ଭାରତ ପହଞ୍ଚିବା ପରେ ‘ୟୁ-ଟର୍ନ’ ନେଲେ ମାଲଦ୍ୱୀପ ରାଷ୍ଟ୍ରପତି, ଭାରତୀୟ ପର୍ଯ୍ୟଟକଙ୍କୁ କହିଲେ…
ନୂଆଦିଲ୍ଲୀ,୭।୧୦: ଭାରତ ଗସ୍ତରେ ଥିବା ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ବର୍ତ୍ତମାନ ନିଜର ସ୍ବର ପରିବର୍ତ୍ତନ କରିଛନ୍ତି। ମୁଇଜୁ କହିଛନ୍ତି ଯେ ଭାରତର ସୁରକ୍ଷାକୁ ଦୁର୍ବଳ କରିବା ପାଇଁ ସେ କିଛି କରିବେ ନାହିଁ ଏବଂ ସେ ଦିଲ୍ଲୀକୁ ଜଣେ ମୂଲ୍ୟବାନ ବନ୍ଧୁ ଭାବରେ ବିବେଚନା କରୁଛନ୍ତି। ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଦିଲ୍ଲୀରେ ପହଞ୍ଚିବା ମାତ୍ରେ ତାଙ୍କୁ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଆନୁଷ୍ଠାନିକ ସ୍ବାଗତ କରାଯାଇଥିଲା ଏବଂ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। […] The post ଭାରତ ପହଞ୍ଚିବା ପରେ ‘ୟୁ-ଟର୍ନ’ ନେଲେ ମାଲଦ୍ୱୀପ ରାଷ୍ଟ୍ରପତି, ଭାରତୀୟ ପର୍ଯ୍ୟଟକଙ୍କୁ କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୭।୧୦: ଭାରତ ଗସ୍ତରେ ଥିବା ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ବର୍ତ୍ତମାନ ନିଜର ସ୍ବର ପରିବର୍ତ୍ତନ କରିଛନ୍ତି। ମୁଇଜୁ କହିଛନ୍ତି ଯେ ଭାରତର ସୁରକ୍ଷାକୁ ଦୁର୍ବଳ କରିବା ପାଇଁ ସେ କିଛି କରିବେ ନାହିଁ ଏବଂ ସେ ଦିଲ୍ଲୀକୁ ଜଣେ ମୂଲ୍ୟବାନ ବନ୍ଧୁ ଭାବରେ ବିବେଚନା କରୁଛନ୍ତି।
ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଦିଲ୍ଲୀରେ ପହଞ୍ଚିବା ମାତ୍ରେ ତାଙ୍କୁ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଆନୁଷ୍ଠାନିକ ସ୍ବାଗତ କରାଯାଇଥିଲା ଏବଂ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ରାଷ୍ଟ୍ରପତି ଭବନରେ ସ୍ବାଗତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ।
‘ଇଣ୍ଡିଆ ଆଉଟ’ ଅଭିଯାନ ଚଳାଇଥିବା ମୁଇଜୁ ଭାରତରେ ପହଞ୍ଚିବା ମାତ୍ରେ ବଡ ୟୁ-ଟର୍ନ ନେଇଥିଲେ। ରାଷ୍ଟ୍ରପତି ମୁଇଜୁ କହିଛନ୍ତି ଯେ ଭାରତ ସହ ଏହାର ସମ୍ପର୍କ ‘ସମ୍ମାନ ଏବଂ ସହଭାଗୀ ସ୍ବାର୍ଥ ଉପରେ ଆଧାରିତ’ ଏବଂ ଏହା ଏକ ପ୍ରମୁଖ ବାଣିଜ୍ୟ ଏବଂ ବିକାଶ ସହଭାଗୀ ହୋଇ ରହିଆସିଛି ଏବଂ ଜାରି ରହିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ପଡ଼ୋଶୀ ଏବଂ ବନ୍ଧୁମାନଙ୍କ ପ୍ରତି ସମ୍ମାନ ଆମର ଡିଏନଏରେ ଅଛି । ଏହା ପରେ ମୁଇଜୁ ମଧ୍ୟ ଭାରତୀୟ ପର୍ଯ୍ୟଟକଙ୍କୁ ପୁଣି ଆସିବାକୁ ନିବେଦନ କରିଥିଲେ। ସେ କହିଛନ୍ତି, ଭାରତୀୟମାନେ ସର୍ବଦା ସକରାତ୍ମକ ଅବଦାନ ଦିଅନ୍ତି, ଆମ ଦେଶରେ ଭାରତୀୟ ପର୍ଯ୍ୟଟକମାନେ ସ୍ବାଗତଯୋଗ୍ୟ।
The post ଭାରତ ପହଞ୍ଚିବା ପରେ ‘ୟୁ-ଟର୍ନ’ ନେଲେ ମାଲଦ୍ୱୀପ ରାଷ୍ଟ୍ରପତି, ଭାରତୀୟ ପର୍ଯ୍ୟଟକଙ୍କୁ କହିଲେ… appeared first on Dharitri Odia News.