଣ ପ୍ରସ୍ତାବ ଲାଗୁ କରିବା ପାଇଁ ଭାରତ ସହିତ ମିଶି କାମ କରିବ। ରିପୋର୍ଟରେ ଜୟଶଙ୍କରଙ୍କ ବୟାନର ମଧ୍ୟଉଲ୍ଲେଖ କରାଯାଇଛି, ଯେଉଁଥିରେ ସେ କହିଥିଲେ ଚୀନ ସହିତ ଡିସଏନଗେଜମେଣ୍ଟ ପ୍ରୋସେସ କମ୍ପ୍ଲିଟ୍ ହୋଇଛି। ଏହା ସହିତ ଏଲଏସିରେ ପାଟ୍ରୋଲିଂକୁ ନେଇ ହୋଇଥିବା ସହମତିର କଥା ମଧ୍ୟ କହିଥିଲେ। ‘ଗ୍ଲୋବାଲ ଟାଇମସ୍’ ରିପୋର୍ଟରେ କହିଛି ଯେ ଉଭୟପକ୍ଷରୁ କରାଯାଇଥିବା ଘୋଷଣା ଏହି କଥାକୁ ଦର୍ଶାଉଛି ଯେ ସୀମାକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇଯାଇଛି। ଭାରତ ଓ ଚୀନ ଉପରେ ଏବେ ସାରା ଦୁନିଆର ନଜର। ଆର୍ଥିକ ସହିତ ସାମରିକ ରୂପେ ମଧ୍ୟ ଦୁଇ ଦେଶଙ୍କ ଲଗାତାର ଅଭିବୃଦ୍ଧି ହେଉଛି। ଭାରତର ହେଉଥିବା ପ୍ରଗତିକୁ ଦେଖି ଚୀନକୁ ଏ କଥା ବୁଝା ପଡ

ଭାରତ-ଚୀନ୍ ବର୍ଡରରେ ଦୀପାବଳି ପୂର୍ବରୁ ଜଳିଲା ଦୀପ, ବେଜିଂ କହିଲା- ଉଭୟଙ୍କ ପାଇଁ ଥିଲା ଜରୁରି

ନୂଆଦିଲ୍ଲୀ ୨୪।୧୦: ଦୀପାବଳି ପୂର୍ବରୁ ଏଲଏସିରେ ଶାନ୍ତିର ଦୀପ ପ୍ରଜ୍ୱଳିତ ହୋଇଛି। ଚୀନ୍ କହିଛି ଯେ ଭାରତ ସହିତ ମିଶି ଆଗକୁ ବଢିବାକୁ ଚାହୁଁଛି। ସେପଟେ ଶାନ୍ତି ଓ ଅହିଂସାର ଭୂମି ଭାରତ ପୂର୍ବରୁ ଏଥି ପାଇଁ ଓକିଲାତି କରିଆସୁଛି। ‘ଗ୍ଲୋବାଲ ଟାଇମସ୍’ ରିପୋର୍ଟରେ ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଲିନ୍ ଜିୟାନଙ୍କ ସୂତ୍ରରୁ ଉଲ୍ଲେଖ କରିଛି ଯେ ଗତ କିଛି ସମୟ ହେଲା ଭାରତ ଓ ଚୀନ ମଧ୍ୟରେ ମିଲେଟ୍ରି ସହିତ କୁଟନୈତିକ ସ୍ତରରେ ଲାଗାତର ଆଲୋଚନା ଚାଲିଥିଲା। ଏବେ ଯାଇ ଦୁଇ ଦେଶ ସୀମା ବିବାଦ ସମାଧାନ କରିବାରେ ସକ୍ଷମ ହୋଇଛନ୍ତି। 

ରିପୋର୍ଟରେ କୁହାଯାଇଛି ଯେ ଚୀନ୍‌ ଭବିଷ୍ୟତରେ ସହମତି ପୂର୍ଣ୍ଣ ପ୍ରସ୍ତାବ ଲାଗୁ କରିବା ପାଇଁ ଭାରତ ସହିତ ମିଶି କାମ କରିବ। ରିପୋର୍ଟରେ ଜୟଶଙ୍କରଙ୍କ ବୟାନର ମଧ୍ୟଉଲ୍ଲେଖ କରାଯାଇଛି, ଯେଉଁଥିରେ ସେ କହିଥିଲେ ଚୀନ ସହିତ ଡିସଏନଗେଜମେଣ୍ଟ ପ୍ରୋସେସ କମ୍ପ୍ଲିଟ୍ ହୋଇଛି। ଏହା ସହିତ ଏଲଏସିରେ ପାଟ୍ରୋଲିଂକୁ ନେଇ ହୋଇଥିବା ସହମତିର କଥା ମଧ୍ୟ କହିଥିଲେ। ‘ଗ୍ଲୋବାଲ ଟାଇମସ୍’ ରିପୋର୍ଟରେ କହିଛି ଯେ ଉଭୟପକ୍ଷରୁ କରାଯାଇଥିବା ଘୋଷଣା ଏହି କଥାକୁ ଦର୍ଶାଉଛି ଯେ ସୀମାକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇଯାଇଛି। 

ଭାରତ ଓ ଚୀନ ଉପରେ ଏବେ ସାରା ଦୁନିଆର ନଜର। ଆର୍ଥିକ ସହିତ ସାମରିକ ରୂପେ ମଧ୍ୟ ଦୁଇ ଦେଶଙ୍କ ଲଗାତାର ଅଭିବୃଦ୍ଧି ହେଉଛି। ଭାରତର ହେଉଥିବା ପ୍ରଗତିକୁ ଦେଖି ଚୀନକୁ ଏ କଥା ବୁଝା ପଡିଯାଇଛି ଯେ ନୂଆଦିଲ୍ଲୀ ସହିତ ସ୍ୱଭାବିକ ଓ ମଧୁର ସମ୍ପର୍କ ନା କେବଳ ଦ୍ୱିପାକ୍ଷୀୟ ବରଂ ପୁରା କ୍ଷେତ୍ର ଲାଗି ଉତ୍ତମ। ଲଦ୍ଦାଖ କ୍ଷେତ୍ରରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଗତ ୪ ବର୍ଷରୁ ଅଧିକ ସମୟ ହେଲା ଲାଗି ରହିଥିବା ବିବାଦ ଲଗାତାର ଆଲୋଚନା ମାଧ୍ୟମରେ ସମାଧାନ ହୋଇଯାଇଛି।