୧୭ରେ ଶପଥ ନେବେ ସୈନି,ତା ପୂର୍ବରୁ ମିଳିଲା ହତ୍ୟା ଧମକ,ଅଭିଯୁକ୍ତ ଗିରଫ
ହରିୟାଣା ୧୩/୧୦: ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ହ୍ବାଟ୍ସଆପ୍ରେ ହତ୍ୟା ଧମକ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗୋଟିଏ ପଟେ ମହାରାଷ୍ଟ୍ର NCP ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଅନ୍ୟପଟେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନିଙ୍କୁ ମିଳିଛି ହତ୍ୟା ଧମକ । ହ୍ୱାଟ୍ସଆପ୍ ଗ୍ରୁପ୍ରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିଛି ।ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଆଜମେରକୁ ଶନିବାର ଜୁଲାନା ପୋଲିସ ଗିରଫ କରିଛି । ଶନିବାର ଜୁଲାନା ପୋଲିସ ତାକୁ ଗିରଫ କରିଛି ।ସେ ଜିନ୍ଦ ଜିଲ୍ଲାସ୍ଥିତ ଦେବାରର ଗାଁର ମୂଳ ବାସିନ୍ଦା । ଜିନ୍ଦ ଏପ୍ପି କହିଛନ୍ତି ଆଜ୍ମେର ଅକ୍ଟୋବର ୮ ତାରିଖରେ ଭୋଟ ଗଣତି ବେଳେ ଏକ ହ୍ବାଟ୍ସଆପ ଗ୍ରୁପ୍ରେ ହତ୍ୟା ଧମକ ଦେଇଥିଲା । ଆସନ୍ତା ୧୭ରେ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଏବ ସିଂ ସୈନି ।ପଞ୍ଚକୁଲାରେ ନୂଆ ସରକାରର ଶପଥ ସମାରୋହ ଉତ୍ସବ ଆୟୋଜିତ ହେବ । ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ସାମିଲେ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ସରକାର କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ।
ହରିୟାଣା ୧୩/୧୦: ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ହ୍ବାଟ୍ସଆପ୍ରେ ହତ୍ୟା ଧମକ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗୋଟିଏ ପଟେ ମହାରାଷ୍ଟ୍ର NCP ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଅନ୍ୟପଟେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନିଙ୍କୁ ମିଳିଛି ହତ୍ୟା ଧମକ । ହ୍ୱାଟ୍ସଆପ୍ ଗ୍ରୁପ୍ରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିଛି ।
ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଆଜମେରକୁ ଶନିବାର ଜୁଲାନା ପୋଲିସ ଗିରଫ କରିଛି । ଶନିବାର ଜୁଲାନା ପୋଲିସ ତାକୁ ଗିରଫ କରିଛି ।ସେ ଜିନ୍ଦ ଜିଲ୍ଲାସ୍ଥିତ ଦେବାରର ଗାଁର ମୂଳ ବାସିନ୍ଦା । ଜିନ୍ଦ ଏପ୍ପି କହିଛନ୍ତି ଆଜ୍ମେର ଅକ୍ଟୋବର ୮ ତାରିଖରେ ଭୋଟ ଗଣତି ବେଳେ ଏକ ହ୍ବାଟ୍ସଆପ ଗ୍ରୁପ୍ରେ ହତ୍ୟା ଧମକ ଦେଇଥିଲା ।
ଆସନ୍ତା ୧୭ରେ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଏବ ସିଂ ସୈନି ।ପଞ୍ଚକୁଲାରେ ନୂଆ ସରକାରର ଶପଥ ସମାରୋହ ଉତ୍ସବ ଆୟୋଜିତ ହେବ । ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ସାମିଲେ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ସରକାର କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ।