ଭାରତ-ଶ୍ରୀଲଙ୍କା ODI ମ୍ୟାଚ୍ ଟାଏ ପରେ ରାଗିଗଲେ ରୋହିତ, ଅର୍ଶଦୀପଙ୍କୁ ଦେଖି ଏପରି ଦେଲେ ରିଆକ୍ସନ
ମୁମ୍ବାଇ ୦୩।୦୮ : ଟି-୨୦ ସିରିଜ୍ ପରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ । ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଶୁକ୍ରବାର ଦିନ କଲମ୍ବୋର ପ୍ରେମାଦାସା ଷ୍ଟାଡିୟମ୍ରେ ଖେଳାଯାଇଥିଲେ । ଯେଉଁଠି ମ୍ୟାଚ୍ଟି ଟାଏ ରହିଥିଲା । ଆଉ ଉଭୟ ଟିମ୍ ପଏଣ୍ଟକୁ ଭାଗ ଭାଗ କରିଛନ୍ତି । ହେଲେ ମ୍ୟାଚ୍ର ରେଜଲ୍ଟ ଏବଂ ଟେଲ୍ ଏଣ୍ଡର ବ୍ୟାଟସମ୍ୟାନ୍ଙ୍କ ଖରାପ ସଟ୍ ସିଲେକ୍ସନକୁ ନେଇ ଅଧିନାୟକ ରୋହିତ ଶର୍ମା ଅସନ୍ତୁଷ୍ଟ ଥିବା ଜଣାପଡିଛି । ଯାହାର ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ପ୍ରଥମ ଦିନିକିଆରେ ଟସ୍ ଜିତି ଶ୍ରୀଲଙ୍କା ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୩୦ ରନ୍ କରିଥିଲା । ଆଉ ଭାରତକୁ ୨୩୧ ରନ୍ର ଟାର୍ଗେଟ ଦେଇଥିଲା । ଭାରତ ମଧ୍ୟ ଭଲ ଆରମ୍ଭ କରିଥିଲା । ହେଲେ ଅଳ୍ପ ରନ୍ ବ୍ୟବଧାନରେ ପଡିଚାଲିଲା ଓ୍ୱିକେଟ୍ । ପରିସ୍ଥିତି ଏପରି ହେଲା କି । ମ୍ୟାଚ୍ କିଏ ଜିତିବ । ସେନେଇ ଲାଗିରହିଥିଲା ସସ୍ପେନ୍ସ । ଶେଷରେ ୧୪ ବଲ୍ରେ ୧ ରନ୍ରେ ଆବଶ୍ୟକ ଥିଲା । ଆଉ ହାତରେ ଥିଲା ଗୋଟିଏ ଓ୍ୱିକେଟ୍ । ହେଲେ ଅର୍ଶଦୀପ ସିଂହ ବଡ଼ ସଟ୍ ମାରିବା ଚକ୍କରରେ ନିଜ ଓ୍ୱିକେଟ୍ ଦେଇବସିଥିଲେ । ଶ୍ରୀଲଙ୍କା ଅଧିନାୟକ ଅର୍ସଲଙ୍କାଙ୍କ ବଲ୍ରେ ଏଲ୍ବିଡବ୍ଲୁ ହୋଇଥିଲେ ଅର୍ଶଦୀପ । ଆଉ ମ୍ୟାଚ୍ରେ ଭାରତୀୟ ଟିମ୍ ବିଜୟୀ ହେବା ପରିବର୍ତ୍ତେ ଟାଏରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ମ୍ୟାଚ୍ ଶେଷ ପରେ ରୋହିତ
ମୁମ୍ବାଇ ୦୩।୦୮ : ଟି-୨୦ ସିରିଜ୍ ପରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ । ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଶୁକ୍ରବାର ଦିନ କଲମ୍ବୋର ପ୍ରେମାଦାସା ଷ୍ଟାଡିୟମ୍ରେ ଖେଳାଯାଇଥିଲେ । ଯେଉଁଠି ମ୍ୟାଚ୍ଟି ଟାଏ ରହିଥିଲା । ଆଉ ଉଭୟ ଟିମ୍ ପଏଣ୍ଟକୁ ଭାଗ ଭାଗ କରିଛନ୍ତି । ହେଲେ ମ୍ୟାଚ୍ର ରେଜଲ୍ଟ ଏବଂ ଟେଲ୍ ଏଣ୍ଡର ବ୍ୟାଟସମ୍ୟାନ୍ଙ୍କ ଖରାପ ସଟ୍ ସିଲେକ୍ସନକୁ ନେଇ ଅଧିନାୟକ ରୋହିତ ଶର୍ମା ଅସନ୍ତୁଷ୍ଟ ଥିବା ଜଣାପଡିଛି । ଯାହାର ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।
ପ୍ରଥମ ଦିନିକିଆରେ ଟସ୍ ଜିତି ଶ୍ରୀଲଙ୍କା ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୩୦ ରନ୍ କରିଥିଲା । ଆଉ ଭାରତକୁ ୨୩୧ ରନ୍ର ଟାର୍ଗେଟ ଦେଇଥିଲା । ଭାରତ ମଧ୍ୟ ଭଲ ଆରମ୍ଭ କରିଥିଲା । ହେଲେ ଅଳ୍ପ ରନ୍ ବ୍ୟବଧାନରେ ପଡିଚାଲିଲା ଓ୍ୱିକେଟ୍ । ପରିସ୍ଥିତି ଏପରି ହେଲା କି । ମ୍ୟାଚ୍ କିଏ ଜିତିବ । ସେନେଇ ଲାଗିରହିଥିଲା ସସ୍ପେନ୍ସ । ଶେଷରେ ୧୪ ବଲ୍ରେ ୧ ରନ୍ରେ ଆବଶ୍ୟକ ଥିଲା । ଆଉ ହାତରେ ଥିଲା ଗୋଟିଏ ଓ୍ୱିକେଟ୍ । ହେଲେ ଅର୍ଶଦୀପ ସିଂହ ବଡ଼ ସଟ୍ ମାରିବା ଚକ୍କରରେ ନିଜ ଓ୍ୱିକେଟ୍ ଦେଇବସିଥିଲେ । ଶ୍ରୀଲଙ୍କା ଅଧିନାୟକ ଅର୍ସଲଙ୍କାଙ୍କ ବଲ୍ରେ ଏଲ୍ବିଡବ୍ଲୁ ହୋଇଥିଲେ ଅର୍ଶଦୀପ । ଆଉ ମ୍ୟାଚ୍ରେ ଭାରତୀୟ ଟିମ୍ ବିଜୟୀ ହେବା ପରିବର୍ତ୍ତେ ଟାଏରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ମ୍ୟାଚ୍ ଶେଷ ପରେ ରୋହିତ ଶର୍ମା ଯେତେବେଳେ ସମସ୍ତଙ୍କ ସହ ହାତ ମିଳାଇଥିଲେ । ଏହି ସମୟରେ ଅର୍ଶଦୀପଙ୍କ ସହ ହାତ ମିଳାଇଥିଲେ । ହେଲେ ଅର୍ଶଦୀପଙ୍କ ସଟ୍ ସିଲେକ୍ସନ ନେଇ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଥିଲା । ଅର୍ଶଦୀପ ମୁଣ୍ଡକୁ ପୋତି ରୋହିତ ଶର୍ମାଙ୍କ ପାର୍ କରି ଯାଉଥିବାର ଦେଖିବାକୁ ମିଳିଛି । ଯାହାର ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।