ଭାରତ ରତ୍ନ ଘୋଷଣା ପରେ ଭାବୁକ ହେଲେ ଆଡଭାନୀ, କହିଲେ ଏହା ‘ମୋ ନୀତି ଓ ଆଦର୍ଶର ସମ୍ମାନ’

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏ ସମ୍ପର୍କରେ ଘୋଷଣା କରିଥିଲେ। ଭାରତ ସରକାର ତାଙ୍କୁ ଭାରତ ରତ୍ନରେ ସମ୍ମାନୀତ କରିବାକୁ ଯାଉଥିବାରୁ ଆଡଭାନୀ କୃତଜ୍ଞତା ଜଣାଇଛନ୍ତି। କିନ୍ତୁ ଭାରତ ରତ୍ନ କେବଳ ବ୍ୟକ୍ତିଗତ ଭାବେ ତାଙ୍କୁ ମିଳି ନାହିଁ। ବରଂ […]

ଭାରତ ରତ୍ନ ଘୋଷଣା ପରେ ଭାବୁକ ହେଲେ ଆଡଭାନୀ, କହିଲେ ଏହା ‘ମୋ ନୀତି ଓ ଆଦର୍ଶର ସମ୍ମାନ’
LK Advani expresses gratitude for Bharat Ratna

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏ ସମ୍ପର୍କରେ ଘୋଷଣା କରିଥିଲେ। ଭାରତ ସରକାର ତାଙ୍କୁ ଭାରତ ରତ୍ନରେ ସମ୍ମାନୀତ କରିବାକୁ ଯାଉଥିବାରୁ ଆଡଭାନୀ କୃତଜ୍ଞତା ଜଣାଇଛନ୍ତି। କିନ୍ତୁ ଭାରତ ରତ୍ନ କେବଳ ବ୍ୟକ୍ତିଗତ ଭାବେ ତାଙ୍କୁ ମିଳି ନାହିଁ। ବରଂ ଜୀବନବ୍ୟାପୀ ସେ ଯେଉଁ ନୀତି ଓ ଆଦର୍ଶକୁ ଅନୁପାଳନ କରିଚାଲିଥିଲେ, ତାକୁ ଭାରତ ରତ୍ନ ମିଳିଛି ବୋଲି ଆଡଭାନୀ କହିଛନ୍ତି।

ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରିଥିବାରୁ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଡଭାନୀ କହିଛନ୍ତିି ଯେ ଏହା କେବଳ ତାଙ୍କ ପାଇଁ ନୁହେଁ, ତାଙ୍କ ନୀତି ଓ ଆଦର୍ଶର ବି ସମ୍ମାନ।

ବିଜେପିର ଏହି ବରିଷ୍ଠ ନେତା କହିଛନ୍ତି, ଆରଏସ୍ଏସ୍ (ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ)ରେ ଯୋଗଦେବା ପରେ ଜୀବନରେ ଯାହା କିଛି ଦାୟିତ୍ବ ମିଳିଛି ତାହା ନିର୍ବାହ ପୂର୍ବକ ମୋର ଦେଶ ପ୍ରତି ଉତ୍ସର୍ଗୀକୃତ ତଥା ନିଃସ୍ୱାର୍ଥପର ସେବା କରିବାରେ ହିଁ ମୋତେ ଖୁସି ମିଳିଥିଲା। ସେ କହିଛନ୍ତି, “ମୋତେ ଭାରତ ରତ୍ନ ପ୍ରଦାନ କରିଥିବାରୁ ମୁଁ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି।”

ଏହା ପୂର୍ବରୁ ମୋଦୀ ‘ଏକ୍ସ’ରେ ଲେଖିଥିଲେ,’ ଆମ ସମୟର ଅନ୍ୟତମ ସମ୍ମାନନୀୟ ରାଜନେତା ଆଡଭାନୀଙ୍କ ଭାରତର ବିକାଶରେ ବିଶାଳ ଯୋଗଦାନ ରହିଛି । ସେ ନିଜ ଜୀବନରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଠାରୁ ଉପ ପ୍ରଧାନମନ୍ତ୍ରୀ ଭାବେ ଦେଶ ସେବା କରିଛନ୍ତିି।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ମୋ ପାଇଁ ବେଶ୍ ଭାବପ୍ରବଣ ମୁହୂର୍ତ୍ତ। ଆଡଭାନୀଜୀ ସର୍ବସାଧାରଣ ଜୀବନରେ ତାଙ୍କର ବହୁ ଦଶକର ସେବା, ପାରଦର୍ଶିତା ଏବଂ ଅଖଣ୍ଡତାର ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ ଏବଂ ରାଜନୈତିକ ନୈତିକତା କ୍ଷେତ୍ରରେ ଏକ ଅନୁକରଣୀୟ ମାନଦଣ୍ଡ ସ୍ଥାପନ କରିଥିଲେ। ଦେଶର ଏକତା ତଥା ସାଂସ୍କୃତିକ ପୁନର୍ଜାଗରଣକୁ ଆଗକୁ ବଢ଼ାଇବା ଦିଗରେ ସେ ଅଦ୍ୱିତୀୟ ଉଦ୍ୟମ କରିଛନ୍ତି।

ମୋଦୀ କହିଥିଲେ, “ଭାରତ ରତ୍ନ ସହ ତାଙ୍କୁ ସମ୍ମାନିତ କରିବା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ। ତାଙ୍କ ସହ ଯୋଗାଯୋଗ କରିବା ଏବଂ ତାଙ୍କଠାରୁ ଶିଖିବାର ଅସଂଖ୍ୟ ସୁଯୋଗ ପାଇବା ମୋର ସୌଭାଗ୍ୟ ବୋଲି ମୁଁ ବିବେଚନା କରିବି। ” ପ୍ରଧାନମନ୍ତ୍ରୀ କହିଥିଲେ ଆଡଭାନୀଙ୍କୁ ଏହି ସମ୍ମାନ ପ୍ରଦାନ ନେଇ ଘୋଷଣା କରି ସେ ବହୁତ ଖୁସି। ଗତ ମାସରେ କେନ୍ଦ୍ର ସରକାର ସମାଜବାଦୀ ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ପୁରୀ ଠାକୁରଙ୍କୁ ମଧ୍ୟ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଥିଲେ।