ଭାରତ ବିରୋଧରେ କାମ କରୁଥିବା ଦେଶଙ୍କ ଅର୍ଥବ୍ୟବସ୍ଥାକୁ ସହଯୋଗ କରାଯାଇ ପାରିବନି: ଧନଖଡ
ନୂଆଦିଲ୍ଲୀ ୧୭।୫: ଉପରାଷ୍ଟ୍ରପତି ଜଗଦୀଶ ଧନଖଡ଼ ଶନିବାର କହିଛନ୍ତି ଯେ ଆମଦାନୀ ଅଥବା ଯାତ୍ରା ଜରିଆରେ ସେହି ଦେଶଙ୍କ ଅର୍ଥନୀତିକୁ ସହଯୋଗ କରାଯାଇ ପାରିବନି ଯେଉଁମାନେ ଭାରତ ହୀତର ବିପରୀତ କାମ କରୁଛନ୍ତି । ଧନଖଡ଼ ଏହି ଟିପ୍ପଣୀ ସେତେବେଳେ ଦେଇଛନ୍ତି ଯେତେବେଳେ ଅପରେସନ ସିନ୍ଦୂରରେ ପାକିସ୍ତାନକୁ ସହଯୋଗ କରିଥିବା ଆଜାରବୈଜାନ ଓ ତୁର୍କିଏର ଦେଶରେ ବହିଷ୍କାର ହେଉଛି। ସେ ଓଲଟି ଏ ନେଇ ପ୍ରଶ୍ନ ମଧ୍ୟ କରିଛନ୍ତି। ଧନଡଖଡ଼ କହିଛନ୍ତି ଯେ କଣ ଆମେ ସେହି ଦେଶମାନଙ୍କୁ ସଶକ୍ତ କରିପାରିବା ଯେଉଁମାନେ ଆମ ହୀତର ବିରୋଧୀ? ସେ କହିଛନ୍ତି ଯେ ଆମ ମଧ୍ୟରେ ପ୍ରତ୍ୟେକଙ୍କୁ ଆର୍ଥିକ ରାଷ୍ଟ୍ରବାଦକୁ ନେଇ ଏବେ ଗଭୀରତାର ସହ ଚିନ୍ତା କରିବାର ସମୟ ଆସିଯାଇଛି। ଉପରାଷ୍ଟ୍ରପତି କହିଛନ୍ତି ଯେ ପ୍ରତ୍ୟେକ ଜିନିଷର ମୂଲ୍ୟାୟନ ରାଷ୍ଟ୍ରବାଦ ପ୍ରତି ଅତୁଟ ସଂକଳ୍ପ ଆଧାରରେ କରାଯିବା ଦରକାର । ଯାହା ଦ୍ୱାରା ରାଷ୍ଟ୍ରବାଦ ମଧ୍ୟ ସଶସକ୍ତ ହୋଇ ପାରିବ ବୋଲି ସେ କହିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ଯେ ତୁର୍କିଏ ପାକିସ୍ତାନର ସମର୍ଥନ କରୁଛି। ଅପରେସନ ସିନ୍ଦୂରରେ ପଡୋଶୀ ଦେଶ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଆତଙ୍କବାଦୀଙ୍କ ଶିବିର ଉପରେ ଭାରତର ଆକ୍ରମଣକୁ ତୁର୍କିଏ ନିନ୍ଦା କରିଛି। ଏହା ଛଡା ଭାରତର ସାମରିକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ମଧ୍ୟ ବହୁତ ପରିମାଣରେ ତୁର୍କିଏର ଡ୍ରୋନ ବ୍ୟବହାର କରିଛି। ଏଥିରେ ଆଜାରବୈଜାନ ମଧ୍ୟ ପାକିସ୍ତା
ନୂଆଦିଲ୍ଲୀ ୧୭।୫: ଉପରାଷ୍ଟ୍ରପତି ଜଗଦୀଶ ଧନଖଡ଼ ଶନିବାର କହିଛନ୍ତି ଯେ ଆମଦାନୀ ଅଥବା ଯାତ୍ରା ଜରିଆରେ ସେହି ଦେଶଙ୍କ ଅର୍ଥନୀତିକୁ ସହଯୋଗ କରାଯାଇ ପାରିବନି ଯେଉଁମାନେ ଭାରତ ହୀତର ବିପରୀତ କାମ କରୁଛନ୍ତି । ଧନଖଡ଼ ଏହି ଟିପ୍ପଣୀ ସେତେବେଳେ ଦେଇଛନ୍ତି ଯେତେବେଳେ ଅପରେସନ ସିନ୍ଦୂରରେ ପାକିସ୍ତାନକୁ ସହଯୋଗ କରିଥିବା ଆଜାରବୈଜାନ ଓ ତୁର୍କିଏର ଦେଶରେ ବହିଷ୍କାର ହେଉଛି। ସେ ଓଲଟି ଏ ନେଇ ପ୍ରଶ୍ନ ମଧ୍ୟ କରିଛନ୍ତି।
ଧନଡଖଡ଼ କହିଛନ୍ତି ଯେ କଣ ଆମେ ସେହି ଦେଶମାନଙ୍କୁ ସଶକ୍ତ କରିପାରିବା ଯେଉଁମାନେ ଆମ ହୀତର ବିରୋଧୀ? ସେ କହିଛନ୍ତି ଯେ ଆମ ମଧ୍ୟରେ ପ୍ରତ୍ୟେକଙ୍କୁ ଆର୍ଥିକ ରାଷ୍ଟ୍ରବାଦକୁ ନେଇ ଏବେ ଗଭୀରତାର ସହ ଚିନ୍ତା କରିବାର ସମୟ ଆସିଯାଇଛି। ଉପରାଷ୍ଟ୍ରପତି କହିଛନ୍ତି ଯେ ପ୍ରତ୍ୟେକ ଜିନିଷର ମୂଲ୍ୟାୟନ ରାଷ୍ଟ୍ରବାଦ ପ୍ରତି ଅତୁଟ ସଂକଳ୍ପ ଆଧାରରେ କରାଯିବା ଦରକାର । ଯାହା ଦ୍ୱାରା ରାଷ୍ଟ୍ରବାଦ ମଧ୍ୟ ସଶସକ୍ତ ହୋଇ ପାରିବ ବୋଲି ସେ କହିଛନ୍ତି।
ଉପରାଷ୍ଟ୍ରପତି କହିଛନ୍ତି ଯେ ତୁର୍କିଏ ପାକିସ୍ତାନର ସମର୍ଥନ କରୁଛି। ଅପରେସନ ସିନ୍ଦୂରରେ ପଡୋଶୀ ଦେଶ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଆତଙ୍କବାଦୀଙ୍କ ଶିବିର ଉପରେ ଭାରତର ଆକ୍ରମଣକୁ ତୁର୍କିଏ ନିନ୍ଦା କରିଛି। ଏହା ଛଡା ଭାରତର ସାମରିକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ମଧ୍ୟ ବହୁତ ପରିମାଣରେ ତୁର୍କିଏର ଡ୍ରୋନ ବ୍ୟବହାର କରିଛି। ଏଥିରେ ଆଜାରବୈଜାନ ମଧ୍ୟ ପାକିସ୍ତାନର ସମର୍ଥନ କରିଛି। ଏଣୁ ଏପରି ଦେଶଙ୍କ ସହ କୌଣସି ପ୍ରକାରର ବାଣିଜ୍ୟିକ ସମ୍ପର୍କ ନ ରହିବା ଭଲ ବୋଲି ସେ କହିଛନ୍ତି।