ଭାରତ ଫେରୁଛନ୍ତି ବିଦେଶୀ ନିବେଶକ

ଭୁବନେଶ୍ୱର, ୯ା୧୨(ଅନୁରାଧା ମହାରଣା): ବିଦେଶୀ ନିବେଶକ ଭାରତ ଫେରୁଥିବାବେଳେ ଡିସେମ୍ବର ପ୍ରଥମ ସପ୍ତାହରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ)ଙ୍କ ଦ୍ୱାରା ବୃହତ୍‌ ନିଟ୍‌ ନିବେଶ ଭାରତୀୟ ଷ୍ଟକ ବଜାରରେ ଏକ ସକାରାତ୍ମକ ସଙ୍କେତ ଭାବରେ ଦେଖାଯାଉଛି। କ୍ରମାଗତ ଦୁଇମାସ ପରେ ବର୍ତ୍ତମାନ ଏଫପିଆଇର ପ୍ରତ୍ୟାବର୍ତ୍ତନ ନିବେଶକଙ୍କ ମଧ୍ୟରେ ଘରୋଇ ଷ୍ଟକ ମାର୍କେଟରେ ପୁଣି ଥରେ ବୃଦ୍ଧି ନେଇ ଆଶା ସୃଷ୍ଟି କରିଛି। ଡିସେମ୍ବର ପ୍ରଥମ ସପ୍ତାହରେ, ଏଫପିଆଇ ଶେୟାରରେ ୨୪,୪୫୪ କୋଟି ଟଙ୍କାର ନିଟ୍‌ ବିନିଯୋଗ କରିଛି। ବିଶେଷଜ୍ଞଙ୍କ […] The post ଭାରତ ଫେରୁଛନ୍ତି ବିଦେଶୀ ନିବେଶକ appeared first on Dharitri Odia News.

ଭାରତ ଫେରୁଛନ୍ତି ବିଦେଶୀ ନିବେଶକ

ଭୁବନେଶ୍ୱର, ୯ା୧୨(ଅନୁରାଧା ମହାରଣା): ବିଦେଶୀ ନିବେଶକ ଭାରତ ଫେରୁଥିବାବେଳେ ଡିସେମ୍ବର ପ୍ରଥମ ସପ୍ତାହରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ)ଙ୍କ ଦ୍ୱାରା ବୃହତ୍‌ ନିଟ୍‌ ନିବେଶ ଭାରତୀୟ ଷ୍ଟକ ବଜାରରେ ଏକ ସକାରାତ୍ମକ ସଙ୍କେତ ଭାବରେ ଦେଖାଯାଉଛି। କ୍ରମାଗତ ଦୁଇମାସ ପରେ ବର୍ତ୍ତମାନ ଏଫପିଆଇର ପ୍ରତ୍ୟାବର୍ତ୍ତନ ନିବେଶକଙ୍କ ମଧ୍ୟରେ ଘରୋଇ ଷ୍ଟକ ମାର୍କେଟରେ ପୁଣି ଥରେ ବୃଦ୍ଧି ନେଇ ଆଶା ସୃଷ୍ଟି କରିଛି। ଡିସେମ୍ବର ପ୍ରଥମ ସପ୍ତାହରେ, ଏଫପିଆଇ ଶେୟାରରେ ୨୪,୪୫୪ କୋଟି ଟଙ୍କାର ନିଟ୍‌ ବିନିଯୋଗ କରିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ବୈଶ୍ୱିକ ସ୍ଥିତିର ସ୍ଥିରତା ଏବଂ ଆମେରିକାର ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସ ହେବାର ସମ୍ଭାବନା ଯୋଗୁ ଏହା ଘଟିଛି। ଏହା ପୂର୍ବରୁ, ନଭେମ୍ବରରେ ଏଫପିଆଇ ୨୧,୬୧୨ କୋଟି ଏବଂ ଅକ୍ଟୋବରରେ ୯୪,୦୧୭ କୋଟି ଟଙ୍କା ପ୍ରତ୍ୟାହାର କରିନେଇଥିଲା। ତେବେ ଗତ ୯ମାସ ମଧ୍ୟରେ ସେପ୍ଟେମ୍ବରରେ ଏଫପିଆଇ କ୍ରୟ ସର୍ବୋଚ୍ଚ ସ୍ତରରେ ରହିଥିଲା। ଏହି ମାସରେ ୫୭,୭୨୪ କୋଟି ଟଙ୍କା ବିନିଯୋଗ ହୋଇଥିଲା। ଜମାକାରୀ ତଥ୍ୟ ଦର୍ଶାଇଛି ଯେ, ୨୦୨୪ରେ ବର୍ତ୍ତମାନ ସୁଦ୍ଧା ଏଫପିଆଇ ବିନିଯୋଗ ୯,୪୩୫ କୋଟିରେ ପହଞ୍ଚିଛି। ଏ ବାବଦରେ ମର୍ନିଂଷ୍ଟାର ଇନ୍‌ଭେଷ୍ଟମେଣ୍ଟ ରିସର୍ଚ୍ଚ ଇଣ୍ଡିଆର ଯୁଗ୍ମ ନିର୍ଦ୍ଦେଶକ ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ ହୋଇଥିବା ନୀତି, ମୁଦ୍ରାସ୍ଫୀତି, ସୁଧ ହାର ଏବଂ ଭୌଗୋଳିକ-ରାଜନୈତିକ ଦୃଷ୍ଟିକୋଣରୁ ଆସନ୍ତା ମାସରେ ଏଫପିଆଇର ଗତି କୁଆଡ଼େ ଜଣାପଡ଼ିବ। ସେ କହିଛନ୍ତି ଯେ ଏହା ବ୍ୟତୀତ ଭାରତୀୟ କମ୍ପାନୀଗୁଡ଼ିକର ତୃତୀୟ ତ୍ରୈମାସିକ ରୋଜଗାର ପ୍ରଦର୍ଶନ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଦେଶର ଅଗ୍ରଗତି ନିବେଶକଙ୍କ ଭାବନାକୁ ଆକୃଷ୍ଟ କରିବାରେ ଏବଂ ବିଦେଶୀ ପୁଞ୍ଜି ବିନିଯୋଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଶ୍ରୀବାସ୍ତବ ଆହୁରି ମଧ୍ୟ କହିଛନ୍ତି, ବଜାରରେ ସମ୍ପ୍ରତି ସଂଶୋଧନ ଦ୍ୱାରା ହୁଏତ କିଛି ନିବେଶ ବୃଦ୍ଧି ପାଇଁ ଏଫପିଆଇକୁ ପ୍ରେରଣା ଦେଇପାରେ। ଏହା ବ୍ୟତୀତ ଚାଇନା ଏବଂ ଅନ୍ୟାନ୍ୟ ଦେଶ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବିତ ଶୁଳ୍କ ହେତୁ ଚାଇନାର ଇକ୍ୱିଟି ଉପରେ ଅନିଶ୍ଚିତତା କାରଣରୁ ଏଫପିଆଇଗୁଡ଼ିକ ପୁନର୍ବାର ଭାରତୀୟ ଇକ୍ୱିଟି ଆଡ଼କୁ ମୁହାଁଇଥିବେ।

The post ଭାରତ ଫେରୁଛନ୍ତି ବିଦେଶୀ ନିବେଶକ appeared first on Dharitri Odia News.