ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ: ବର୍ଷାରେ ଧୋଇଗଲା ପ୍ରଥମ ଦିନର ଖେଳ
ବେଙ୍ଗାଲୁରୁ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳ ବର୍ଷାରେ ସଂପୂର୍ଣ୍ଣ ଭାବେ ଧୋଇ ହୋଇ ଯାଇଛି। ବେଙ୍ଗାଲୁରୁରେ ବୁଧବାର ପ୍ରବଳ ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭ ହୋଇ ପାରିନାହିଁ। ଏପରିକି ମୁକାବିଲାରେ ଟସ୍ ବି ପଡ଼ି ପାରିନି। ତେଣୁ ଗୁରୁବାର ଦ୍ଵିତୀୟ ଦିନର ଖେଳକୁ ନେଇ ବିସିସିଆଇ ସମୟ ନିର୍ଦ୍ଧାରଣ କରିଛି। କେଉଁ ସମୟରେ ଟସ୍ ପଡ଼ିବ ଏହାର ସୂଚନା ଦେଇଛି ବୋର୍ଡ।ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ବୁଧବାର ସକାଳ ୯ଟା ୩୦ରୁ ଆରମ୍ଭ ହେବାର ଥିଲା। ଏଥିପାଇଁ ସକାଳ ୯ଟାରେ ଟସ୍ ପଡ଼ିବାର ଥିଲା। ମାତ୍ର ବୁଧବାର ପ୍ରବଳ ବର୍ଷା ହେବାରୁ ଟସ୍ ବି ପଡ଼ି ପାରି ନ ଥିଲା। ଏବେ ବିସିସିଆଇ ମ୍ୟାଚ୍ ଓ ଟସ୍ର ନୂତନ ସମୟ ସ୍ଥିର କରିଛି। ଗୁରୁବାର ସକାଳ ୮ଟା ୪୫ରେ ଟସ୍ ପଡ଼ିବ ଏବଂ ମ୍ୟାଚ୍ ୯ଟା ୧୫ରେ ଆରମ୍ଭ ହେବ। ???? Update from Bengaluru ????Day 1 of the 1st #INDvNZ Test has been called off due to rain.Toss to take place at 8:45 AM IST on Day 2Start of Play: 9:15 AM IST #TeamIndia | @IDFCFIRSTBank pic.twitter.com/RzmBvduPqr— BCCI (@BCCI) October 16, 2024ବେଙ୍ଗାଲୁରୁ ଟେଷ୍ଟର ଦ୍ଵିତୀୟ ଦିନ ସେସନର ସମୟ ମଧ୍ୟ ବଦଳିଛି। ଦିନର ପ୍ରଥମ ସେସନ ସକାଳ ୯ଟା ୧୫ରୁ ୧୧ଟା ୩୦ ପର୍ଯ
ବେଙ୍ଗାଲୁରୁ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳ ବର୍ଷାରେ ସଂପୂର୍ଣ୍ଣ ଭାବେ ଧୋଇ ହୋଇ ଯାଇଛି। ବେଙ୍ଗାଲୁରୁରେ ବୁଧବାର ପ୍ରବଳ ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭ ହୋଇ ପାରିନାହିଁ। ଏପରିକି ମୁକାବିଲାରେ ଟସ୍ ବି ପଡ଼ି ପାରିନି। ତେଣୁ ଗୁରୁବାର ଦ୍ଵିତୀୟ ଦିନର ଖେଳକୁ ନେଇ ବିସିସିଆଇ ସମୟ ନିର୍ଦ୍ଧାରଣ କରିଛି। କେଉଁ ସମୟରେ ଟସ୍ ପଡ଼ିବ ଏହାର ସୂଚନା ଦେଇଛି ବୋର୍ଡ।
ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ବୁଧବାର ସକାଳ ୯ଟା ୩୦ରୁ ଆରମ୍ଭ ହେବାର ଥିଲା। ଏଥିପାଇଁ ସକାଳ ୯ଟାରେ ଟସ୍ ପଡ଼ିବାର ଥିଲା। ମାତ୍ର ବୁଧବାର ପ୍ରବଳ ବର୍ଷା ହେବାରୁ ଟସ୍ ବି ପଡ଼ି ପାରି ନ ଥିଲା। ଏବେ ବିସିସିଆଇ ମ୍ୟାଚ୍ ଓ ଟସ୍ର ନୂତନ ସମୟ ସ୍ଥିର କରିଛି। ଗୁରୁବାର ସକାଳ ୮ଟା ୪୫ରେ ଟସ୍ ପଡ଼ିବ ଏବଂ ମ୍ୟାଚ୍ ୯ଟା ୧୫ରେ ଆରମ୍ଭ ହେବ।
???? Update from Bengaluru ????
Day 1 of the 1st #INDvNZ Test has been called off due to rain.
Toss to take place at 8:45 AM IST on Day 2
Start of Play: 9:15 AM IST #TeamIndia | @IDFCFIRSTBank pic.twitter.com/RzmBvduPqr— BCCI (@BCCI) October 16, 2024
ବେଙ୍ଗାଲୁରୁ ଟେଷ୍ଟର ଦ୍ଵିତୀୟ ଦିନ ସେସନର ସମୟ ମଧ୍ୟ ବଦଳିଛି। ଦିନର ପ୍ରଥମ ସେସନ ସକାଳ ୯ଟା ୧୫ରୁ ୧୧ଟା ୩୦ ପର୍ଯ୍ୟନ୍ତ ଖେଳାଯିବ।ଦ୍ଵିତୀୟ ସେସନ ମଧ୍ୟାହ୍ଣ ୧୨ଟା ୧୦ରୁ ୨ଟା ୨୫ ପର୍ଯ୍ୟନ୍ତ ଚାଲିବ। ତୃତୀୟ ସେସନର ଖେଳ ୨ଟା ୪୫ରୁ ସନ୍ଧ୍ୟା ୪ଟା ୪୫ ପର୍ଯ୍ୟନ୍ତ ଚାଲିବ।
ଆଜି ଖେଳ ନ ହେବାରୁ ଓ ବର୍ଷା କାରଣରୁ ପଡ଼ିଆ ବହୁତ ଓଦା ରହିଥିବାରୁ ବିରାଟ କୋହଲି ଓ ଯଶସ୍ଵୀ ଜୟସ୍ଵାଲ ସମେତ ଅନେକ ଖେଳାଳି ଇନଡୋର ଅଭ୍ୟାସ୍ କରିଛନ୍ତି। ଏବେ ସଭିଙ୍କ ନଜର ଦ୍ଵିତୀୟ ଦିନ ଉପରେ। ପାଣିପାଗ ବିଭାଗ ଅନୁଯାୟୀ, ପୁରା ମ୍ୟାଚ୍ରେ ୬୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି।
Day 1 washed out in Bengaluru ☔️
No play possible after consistent rain fell throughout the day. The teams will return tomorrow for a slightly earlier start time of 9:15am local time ???? #INDvNZ #CricketNation
???? BCCI pic.twitter.com/P8ifljn0EY— BLACKCAPS (@BLACKCAPS) October 16, 2024
ସୂଚନାଯୋଗ୍ୟ, ବେଙ୍ଗାଲୁରୁରେ ଭୀଷଣ ବର୍ଷା ଜାରି ରହିଛି। ଅନେକ ଅଞ୍ଚଳରେ ଆଣ୍ଠୁଏ ଲେଖାଏଁ ପାଣି ଭରି ରହିଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା କାରଣରୁ ବୁଧବାର ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।