ଭାରତ ଭୟରେ ଥରୁଛି ପାକିସ୍ତାନ: କରାଚି ଏବଂ ଲାହୋରରେ ଏୟାରସ୍ପେସ ବନ୍ଦ କଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନରେ ହାଇଆଲର୍ଟ। ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ମେ ମାସରେ କରାଚୀ ଏବଂ ଲାହୋର ଆକାଶପଥର କିଛି ଅଂଶକୁ ପ୍ରତିଦିନ... The post ଭାରତ ଭୟରେ ଥରୁଛି ପାକିସ୍ତାନ: କରାଚି ଏବଂ ଲାହୋରରେ ଏୟାରସ୍ପେସ ବନ୍ଦ କଲା ପାକିସ୍ତାନ appeared first on .

ଭାରତ ଭୟରେ ଥରୁଛି ପାକିସ୍ତାନ: କରାଚି ଏବଂ ଲାହୋରରେ ଏୟାରସ୍ପେସ ବନ୍ଦ କଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନରେ ହାଇଆଲର୍ଟ। ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ମେ ମାସରେ କରାଚୀ ଏବଂ ଲାହୋର ଆକାଶପଥର କିଛି ଅଂଶକୁ ପ୍ରତିଦିନ ଚାରି ଘଣ୍ଟା ପାଇଁ ବନ୍ଦ ରଖିବାକୁ ଘୋଷଣା କରିଛି ଏବଂ ଦେଶର ସମସ୍ତ ବିମାନବନ୍ଦରକୁ ‘ହାଇ ଆଲର୍ଟ’ରେ ରଖିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି ।

ପାକିସ୍ତାନରେ ୨୯ ସହରରେ ସାଇରନ ଆଲର୍ଟର ବ୍ୟବସ୍ଥା କରାଯାଇଛି। କରାଚି, ଲାହୋରରେ ଆକ୍ରମଣ ଆଶଙ୍କା କରୁଛି ପାକିସ୍ତାନ। ଦୁଇଟି ଯାକ ବାଣିଜ୍ୟର କେନ୍ଦ୍ରସ୍ଥଳ ହୋଇଥିବାରୁ ଆକ୍ରମଣ ହୋଇପାରେ  ବୋଲି ସେଠାକାର ସରକାର ଆଶଙ୍କା କରୁଛନ୍ତି। ତେଣୁ ଦୁଇ ସହରରେ ଏୟାରସ୍ପେସ ବନ୍ଦ କରିଛି ପାକିସ୍ତାନ।

ଭାରତୀୟ ବିମାନ ଲାଗି ଏୟାରସ୍ପେସ ବନ୍ଦ  କରାଯାଇଛି। ସୁରକ୍ଷାର ଆଳ ଦେଖାଇ ଏହି ନିଷ୍ପତ୍ତି ନିଆଯାଇଛି। ଭୋର ୪ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଏୟାରସ୍ପେସ ବନ୍ଦ ରହିବ। ଏହି ସବୁ ସହରର ବିଭିନ୍ନ ସ୍ଥାନରେ ସାଇରନ ଲଗାଇବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏୟାରସ୍ପେସ ବନ୍ଦ ନିଷ୍ପତ୍ତି ହୋଇଛି।

 

The post ଭାରତ ଭୟରେ ଥରୁଛି ପାକିସ୍ତାନ: କରାଚି ଏବଂ ଲାହୋରରେ ଏୟାରସ୍ପେସ ବନ୍ଦ କଲା ପାକିସ୍ତାନ appeared first on .