ଭାରତ- ପାକିସ୍ତାନ ମଧ୍ୟରେ ଜାରି ରହିବ ଅସ୍ତ୍ରବିରତି: ସେନା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତିକୁ ନେଇ ମେ ୧୨ରେ ହୋଇଥିବା ସହମତି ଆଗକୁ ମଧ୍ୟ ଜାରି ରହିବ। ଭାରତୀୟ ସେନାର ଜଣେ ଅଧିକାରୀ ରବିବାର ଏନେଇ ସୂଚନା ଦେଇଛନ୍ତି। ଏହା ସହ ସେ ସହମତି କେବଳ ଅସ୍ଥାୟୀ ଏବଂ ଏହା ମେ ୧୮ରେ ଶେଷ ହେବା କଥାକୁ ଖାରଜ କରିଛନ୍ତି। ସେନା ଅଧିକାରୀ କହିଛନ୍ତି ଅସ୍ତ୍ରବିରତି ନିଷ୍ପତ୍ତି ଡିଜିଏମଓଙ୍କ ଆଲୋଚନା ସମୟରେ ନିଆଯାଇଥିଲା। ଅନିର୍ଦ୍ଦିଷ୍ଟ କାଳ ଯାଏ ଅସ୍ତ୍ରବିରତି ଲାଗୁ ରହିଛି। ସେପଟେ ରବିବାର ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ରବିବାର ଭାରତ ଏବଂ ପାକିସ୍ତାନ ଡିଜିଏମଓଙ୍କ ମଧ୍ୟରେ କୌଣସି ଆଲୋଚନା ହେବ ନାହିଁ। ସୂଚନାଥାଉକି, ମେ ୧୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓସ୍ତରୀୟ ଆଲୋଚନା ହୋଇଥିଲା। ଯେଉଁଥିରେ ଉଭୟ ପକ୍ଷ ସହମତ ହୋଇଥିଲେ ଯେ, ସୀମା ଏବଂ ଅଗ୍ରୀମ ଅଞ୍ଚଳରେ ଗୁଳିକାଣ୍ଡ କିମ୍ବା କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ କରାଯିବନାହିଁ। ଏହା ସହ ଦୁଇ ଦେଶ ସୀମାରେ ସୈନିକଙ୍କ ସଂଖ୍ୟା କମାଇବା ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା।

ଭାରତ- ପାକିସ୍ତାନ ମଧ୍ୟରେ ଜାରି ରହିବ ଅସ୍ତ୍ରବିରତି: ସେନା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତିକୁ ନେଇ ମେ ୧୨ରେ ହୋଇଥିବା ସହମତି ଆଗକୁ ମଧ୍ୟ ଜାରି ରହିବ। ଭାରତୀୟ ସେନାର ଜଣେ ଅଧିକାରୀ ରବିବାର ଏନେଇ ସୂଚନା ଦେଇଛନ୍ତି। ଏହା ସହ ସେ ସହମତି କେବଳ ଅସ୍ଥାୟୀ ଏବଂ ଏହା ମେ ୧୮ରେ ଶେଷ ହେବା କଥାକୁ ଖାରଜ କରିଛନ୍ତି। 

ସେନା ଅଧିକାରୀ କହିଛନ୍ତି ଅସ୍ତ୍ରବିରତି ନିଷ୍ପତ୍ତି ଡିଜିଏମଓଙ୍କ ଆଲୋଚନା ସମୟରେ ନିଆଯାଇଥିଲା। ଅନିର୍ଦ୍ଦିଷ୍ଟ କାଳ ଯାଏ ଅସ୍ତ୍ରବିରତି ଲାଗୁ ରହିଛି। ସେପଟେ ରବିବାର ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ରବିବାର ଭାରତ ଏବଂ ପାକିସ୍ତାନ ଡିଜିଏମଓଙ୍କ ମଧ୍ୟରେ କୌଣସି ଆଲୋଚନା ହେବ ନାହିଁ। 

ସୂଚନାଥାଉକି, ମେ ୧୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓସ୍ତରୀୟ ଆଲୋଚନା ହୋଇଥିଲା। ଯେଉଁଥିରେ ଉଭୟ ପକ୍ଷ ସହମତ ହୋଇଥିଲେ ଯେ, ସୀମା ଏବଂ ଅଗ୍ରୀମ ଅଞ୍ଚଳରେ ଗୁଳିକାଣ୍ଡ କିମ୍ବା କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ କରାଯିବନାହିଁ। ଏହା ସହ ଦୁଇ ଦେଶ ସୀମାରେ ସୈନିକଙ୍କ ସଂଖ୍ୟା କମାଇବା ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା।