ନବରଙ୍ଗପୁରକୁ ସରକାର ଉପେକ୍ଷା କରୁଛନ୍ତି: ରମେଶ

ନବରଙ୍ଗପୁର,୮।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁରକୁ ଭାଜପା ସରକାର ସବୁ କ୍ଷେତ୍ରରେ ଉପେକ୍ଷା କରୁଥିବା ଅଭିଯୋଗ ଆଣିଛି ବିଜେଡି। ଏକ ଖବରଦାତା ସମ୍ମିଳନୀ କରି ଶନିବାର ଜିଲା ବିଜେଡି ସଭାପତି ତଥା ପୂର୍ବତନ ଏମ୍‌ପି ରମେଶ ଚନ୍ଦ୍ର ମାଝି ଭାଜପା ଉପରେ ବର୍ଷିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୮ ନବୋଦୟ ବିଦ୍ୟାଳୟ ପାଇଁ ଅନୁମୋଦନ ମିଳିଛି। ଓଡ଼ିଶାରେ ୮ କେନ୍ଦ୍ରୀୟ ଓ ୨ଟି ନବୋଦୟ ବିଦ୍ୟାଳୟ ହେବ। କିନ୍ତୁ ନବରଙ୍ଗପୁରରେ ଏଥିମଧ୍ୟରୁ ଗୋଟିଏ ବି ବିଦ୍ୟାଳୟ ପ୍ରତିଷ୍ଠା ହେବ ନାହିଁ। […] The post ନବରଙ୍ଗପୁରକୁ ସରକାର ଉପେକ୍ଷା କରୁଛନ୍ତି: ରମେଶ appeared first on Dharitri Odia News.

ନବରଙ୍ଗପୁରକୁ ସରକାର ଉପେକ୍ଷା କରୁଛନ୍ତି: ରମେଶ

ନବରଙ୍ଗପୁର,୮।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁରକୁ ଭାଜପା ସରକାର ସବୁ କ୍ଷେତ୍ରରେ ଉପେକ୍ଷା କରୁଥିବା ଅଭିଯୋଗ ଆଣିଛି ବିଜେଡି। ଏକ ଖବରଦାତା ସମ୍ମିଳନୀ କରି ଶନିବାର ଜିଲା ବିଜେଡି ସଭାପତି ତଥା ପୂର୍ବତନ ଏମ୍‌ପି ରମେଶ ଚନ୍ଦ୍ର ମାଝି ଭାଜପା ଉପରେ ବର୍ଷିଛନ୍ତି।
କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୮ ନବୋଦୟ ବିଦ୍ୟାଳୟ ପାଇଁ ଅନୁମୋଦନ ମିଳିଛି। ଓଡ଼ିଶାରେ ୮ କେନ୍ଦ୍ରୀୟ ଓ ୨ଟି ନବୋଦୟ ବିଦ୍ୟାଳୟ ହେବ। କିନ୍ତୁ ନବରଙ୍ଗପୁରରେ ଏଥିମଧ୍ୟରୁ ଗୋଟିଏ ବି ବିଦ୍ୟାଳୟ ପ୍ରତିଷ୍ଠା ହେବ ନାହିଁ। ନବରଙ୍ଗପୁର ଜିଲା ପ୍ରତି ଭାଜପା ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଜିଲା ବିଜେଡି ସଭାପତି ଅଭିଯୋଗ କରିଛନ୍ତି। ସେହିଭଳି ମଣ୍ଡେଇକୁ ଭାଜପା ପ୍ରଚାର ମଞ୍ଚ କରିଛି ବୋଲି ରମେଶ ମାଝି କହିଛନ୍ତି।
ଲୋକ ମହୋତ୍ସବ ମଣ୍ଡେଇରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଉଥିଲା। ଚଳିତ ଥର କିନ୍ତୁ ନିମନ୍ତ୍ରଣ ନ କରି ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି। ସେହିଭଳି ପୂର୍ବରୁ ଖବରଦାତାମାନଙ୍କୁ ମଞ୍ଚ ସମ୍ମୁଖ ଭାଗରେ ସ୍ଥାନ ଦିଆଯାଉଥିଲା। ଏଥର ବହୁ ଦୂରରେ ଚେୟାର ପକାଯିବା ସହ ସେମାନଙ୍କୁ ଫଟୋ ଓ ଭିଡିଓ ଉତ୍ତୋଳନରେ ସମସ୍ୟା କରାଗଲା। ସ୍ଥାନୀୟ କଳାକାରଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି। ଉଦ୍‌ଘାଟନୀ ଦିବସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆସିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏପରି ହେଲା ନାହିଁ। ଉପମୁଖ୍ୟମନ୍ତ୍ରୀ ଆସିଥିଲେ ସୁଭଦ୍ରା ଯୋଜନା ଓ ଅନ୍ୟ କିଛି ଯୋଜନା ସମ୍ପର୍କରେ କହିଥାନ୍ତେ। ଯଦି ଉଦ୍‌ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ଆସିବେ ତେବେ ଜିଲାଭିତ୍ତିକ ନିଯୁକ୍ତି ଉପରେ ଟିପ୍ପଣୀ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି। ଭାଜପା ନିର୍ବାଚନବେଳେ ୩ହଜାର ଟଙ୍କା ଭତ୍ତା ପ୍ରତିଶ୍ରୁତି ଦେଇଥିଲା। ପରବର୍ତ୍ତୀ ସମୟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ହିଁ କେବଳ ଏହାର ଲାଭ ପାଇବେ ବୋଲି କହିଥିଲା। ସେହିଭଳି ୮୦ ପ୍ରତିଶତ ଦିବ୍ୟାଙ୍ଗକୁ ୩ ହଜାର ୫ ଶହ ଟଙ୍କା ଦିଆଯିବ ବୋଲି କହିଲେ। ଶିକ୍ଷାମନ୍ତ୍ରୀ ମଦମୁକ୍ତ କରାଯିବ ବୋଲି କହିଥିଲେ, ତାଙ୍କ ପ୍ରତିଶ୍ରୁତି ଗଲା କୁଆଡ଼େ ବୋଲି ବିଜେଡି ପ୍ରଶ୍ନ କରିଛି।
ଖୋଲିବାରେ ବିଳମ୍ବ ଯୋଗୁ ଗ୍ରାମାଞ୍ଚଳରେ ଲୋକେ କମ୍‌ ଦରରେ ଧାନ ବିକ୍ରି କରିଛନ୍ତି। ନୂଆ ସରକାର ଆସିବା ପରେ ଡିପିସି ହୋଇପାରି ନ ଥିବାରୁ ବିକାଶ କାର୍ଯ୍ୟ ହେଉନାହିଁ। ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଏକ ପ୍ରହସନ ବୋଲି ଡାବୁଗାଁ ବିଧାୟକ ମନୋହର ରନ୍ଧାରି କହିଛନ୍ତି। ମାଗଣାରେ ୩୦୦ ୟୁନିଟ୍‌ ବିଦ୍ୟୁତ୍‌ ଯୋଗାଣ କେବେ ହେବ ବୋଲି ସେ ପ୍ରଶ୍ନ କରିଥିଲେ। ସୁଭଦ୍ରା ଯୋଜନା ପ୍ରହସନରେ ଚାଲିଛି, ମୁଣ୍ଡ ପିଛା ଆୟ କମିଛି। ଦରଦାମ ବୃଦ୍ଧି ପାଇଛି। ରୋଷେଇଘରକୁ ମାଡ଼ ହେଉଛି ବୋଲି ନବରଙ୍ଗପୁର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ କହିଛନ୍ତି। ଚାଷୀଙ୍କୁ ଟୋକନ ମିଳୁନାହିଁ। ଏଫ୍‌ଏକ୍ୟୁ ନାମରେ ମେଶିନ ଲଗାଇ ଚାଷୀଙ୍କୁ ହନ୍ତସନ୍ତ କରିବାକୁ ଚକ୍ରାନ୍ତ ଚାଲିଛି ବୋଲି ବିଜେଡି ନେତା ସରୋଜ ପତ୍ର କହିଛନ୍ତି। ମହିଳା ବିଜେଡି ଜିଲା ସଭାନେତ୍ରୀ ମଞ୍ଜୁଳା ମାଝୀ, ନଗର ସଭାପତି ପ୍ରମୋଦ ରଥ ଉପସ୍ଥିତ ଥିଲେ।

The post ନବରଙ୍ଗପୁରକୁ ସରକାର ଉପେକ୍ଷା କରୁଛନ୍ତି: ରମେଶ appeared first on Dharitri Odia News.