ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଏଣ୍ଟ୍ରି କଲା ଆମେରିକା: କହିଲା – ‘ସାରା ବିଶ୍ୱ ଦେଖୁଛି’
ଓ୍ବାଶିଂଟନ୍,୩୦।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଜାରି ରହିଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଭୟରେ ଅଛି। ସେ ଭାରତର ପରବର୍ତ୍ତୀ ପଦକ୍ଷେପକୁ ଭୟ କରୁଛନ୍ତି। ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକା ପ୍ରବେଶ କରିଛି। ଆମେରିକା ଭାରତ ଏବଂ ପାକିସ୍ତାନ ଉଭୟଙ୍କ ସହ କଥା ହୋଇଛି ଏବଂ କହିଛି ଯେ, ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଉଚିତ। ଏହା ଉପରେ ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ଟାମି […] The post ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଏଣ୍ଟ୍ରି କଲା ଆମେରିକା: କହିଲା – ‘ସାରା ବିଶ୍ୱ ଦେଖୁଛି’ appeared first on Dharitri Odia News.
ଓ୍ବାଶିଂଟନ୍,୩୦।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଜାରି ରହିଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଭୟରେ ଅଛି। ସେ ଭାରତର ପରବର୍ତ୍ତୀ ପଦକ୍ଷେପକୁ ଭୟ କରୁଛନ୍ତି। ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକା ପ୍ରବେଶ କରିଛି। ଆମେରିକା ଭାରତ ଏବଂ ପାକିସ୍ତାନ ଉଭୟଙ୍କ ସହ କଥା ହୋଇଛି ଏବଂ କହିଛି ଯେ, ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଉଚିତ। ଏହା ଉପରେ ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ଟାମି ବ୍ରୁସ ପ୍ରତିକ୍ରିୟା ଦେଇଛନ୍ତି।
ଆମେରିକା ପାକିସ୍ତାନ ଏବଂ ଭାରତ ଉଭୟଙ୍କ ସହିତ ଯୋଗାଯୋଗରେ ଅଛି। ଏ ସମ୍ପର୍କରେ ଟାମି ବ୍ରୁସ କହିଛନ୍ତି,ଆମେରିକା ଉଭୟ ଦେଶ ସହିତ ଯୋଗାଯୋଗରେ ଅଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମଧ୍ୟ ମୋତେ ଏ ବିଷୟରେ ଏକ ନୋଟ ଦେଇଛନ୍ତି। ସେଥିପାଇଁ ଆମେ କଶ୍ମୀର ପରିସ୍ଥିତି ସମ୍ପର୍କରେ ଭାରତ ଏବଂ ପାକିସ୍ତାନ ସହିତ ଯୋଗାଯୋଗ କରୁଛୁ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆମେରିକା ଭାରତ ଏବଂ ପାକିସ୍ତାନକୁ କହିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଖୁବ ଶୀଘ୍ର ଭାରତ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେବାକୁ ଆଶା ରଖିଛନ୍ତି। ସେ ଅନ୍ୟ ଜାତୀୟ ନେତା ଏବଂ ବୈଦେଶିକ ମନ୍ତ୍ରୀମାନଙ୍କୁ ଏହି ପ୍ରସଙ୍ଗରେ ଦେଶମାନଙ୍କ ସହିତ ଯୋଗାଯୋଗ କରିବାକୁ ଉତ୍ସାହିତ କରୁଛନ୍ତି।
ଟାମି ବ୍ରୁସ ଆହୁରି କହିଛନ୍ତି, ଆମେରିକାର ବୈଦେଶିକ ମନ୍ତ୍ରୀ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେବେ। ଆମେ ସେହି ଅଞ୍ଚଳର ବିକାଶ ଉପରେ ମଧ୍ୟ ନଜର ରଖିଛୁ ଏବଂ ଆମେ ନିଶ୍ଚିତ ଭାବରେ ସମସ୍ତ ପକ୍ଷଙ୍କୁ ଏକ ଉପଯୁକ୍ତ ସମାଧାନ ପାଇଁ ଏକାଠି କାମ କରିବାକୁ ଉତ୍ସାହିତ କରୁଛୁ। ବିଶ୍ୱ ଏହା ଦେଖୁଛି।
The post ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଏଣ୍ଟ୍ରି କଲା ଆମେରିକା: କହିଲା – ‘ସାରା ବିଶ୍ୱ ଦେଖୁଛି’ appeared first on Dharitri Odia News.