ଭାରତର CAA ସମ୍ପର୍କରେ ଅଜଣା ପାକିସ୍ତାନର ପୀଡ଼ିତ ହିନ୍ଦୁ, ଜାଣନ୍ତୁ କହୁଛନ୍ତି କ’ଣ?
ଇସ୍ଲାମାବାଦ ୧୬।୩: ଭାରତ ନିକଟରେ ନାଗରିକତା (ସଂଶୋଧନ)ଅଧିନିୟମ (ସିଏଏ) ୨୦୧୯ ଦେଶରେ ଲାଗୁ କରିଛି। ଏହି ଆଇନ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ପୀଡ଼ିତ ସଂଖ୍ୟାଲଘୁଙ୍କୁ ଭାରତର ନାଗରିକତା ପ୍ରଦାନ ନିମନ୍ତ ତିଆରି କରାଯାଇଛି। ଏହି ଆଇନରେ ଉପରୋକ୍ତ ଦେଶମାନଙ୍କରୁ ୩୧ ଡିସେମ୍ବର ୨୦୧୪ ମସିହା ପୂର୍ବରୁ ଚାଲିଆସିଥିବା ଅଣ ମୁସଲମାନ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ। ତେବେ ଜାଣିଲେ ଆଶ୍ଟର୍ଯ୍ୟ ହେବେ ପାକିସ୍ତାନର ଅଧିକାଂଶ ପୀଡ଼ିତ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ଭାରତର ଏହି ଆଇନ ସମ୍ପର୍କରେ କିଛି ବି ଜାଣନ୍ତିନି। ଗଣମାଧ୍ୟମ ସହ ଆଲୋଚନାରେ ପାକିସ୍ତାନୀ ହିନ୍ଦୁ ଅମିତ କୁମାର ଦେଶରେ ଦ୍ୱିତୀୟ ଶ୍ରେଣୀ ନାଗରିକର ଜୀବନ ବଞ୍ଚିବାକୁ ପଡୁଥିବା କହିଛନ୍ତି। ପାକିସ୍ତାନ ଦକ୍ଷିଣ ସିନ୍ଧ ପ୍ରାନ୍ତର ସଂଘାର ଜିଲ୍ଲାର ବ୍ୟବସାୟୀ ଅମିତ କୁମାର ଯେତେ ଶୀଘ୍ର ସମ୍ଭବ ଭାରତ ପଳାଇ ଆସିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ମୋର ଧର୍ମ କାରଣରୁ ଅନୁନ୍ୟ ଭାରତରେ ମୋତେ ହତ୍ୟାତ କରାଯିବେନି। ଅମିତ ପାକିସ୍ତାନରେ ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର। ଏଣୁ ସେ କୌଣସି ମତେ ପାକିସ୍ତାନରୁ ପଳାୟନ କରିବାକୁ ଚାହୁଁଛନ୍ତି। ତେବେ ସେ ଭାରତର ନାଗରିକତା ସଂଶୋଧନ ଅଧିନିୟମ ସମ୍ପର୍କରେ କିଛି ବି ଜାଣନ୍ତିନି ବୋଲି କହିଛନ୍ତି। ଗତ ଦୁଇ ଦଶନ୍ଧୀରେ ଶହଶହ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀ ସାମାଜିକ, ରାଜନୈତିକ ଓ ଧାର୍ମିକ ଅସୁରକ୍ଷା ଯୋଗୁ
ଇସ୍ଲାମାବାଦ ୧୬।୩: ଭାରତ ନିକଟରେ ନାଗରିକତା (ସଂଶୋଧନ)ଅଧିନିୟମ (ସିଏଏ) ୨୦୧୯ ଦେଶରେ ଲାଗୁ କରିଛି। ଏହି ଆଇନ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ପୀଡ଼ିତ ସଂଖ୍ୟାଲଘୁଙ୍କୁ ଭାରତର ନାଗରିକତା ପ୍ରଦାନ ନିମନ୍ତ ତିଆରି କରାଯାଇଛି। ଏହି ଆଇନରେ ଉପରୋକ୍ତ ଦେଶମାନଙ୍କରୁ ୩୧ ଡିସେମ୍ବର ୨୦୧୪ ମସିହା ପୂର୍ବରୁ ଚାଲିଆସିଥିବା ଅଣ ମୁସଲମାନ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ। ତେବେ ଜାଣିଲେ ଆଶ୍ଟର୍ଯ୍ୟ ହେବେ ପାକିସ୍ତାନର ଅଧିକାଂଶ ପୀଡ଼ିତ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ଭାରତର ଏହି ଆଇନ ସମ୍ପର୍କରେ କିଛି ବି ଜାଣନ୍ତିନି।
ଗଣମାଧ୍ୟମ ସହ ଆଲୋଚନାରେ ପାକିସ୍ତାନୀ ହିନ୍ଦୁ ଅମିତ କୁମାର ଦେଶରେ ଦ୍ୱିତୀୟ ଶ୍ରେଣୀ ନାଗରିକର ଜୀବନ ବଞ୍ଚିବାକୁ ପଡୁଥିବା କହିଛନ୍ତି। ପାକିସ୍ତାନ ଦକ୍ଷିଣ ସିନ୍ଧ ପ୍ରାନ୍ତର ସଂଘାର ଜିଲ୍ଲାର ବ୍ୟବସାୟୀ ଅମିତ କୁମାର ଯେତେ ଶୀଘ୍ର ସମ୍ଭବ ଭାରତ ପଳାଇ ଆସିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ମୋର ଧର୍ମ କାରଣରୁ ଅନୁନ୍ୟ ଭାରତରେ ମୋତେ ହତ୍ୟାତ କରାଯିବେନି। ଅମିତ ପାକିସ୍ତାନରେ ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର। ଏଣୁ ସେ କୌଣସି ମତେ ପାକିସ୍ତାନରୁ ପଳାୟନ କରିବାକୁ ଚାହୁଁଛନ୍ତି। ତେବେ ସେ ଭାରତର ନାଗରିକତା ସଂଶୋଧନ ଅଧିନିୟମ ସମ୍ପର୍କରେ କିଛି ବି ଜାଣନ୍ତିନି ବୋଲି କହିଛନ୍ତି।

ଗତ ଦୁଇ ଦଶନ୍ଧୀରେ ଶହଶହ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀ ସାମାଜିକ, ରାଜନୈତିକ ଓ ଧାର୍ମିକ ଅସୁରକ୍ଷା ଯୋଗୁ ଭାରତ ଚାଲି ଆସିଛନ୍ତି। ମୁସଲମାନ ବହୁଳ ଦେଶରେ ସେମାନେ ନିଜକୁ ଅସୁରକ୍ଷିତ ମନେ କରୁଥିଲେ। ତେବେ ଭାରତ ଚାଲି ଆସିଥିବାରୁ ନୂଆ ଆଇନ ସେମାନଙ୍କୁ ଦେଶରେ ନାଗରିକତା ପ୍ରଦାନରେ ସହାୟକ ହୋଇ ପାରିବ। ହେଲେ ଯେଉଁମାନେ ଏପର୍ଯ୍ୟନ୍ତ ପୀଡ଼ିତ ହେଉଥିଲେ ବି ପାକିସ୍ତାନରେ ପଡି ରହିଛନ୍ତି ସେମାନେ ଏହି ଆଇନ ସମ୍ପର୍କରେ କିଛି ବି ଜାଣି ନଥିବା କହିଛନ୍ତି। ଏପରି ଆଉ ଜଣେ ହେଉଛନ୍ତି ପେଶାବରର ଶିଖ୍ କପଡା ବ୍ୟବସାୟୀ ଜଶବନ୍ତ ସିଂହ। ସେ କହିଛନ୍ତି ଯେ ଭାରତ ସରକାର ଏପରି ଆଇନ ପ୍ରଣୟନ କରୁଥିବା ଆମେ ଜାଣିନୁ। ତେବେ ପାକିସ୍ତାନରେ ଏବେ ଆମର ଆର୍ଥିକ ଅବସ୍ଥା ଯାହା ସେଥିରେ ଭାରତ ଯାଇ ପୁଣି ଥରେ ନୂଆକରି ଜୀବନ ଆରମ୍ଭ କରିପାରିବୁନି।
ପାକିସ୍ତାନରେ ବସବାସ କରୁଥିବା ମୋଟ ହିନ୍ଦୁଙ୍କ ସଂଖ୍ୟା ପାଖାପାଖି ୧୯ ଲକ୍ଷ। ଯାହା ମୋଟ ଜନସଂଖ୍ୟାର ୧.୨ ପ୍ରତିଶତ ବିଭାଜନ ପରେ ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ୨୩ ପ୍ରତିଶତ ଥିଲା। ହେଲେ ଏହା ଏବେ ହ୍ରାସ ହୋଇ ୧.୨ ପ୍ରତିଶତରୁ ବି କମି ଗଲାଣି। ସେହିପରି ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା ୨୨ ପ୍ରତିଶତରୁ ଖସି ୧୦ ପ୍ରତିଶତକୁ ପହଞ୍ଚିଲାଣି। ଆଫଗାନିସ୍ତାନରେ ଶିଖମାନଙ୍କ ସଂଖ୍ୟା ୨ ଲକ୍ଷରୁ ହ୍ରାସ ହୋଇ ଏବେ ମାତ୍ର ୩୭୮ ରହିଛି।