ଭାରତ ବିଶ୍ୱ ମହାଶକ୍ତି ତାଲିକାରେ ରହିବାକୁ ହକ୍ଦାର: ପୁଟିନ୍
ମସ୍କୋ,୯ା୧୧: ଭାରତର ଅର୍ଥନୀତି ଏବେ ଅନ୍ୟ ଦେଶଗୁଡ଼ିକଠାରୁ ଦ୍ରୁତ ବେଗରେ ଅଗ୍ରଗତି କରୁଛି। ତେଣୁ ଏହା ବିଶ୍ୱ ମହାଶକ୍ତି ତାଲିକାରେ ସ୍ଥାନ ପାଇବାକୁ ହକ୍ଦାର ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ କହିଛନ୍ତି। ସୋଚିଠାରେ ଭାଲ୍ଡାଇ ଡିସ୍କସନ କ୍ଲବ୍ର ଅଧିବେଶନକୁ ଉଦ୍ବୋଧନ ଦେଇ ପୁଟିନ୍ କହିଛନ୍ତି, ରୁଷିଆ ସବୁଦିଗରୁ ଭାରତ ସହ ସମ୍ପର୍କରେ ଉନ୍ନତି ଘଟାଇଛି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ସର୍ବାଧିକ ବିଶ୍ୱାସ ରହିଥିବା ସେ କହିଛନ୍ତି। ପାଖାପାଖି ୧.୫ ବିଲିୟନ ଜନସଂଖ୍ୟା ବିଶିଷ୍ଟ […] The post ଭାରତ ବିଶ୍ୱ ମହାଶକ୍ତି ତାଲିକାରେ ରହିବାକୁ ହକ୍ଦାର: ପୁଟିନ୍ appeared first on Dharitri Odia News.
ମସ୍କୋ,୯ା୧୧: ଭାରତର ଅର୍ଥନୀତି ଏବେ ଅନ୍ୟ ଦେଶଗୁଡ଼ିକଠାରୁ ଦ୍ରୁତ ବେଗରେ ଅଗ୍ରଗତି କରୁଛି। ତେଣୁ ଏହା ବିଶ୍ୱ ମହାଶକ୍ତି ତାଲିକାରେ ସ୍ଥାନ ପାଇବାକୁ ହକ୍ଦାର ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ କହିଛନ୍ତି। ସୋଚିଠାରେ ଭାଲ୍ଡାଇ ଡିସ୍କସନ କ୍ଲବ୍ର ଅଧିବେଶନକୁ ଉଦ୍ବୋଧନ ଦେଇ ପୁଟିନ୍ କହିଛନ୍ତି, ରୁଷିଆ ସବୁଦିଗରୁ ଭାରତ ସହ ସମ୍ପର୍କରେ ଉନ୍ନତି ଘଟାଇଛି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ସର୍ବାଧିକ ବିଶ୍ୱାସ ରହିଥିବା ସେ କହିଛନ୍ତି। ପାଖାପାଖି ୧.୫ ବିଲିୟନ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତର ଅର୍ଥନୈତିକ ଅଭିବୃଦ୍ଧି ସର୍ବଧିକ ହୋଇଥିବାବେଳେ ଏହାର ପୁରାତନ ସଂସ୍କୃତି ଏବଂ ଅଧିକ ଅଭିବୃଦ୍ଧିର ଭଲ ସମ୍ଭାବନା ରହିଛି। ଏହି ଦେଶ ସହ ରୁଷିଆର ସୁରକ୍ଷା ଏବଂ ପ୍ରତିରକ୍ଷା ସମ୍ପର୍କରେ ଉନ୍ନତି ଘଟିଛି। ଭାରତୀୟ ସଶସ୍ତ୍ର ବଳରେ ରୁଷିଆର ବହୁ ସାମରିକ ଉପକରଣ ଲାଗିଥିବା ପୁଟିନ୍ କହିଛନ୍ତି।
The post ଭାରତ ବିଶ୍ୱ ମହାଶକ୍ତି ତାଲିକାରେ ରହିବାକୁ ହକ୍ଦାର: ପୁଟିନ୍ appeared first on Dharitri Odia News.