ଭାରତ ବାହାନା, ହିନ୍ଦୁଙ୍କୁ ଟାର୍ଗେଟ୍ କରିବା ଲକ୍ଷ୍ୟ; ଖଲିସ୍ତାନୀଙ୍କୁ ଖୁସି କରିବାକୁ ଏପରି କରୁଛନ୍ତି ଟ୍ରୁଡୋ

ନୂଆଦିଲ୍ଲୀ: ଭାରତ ଏବଂ କାନାଡ଼ା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଭାରତ ସରକାର ହାଇକମିଶନରଙ୍କ ସମେତ ୬ଜଣ ରାଷ୍ଟ୍ରଦୂତଙ୍କୁ କାନାଡାରୁ ଫେରାଇ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସମର୍ଥିତ ଖଲିସ୍ତାନୀ ଆତଙ୍କବାଦୀ ଏବଂ ଉପଦ୍ରବୀଙ୍କ ଉତ୍ପାତରୁ ବର୍ତ୍ତିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଏହାସହିତ କାନାଡାର ରାଜନ୍ୟାୟିକ ସଂଖ୍ୟା ହ୍ରାସ ପାଇ ୯କୁ ଖସି ଆସିଛି ।  ଜଷ୍ଟିନ ଟ୍ରୁଡୋଙ୍କ ରାଜନୈତିକ ମହାତ୍ବକାଂକ୍ଷୀ ଆଶା ପାଇଁ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ଟ୍ରୁଡୋ ଖଲିସ୍ତାନୀଙ୍କ ପାଇଁ କାନାଡାରେ ରହୁଥିବା ହିନ୍ଦୁମାନଙ୍କୁ ଟାର୍ଗେଟ୍ କରୁଛନ୍ତି । ୧୮ ଜୁନ ୨୦୨୩ରେ ଆତଙ୍କବାଦୀ ହରଦୀପ୍ ସିଂହ ନିଜରର ହତ୍ୟା ପରେ ଭାରତକୁ ଟାର୍ଗେଟ୍ କରୁଛନ୍ତି ଜଷ୍ଟିନ ଟ୍ରୁଡୋ । ଏଥିପାଇଁ କାନାଡାର ଅନ୍ୟ ରାଜନୈତକ ଦଳ ମାନଙ୍କର ସମର୍ଥନ ଲୋଡୁଛନ୍ତି । ଫାଇଭ୍ ଆଈଜ୍ ଏଲାୟନ୍ସର ସୂଚନା ଦେଇ ଆଙ୍ଗୋ-ସେକ୍ସନ ପଶ୍ଚିମର ସମର୍ଥନ ମାଗିଥିଲେ । ଭାରତ ଏବଂ କାନାଡା ମଧ୍ୟରେ ଫାଟ ସୃଷ୍ଟି କରିବାକୁ ପାକିସ୍ତାନ ସମେତ ନ୍ୟାସନାଲ୍ କାଉଁନସିଲ୍ ଅଫ୍ କାନାଡିୟନ ମୁସଲିମ୍ସଙ୍କ ସାଥ୍ ଦେଉଛନ୍ତି । ବୈଦେଶିକ ବିଶେଷଜ୍ଞ ମତ ଅନୁଯାୟୀ, ଜଷ୍ଟିନ ଟ୍ରୁଡୋ ନିଜର ରାଜନୈତିକ ଅସ୍ତିତ୍ବ ପାଇଁ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ମାମଲାରେ ଭାରତ ଫସେଇବା ପାଇଁ ବିଦେଶୀ ଆୟୋଗ ଏବଂ ରୟାଲ କାନାଡ

ଭାରତ ବାହାନା, ହିନ୍ଦୁଙ୍କୁ ଟାର୍ଗେଟ୍ କରିବା ଲକ୍ଷ୍ୟ; ଖଲିସ୍ତାନୀଙ୍କୁ ଖୁସି କରିବାକୁ ଏପରି କରୁଛନ୍ତି ଟ୍ରୁଡୋ

ନୂଆଦିଲ୍ଲୀ: ଭାରତ ଏବଂ କାନାଡ଼ା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଭାରତ ସରକାର ହାଇକମିଶନରଙ୍କ ସମେତ ୬ଜଣ ରାଷ୍ଟ୍ରଦୂତଙ୍କୁ କାନାଡାରୁ ଫେରାଇ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସମର୍ଥିତ ଖଲିସ୍ତାନୀ ଆତଙ୍କବାଦୀ ଏବଂ ଉପଦ୍ରବୀଙ୍କ ଉତ୍ପାତରୁ ବର୍ତ୍ତିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଏହାସହିତ କାନାଡାର ରାଜନ୍ୟାୟିକ ସଂଖ୍ୟା ହ୍ରାସ ପାଇ ୯କୁ ଖସି ଆସିଛି ।  ଜଷ୍ଟିନ ଟ୍ରୁଡୋଙ୍କ ରାଜନୈତିକ ମହାତ୍ବକାଂକ୍ଷୀ ଆଶା ପାଇଁ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ଟ୍ରୁଡୋ ଖଲିସ୍ତାନୀଙ୍କ ପାଇଁ କାନାଡାରେ ରହୁଥିବା ହିନ୍ଦୁମାନଙ୍କୁ ଟାର୍ଗେଟ୍ କରୁଛନ୍ତି । 

୧୮ ଜୁନ ୨୦୨୩ରେ ଆତଙ୍କବାଦୀ ହରଦୀପ୍ ସିଂହ ନିଜରର ହତ୍ୟା ପରେ ଭାରତକୁ ଟାର୍ଗେଟ୍ କରୁଛନ୍ତି ଜଷ୍ଟିନ ଟ୍ରୁଡୋ । ଏଥିପାଇଁ କାନାଡାର ଅନ୍ୟ ରାଜନୈତକ ଦଳ ମାନଙ୍କର ସମର୍ଥନ ଲୋଡୁଛନ୍ତି । ଫାଇଭ୍ ଆଈଜ୍ ଏଲାୟନ୍ସର ସୂଚନା ଦେଇ ଆଙ୍ଗୋ-ସେକ୍ସନ ପଶ୍ଚିମର ସମର୍ଥନ ମାଗିଥିଲେ । ଭାରତ ଏବଂ କାନାଡା ମଧ୍ୟରେ ଫାଟ ସୃଷ୍ଟି କରିବାକୁ ପାକିସ୍ତାନ ସମେତ ନ୍ୟାସନାଲ୍ କାଉଁନସିଲ୍ ଅଫ୍ କାନାଡିୟନ ମୁସଲିମ୍ସଙ୍କ ସାଥ୍ ଦେଉଛନ୍ତି । 

ବୈଦେଶିକ ବିଶେଷଜ୍ଞ ମତ ଅନୁଯାୟୀ, ଜଷ୍ଟିନ ଟ୍ରୁଡୋ ନିଜର ରାଜନୈତିକ ଅସ୍ତିତ୍ବ ପାଇଁ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ମାମଲାରେ ଭାରତ ଫସେଇବା ପାଇଁ ବିଦେଶୀ ଆୟୋଗ ଏବଂ ରୟାଲ କାନାଡିୟାନ୍ ମାଓଣ୍ଟେଡ୍ ପୋଲିସର ବ୍ୟବହାର କରୁଛନ୍ତି । ଜଣେ ଶୀର୍ଷ ରାଜନୈତିକ କହିଛନ୍ତି, ଯଦି ନିଜ୍ଜର ଉପରେ ଓପନ ଏଣ୍ଡ ଶର୍ଟ କେସ୍ ଥିଲା ତେବେ ଯାଞ୍ଚ ଏଜେନ୍ସି ରୟାଲ କାନାଡିୟାନ୍ ମାଓଣ୍ଟେଡ୍ ପୋଲିସ ଏପର୍ଯ୍ୟନ୍ତ କାହିଁକି ଚାର୍ଜସିଟ୍ ଦାଖଲ କରୁନାହାନ୍ତି । କାନାଡା ସରକାର ଖଲିସ୍ତାନ ଟାଇଗର ଫୋର୍ସ ଆତଙ୍କବାଦୀଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟ ସମ୍ପୃକ୍ତି ଥିବା ପ୍ରମାଣ କାହିଁକି ଦେଉନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି । କାନାଡା ସରକାର ଖଲିସ୍ତାନୀ ଭୋଟ୍ ବ୍ୟାଙ୍କ୍ ବୃଦ୍ଧି କରିବାକୁ ଏଭଳି କରୁଥିବା ବୈଦେଶିକ ବିଶେଷଜ୍ଞ କହିଛନ୍ତି ।...