ଭାରତ ପାଖରେ ବାଂଲାଦେଶର ୟୁନିସ ସରକାରଙ୍କ ଦାବି: ଶେଖ ହସିନାଙ୍କୁ ଫେରାଇ ଦିଅ

କନକ ବ୍ୟୁରୋ: ବାଂଲାଦେଶର ବିଦେଶ ମନ୍ତ୍ରଣାଳୟର ପରାମର୍ଶଦାତା ତୋହିଦ ଦୁସେନ କହିଛନ୍ତି କି, ବାଂଲାଦେଶ ସରକାର ଭାରତ ସରକାରଙ୍କୁ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫେରାଇ ଦେବାକୁ ଦାବି କରିଛନ୍ତି । ହୁସେନ ଆଜି ମନ୍ତ୍ରଣାଳୟରେ ମିଡିଆ ସହ ସାକ୍ଷାତକାର କରି କହିଛନ୍ତି, ବାଂଲାଦେଶ ଭାରତ ସରକାରଙ୍କୁ ଏକ ଲେଖା ପଠାଇଛି ଯେଉଁଥିରେ ଲେଖା ଅଛି କି, ଦେଶରେ ନ୍ୟାୟ ପ୍ରକ୍ରିୟାକୁ ସାମ୍ନା କରିବାକୁ ହସିନାଙ୍କୁ ପଠାଯାଉ ।  ବାଂଲାଦେଶରେ ହୋଇଥିବା ହିଂସା ଘଟଣା ପରେ ୭୭ ବର୍ଷିୟ ହସିନା ୫ ଅଗଷ୍ଟରେ ଭାରତ ଚାଲିଆସିଥିଲେ । ଆଉ ସେବେଠାରୁ ସେ ଭାରତରେ ରହୁଥିବା ଖବର ଚର୍ଚ୍ଚା ହେଉଛି । ଢାକା ସ୍ଥିତ ଅନ୍ତରାଷ୍ଟ୍ରିୟ ଅପରାଧ ନ୍ୟାୟଧିକରଣ ହସିନା, ଅନ୍ୟ ପୂର୍ବ କ୍ୟାବିନେଟ ମନ୍ତ୍ରୀ, ପରାମର୍ଶଦାତା ଓ ସୈନ୍ୟ ଅଧିକାରୀଙ୍କ ବିରୋଧରେ ମାନବତା ବିରୋଧରେ ଅପରାଧ, ନରସଂହାର ପାଇଁ ଗିରଫ ପରୱାନା ଜାରି କରାଯାଇଛି ।

ଭାରତ ପାଖରେ ବାଂଲାଦେଶର ୟୁନିସ ସରକାରଙ୍କ ଦାବି: ଶେଖ ହସିନାଙ୍କୁ ଫେରାଇ ଦିଅ

କନକ ବ୍ୟୁରୋ: ବାଂଲାଦେଶର ବିଦେଶ ମନ୍ତ୍ରଣାଳୟର ପରାମର୍ଶଦାତା ତୋହିଦ ଦୁସେନ କହିଛନ୍ତି କି, ବାଂଲାଦେଶ ସରକାର ଭାରତ ସରକାରଙ୍କୁ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫେରାଇ ଦେବାକୁ ଦାବି କରିଛନ୍ତି । ହୁସେନ ଆଜି ମନ୍ତ୍ରଣାଳୟରେ ମିଡିଆ ସହ ସାକ୍ଷାତକାର କରି କହିଛନ୍ତି, ବାଂଲାଦେଶ ଭାରତ ସରକାରଙ୍କୁ ଏକ ଲେଖା ପଠାଇଛି ଯେଉଁଥିରେ ଲେଖା ଅଛି କି, ଦେଶରେ ନ୍ୟାୟ ପ୍ରକ୍ରିୟାକୁ ସାମ୍ନା କରିବାକୁ ହସିନାଙ୍କୁ ପଠାଯାଉ । 

ବାଂଲାଦେଶରେ ହୋଇଥିବା ହିଂସା ଘଟଣା ପରେ ୭୭ ବର୍ଷିୟ ହସିନା ୫ ଅଗଷ୍ଟରେ ଭାରତ ଚାଲିଆସିଥିଲେ । ଆଉ ସେବେଠାରୁ ସେ ଭାରତରେ ରହୁଥିବା ଖବର ଚର୍ଚ୍ଚା ହେଉଛି । ଢାକା ସ୍ଥିତ ଅନ୍ତରାଷ୍ଟ୍ରିୟ ଅପରାଧ ନ୍ୟାୟଧିକରଣ ହସିନା, ଅନ୍ୟ ପୂର୍ବ କ୍ୟାବିନେଟ ମନ୍ତ୍ରୀ, ପରାମର୍ଶଦାତା ଓ ସୈନ୍ୟ ଅଧିକାରୀଙ୍କ ବିରୋଧରେ ମାନବତା ବିରୋଧରେ ଅପରାଧ, ନରସଂହାର ପାଇଁ ଗିରଫ ପରୱାନା ଜାରି କରାଯାଇଛି ।