ଭାରତ ବନ୍ଦ ଡାକରା ପ୍ରଭାବ: ପର୍ଯ୍ୟଟକ ହଟହଟା
ଦାରିଙ୍ଗବାଡି, ୩୧।୧୨ (ଅରୁଣ ସାହୁ ): ବିଭିନ୍ନ ସଂଗଠନ ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ଦେଶରେ ନିର୍ବାଚନରେ ଅନିୟମିତତା ହେଉଛି ତେଣୁ ଇଭିଏମରେ ନିର୍ବାଚନକୁ ତୁରନ୍ତ ହଟାଯିବା ସହ ଆଦିବାସୀଙ୍କ ମାଲିକାନା ନିମନ୍ତେ ୫ମ ଓ ୬ଷ୍ଠ ନିୟମ ଲାଗୁ କରିବା, ପଛୁଆବର୍ଗଙ୍କ ଅଧିକାର ପାଇଁ ତାଙ୍କର ଜାତି ଜନଗଣନା ତୁରନ୍ତ କରାଯିବା, ପାର୍ଲାମେଣ୍ଟ ଭଳି ପବିତ୍ର ଗୃହରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ […] The post ଭାରତ ବନ୍ଦ ଡାକରା ପ୍ରଭାବ: ପର୍ଯ୍ୟଟକ ହଟହଟା appeared first on Dharitri Odia News.
ଦାରିଙ୍ଗବାଡି, ୩୧।୧୨ (ଅରୁଣ ସାହୁ ): ବିଭିନ୍ନ ସଂଗଠନ ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ଦେଶରେ ନିର୍ବାଚନରେ ଅନିୟମିତତା ହେଉଛି ତେଣୁ ଇଭିଏମରେ ନିର୍ବାଚନକୁ ତୁରନ୍ତ ହଟାଯିବା ସହ ଆଦିବାସୀଙ୍କ ମାଲିକାନା ନିମନ୍ତେ ୫ମ ଓ ୬ଷ୍ଠ ନିୟମ ଲାଗୁ କରିବା, ପଛୁଆବର୍ଗଙ୍କ ଅଧିକାର ପାଇଁ ତାଙ୍କର ଜାତି ଜନଗଣନା ତୁରନ୍ତ କରାଯିବା, ପାର୍ଲାମେଣ୍ଟ ଭଳି ପବିତ୍ର ଗୃହରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଭୀମରାଓ ଆମ୍ବେଦକରଙ୍କୁ ଅପମାନ କରିଥିବା ପ୍ରତିବାଦରେ ବିଭିନ୍ନ ସଂଗଠନଗୁଡ଼ିକ ଏହି ବନ୍ଦ ଡାକରା ଦେଇଛନ୍ତି। ଫଳରେ ଦାରିଙ୍ଗବାଡିକୁ ସକାଳୁ ସକାଳୁ ପହଞ୍ଚିଥିବା ହଜାର ସଂଖ୍ୟାରେ ପର୍ଯ୍ୟଟକ ଭୋକ ଉପାସରେ ହଟହଟା ହୋଇଛନ୍ତି। ବ୍ରହ୍ମପୁର ଠାରୁ ରାଇପୁର, ଭବାନୀପାଟଣା, ନବରଙ୍ଗପୁର, କୋରାପୁଟ, ଜୟପୁର, ଆଦି ଅଞ୍ଚଳକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ଦାରିଙ୍ଗବାଡି ର ଚାରିଛକ ରେ ବ୍ଲକିଂ କରି ଗାଡିମୋଟରକୁ ବିକ୍ଷୋଭକାରୀମାନେ ଛାଡ଼ି ନ ଥିଲେ। ଫଳରେ ଯାତ୍ରୀ ହଟାହଟା ହୋଇଥିଲେ। ସେହିପରି ଜିରୋ ନାଇଟ ପାଳନ ଓ ନୂଆବର୍ଷ ରହିଥିବାରୁ ଦୋକାନ ବଜାର ବନ୍ଦ କାରଣରୁ ଅଞ୍ଚଳବାସୀ ଜରୁରୀ ସାମଗ୍ରୀ କିଣିବାରେ ହଇରାଣ ହୋଇଥିଲେ। ତେବେ ଦାରିଙ୍ଗବାଡି ବଜାରକୁ ଛାଡିଦେଲେ ବ୍ଲକ ଅଞ୍ଚଳର ଅନ୍ୟ ଗ୍ରାମ ପଞ୍ଚାୟତ ଗୁଡିକ ଦୋକାନ ବଜାର ଖୋଲା ରହିବା ସହ ସୱାଭାବିକ ପରିସ୍ଥିତି ଥିଲା। ଖବର ଲେଖିବା ସୁଦ୍ଧା ବିକ୍ଷୋଭକାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନକୁ ଭାରତ ମୁକ୍ତି ମୋର୍ଚ୍ଚା ସଂଗଠନ ସମେତ ବହୁଜନ କ୍ରାନ୍ତି ମୋର୍ଚ୍ଚା,ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦ, ରାଷ୍ଟ୍ରିୟ ଖ୍ରୀଷ୍ଟିଆନ ମୋର୍ଚ୍ଚା, ଅଲ ଇଣ୍ଡିଆ ସେଡୁଲ କାଷ୍ଟ ଫେଡେରେସନ, ଆମ୍ବେଦକର ସ୍ମୃତି କମିଟିଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହୋଇଥିବା ରାଷ୍ଟ୍ରିୟ ଆଦିବାସୀ ଏକତା ପରିଷଦର ପ୍ରଭାରୀ ପ୍ରଶାନ୍ତ କୁମାର ପ୍ରଧାନ କହିଛନ୍ତି।
The post ଭାରତ ବନ୍ଦ ଡାକରା ପ୍ରଭାବ: ପର୍ଯ୍ୟଟକ ହଟହଟା appeared first on Dharitri Odia News.