ଅଶ୍ଳୀଳତା ରୋକିବାକୁ ଓଟିଟି ପ୍ଲାଟଫର୍ମକୁ ତାଗିଦ୍, ପାଳନ କର ଆଚାର ସଂହିତା

ନୂଆଦିଲ୍ଲୀ ୨୧/୦୨: ସୋସିଆଲ ମିଡିଆରେ ଅଶ୍ଳୀଳତା ରୋକିବା ଲାଗି କେନ୍ଦ୍ର ସରକାର ବର୍ତ୍ତମାନ ପ୍ରଚଳିତ ଆଇନ ସ୍ଥାନରେ ଏକ ନୂଆ ଆଇନ ଆଣିବେ । ଡିଜିଟାଲ ଇଣ୍ଡିଆ ଆଇନ (ଡିଆଇଏ) ନାମରେ ଏ  ସଂକ୍ରାନ୍ତ ବିଲ୍‌ ଉପରେ କିଛି ମାସ ହେଲା ସରକାର କାର୍ଯ୍ୟ କରୁଛନ୍ତି । ନୂଆ ଆଇନରେ ୟୁଟ୍ୟୁବ, ଡିଜିଟାଲ  ମିଡିଆ ପ୍ଲାଟଫର୍ମ ଓ ସୋସିଆଲ ମିଡିଆ ୟୁଜର୍ସଙ୍କୁ  ନିୟନ୍ତ୍ରଣ କରିବାର ପ୍ରାବଧାନ ରହିବ । ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ ଆଇନରେ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିବ । ଯେପରି ଦୂରସଂଚାର, ସୂଚନା ପ୍ରଯୁକ୍ତି ଏବଂ ସୂଚନା  ଓ ପ୍ରସାରଣ ସମ୍ପର୍କିତ ବିଷୟ ଲାଗି ପୃଥକ ପ୍ରାବଧାନ  କରାଯିବ । ଏଥିସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପରିଚାଳନା ଲାଗି ମଧ୍ୟ ବ୍ୟବସ୍ଥା ରହିବ । ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ରଣବୀର  ଆହ୍ଲାବାଦିଆଙ୍କ ଅଶ୍ଳୀଳ ବୟାନକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସରକାର ନୂଆ ଆଇନ ଡିଜିଟାଲ ଇଣ୍ଡିଆ ବିଲ୍‌କୁ ଶୀଘ୍ର ଆଣିବା ଲାଗି  ନିଷ୍ପତ୍ତି ନେଇଛନ୍ତି । ସାଇବର ସିକ୍ୟୁରିଟି, ଡିଜିଟାଲ  ଗଭର୍ଣ୍ଣାନ୍ସ ଓ ଅନ୍‌ଲାଇନ ସେଫ୍ଟିକୁ ନୂଆ ଆଇନର  ପରିସରକୁ ଅଣାଯିବ । ତା’ଛଡା ଏଥିରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନକୁ ସୁନିଶ୍ଚିତ କରାଯିବ ।  ଅର୍ଥାତ ଅନ୍‌ଲାଇନ ମାଧ୍ୟମରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖାଯିବାର ପ୍ରାବଧାନ ହେବ । ତେବେ  ସୋସିଆଲ ମିଡିଆ ପ୍ଲାଟଫର୍ମ ଠାରୁ ଏଆଇର  ପର

ଅଶ୍ଳୀଳତା ରୋକିବାକୁ ଓଟିଟି ପ୍ଲାଟଫର୍ମକୁ ତାଗିଦ୍, ପାଳନ କର ଆଚାର ସଂହିତା

ନୂଆଦିଲ୍ଲୀ ୨୧/୦୨: ସୋସିଆଲ ମିଡିଆରେ ଅଶ୍ଳୀଳତା ରୋକିବା ଲାଗି କେନ୍ଦ୍ର ସରକାର ବର୍ତ୍ତମାନ ପ୍ରଚଳିତ ଆଇନ ସ୍ଥାନରେ ଏକ ନୂଆ ଆଇନ ଆଣିବେ । ଡିଜିଟାଲ ଇଣ୍ଡିଆ ଆଇନ (ଡିଆଇଏ) ନାମରେ ଏ  ସଂକ୍ରାନ୍ତ ବିଲ୍‌ ଉପରେ କିଛି ମାସ ହେଲା ସରକାର କାର୍ଯ୍ୟ କରୁଛନ୍ତି । ନୂଆ ଆଇନରେ ୟୁଟ୍ୟୁବ, ଡିଜିଟାଲ  ମିଡିଆ ପ୍ଲାଟଫର୍ମ ଓ ସୋସିଆଲ ମିଡିଆ ୟୁଜର୍ସଙ୍କୁ  ନିୟନ୍ତ୍ରଣ କରିବାର ପ୍ରାବଧାନ ରହିବ । 

ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ ଆଇନରେ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିବ । ଯେପରି ଦୂରସଂଚାର, ସୂଚନା ପ୍ରଯୁକ୍ତି ଏବଂ ସୂଚନା  ଓ ପ୍ରସାରଣ ସମ୍ପର୍କିତ ବିଷୟ ଲାଗି ପୃଥକ ପ୍ରାବଧାନ  କରାଯିବ । ଏଥିସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପରିଚାଳନା ଲାଗି ମଧ୍ୟ ବ୍ୟବସ୍ଥା ରହିବ । ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ରଣବୀର  ଆହ୍ଲାବାଦିଆଙ୍କ ଅଶ୍ଳୀଳ ବୟାନକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସରକାର ନୂଆ ଆଇନ ଡିଜିଟାଲ ଇଣ୍ଡିଆ ବିଲ୍‌କୁ ଶୀଘ୍ର ଆଣିବା ଲାଗି  ନିଷ୍ପତ୍ତି ନେଇଛନ୍ତି । 

ସାଇବର ସିକ୍ୟୁରିଟି, ଡିଜିଟାଲ  ଗଭର୍ଣ୍ଣାନ୍ସ ଓ ଅନ୍‌ଲାଇନ ସେଫ୍ଟିକୁ ନୂଆ ଆଇନର  ପରିସରକୁ ଅଣାଯିବ । ତା’ଛଡା ଏଥିରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନକୁ ସୁନିଶ୍ଚିତ କରାଯିବ ।  ଅର୍ଥାତ ଅନ୍‌ଲାଇନ ମାଧ୍ୟମରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖାଯିବାର ପ୍ରାବଧାନ ହେବ । ତେବେ  ସୋସିଆଲ ମିଡିଆ ପ୍ଲାଟଫର୍ମ ଠାରୁ ଏଆଇର  ପରିଚାଳନା ଲାଗି ପୃଥକ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ତେବେ ପ୍ରସ୍ତାବିତ ଆଇନରେ ରହିଥିବା  କେତେକ ପ୍ରାବଧାନକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି ।  

ବିରୋଧୀଙ୍କ ଅଭିଯୋଗ ଯେ ନୂଆ ଆଇନ ମାଧ୍ୟମରେ  ସରକାରଙ୍କୁ ସର୍ଭେଲାନ୍ସର ପୂର୍ଣ୍ଣ କ୍ଷମତା ମିଳିଯିବ ।  ଯାହାଫଳରେ ବ୍ୟକ୍ତିଗତ ଗୋପନୀୟତାରେ ହସ୍ତକ୍ଷେପ  ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ପ୍ରଚଳିତ ସୂଚନା ପ୍ରଯୁକ୍ତି ଆଇନ ୨୦୦୦  ମସିହାରେ ଅଣାଯାଇଥିଲା । ସେତେବେଳେ ଦେଶରେ  ଇଣ୍ଟରନେଟ ୟୁଜର୍ସଙ୍କ ସଂଖ୍ୟା ୬୦ ଲକ୍ଷ ଥିଲା ।  ବର୍ତ୍ତମାନ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା ୯୦ କୋଟିରୁ  ଅଧିକ ହେଲାଣି । 

ଅବଶ୍ୟ ସରକାର ୨୦୨୧ରେ ସୂଚନା  ପ୍ରଯୁକ୍ତି (ଇଣ୍ଟରମିଡିଆରୀ ଗାଇଡଲାଇନ୍ସ ଆଣ୍ଡ ଡିଜିଟାଲ  ମିଡିଆ ଏଥିକ୍ସ କୋଡ୍‌) ଆଇନ ଆଣିଥିଲେ । ତାକୁ  ୨୦୨୩ ଏପ୍ରିଲରେ ପରିବର୍ତ୍ତନ କରାଯାଇ ଆହୁରି  କଡାକଡି କରାଯାଇଥିଲା । ୩୦ ପୃଷ୍ଠାର ଏହି କୋଡ୍‌ରେ ସୋସିଆଲ ମିଡିଆ, ଫିଲ୍ମ ଏବଂ ୱେବ ସିରିଜ୍‌  ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ନିୟମ ରହିଥିଲା ।  

ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ  କୌଣସି ବିଷୟ ବସ୍ତୁ ଆଇନ ଅନୁସାରେ ପ୍ରସାରଣ  କରାଯିବ ବୋଲି ସେଥିରେ କୁହାଯାଇଥିଲା । ଏଥିସହ ସେକ୍ସ, ଦେଶ ବିରୋଧୀ ଏବଂ ମହିଳା ଓ ଶିଶୁଙ୍କ  ବିରୋଧରେ କୌଣସି ବିଷୟ ବସ୍ତୁ ସାମିଲ ନ କରିବାକୁ  କୁହାଯାଇଥିଲା । ଏହା ସତ୍ତେ୍ୱ ମଧ୍ୟ ବାକ୍‌ ସ୍ୱାଧୀନତା  ଓ ବିଭିନ୍ନ ଆଳ ଦେଖାଇ ସୋସିଆଲ ମିଡିଆରେ  ଅଶ୍ଳୀଳ ତଥା ଆପତ୍ତିଜନକ ଦୃଶ୍ୟ ପ୍ରସାରଣ ହେଉଛି ।