ଭାରତ ସହ ଉତ୍ତେଜନାରେ PoK ଉପରେ ବିମାନ ଚଳାଚଳ ବାତିଲ କଲା ପାକିସ୍ତାନ

ଇସ୍ଲାମାବାଦ ୩୦।୪: ପହଲଗାମ ଆତଙ୍କବାଦୀ ଗୁଳିକାଣ୍ଡ ପରେ ଭାରତ ସହ ଲାଗି ରହିଥିବା ଉତ୍ତେଜନାରେ ପାକିସ୍ତାନ ବିମାନ କମ୍ପାନୀ ସୁରକ୍ଷାଗତ କାରଣ ପାଇଁ ବୁଧବାର ଗିଲଗିଟ, ସ୍କାର୍ଦ୍ଦୁ ଓ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଉପରେ ଦେଇ ଯାତାୟାତ କରୁଥିବା ସବୁ ଉଡାଣ ବାତିଲ କରିଦେଇଛି। ଉଡାଣ ଅନୁସୂଚୀ ସୂତ୍ର ଆଧାରରେ ଊର୍ଦ୍ଦୁ ଦୈନିକ ‘ଜଙ୍ଗ’ ସୂଚିତ କରିଛି ଯେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ) କରାଚୀ ଓ ଲାହୋରରୁ ସ୍କାର୍ଦ୍ଦୁ ଲାଗି ୨ଟି ଉଡାଣ ବାତିଲ କରିଛି। ସମ୍ବାଦପତ୍ର ବିମାନ କମ୍ପାନୀ ସୂତ୍ରର ଆଧାରରେ ସୂଚିତ କରିଛି ଯେ ଇସ୍ଲାମାବାଦରୁ ସ୍କାର୍ଦ୍ଦୁ ଯାଉଥିବା ୨ଟି ଉଡାଣ ଓ ଇସ୍ଲାମାବାଦରୁ ଗିଲଗିଟ ଯାଉଥିବା ୪ଟି ଉଡାଣ ବାତିଲ ହୋଇଛି। ସେହିପିର ଏକ୍ସପ୍ରେସ୍ ଟ୍ରିବ୍ୟୁନ ରିପୋର୍ଟ ଅନୁସାରେ ଭାରତ ସହିତ ବଢୁଥିବା ଉତ୍ତେଜନା କାରଣରୁ ସୁରକ୍ଷା ଚିନ୍ତା ମଧ୍ୟରେ ପାକିସ୍ତାନ ନିଜ ଏୟାରସ୍ପେସ୍ ଉପରେ ନଜର କଡ଼ାକଡି କରିଛି। ସମ୍ବାଦପତ୍ର ଅନୁସାରେ ସୁରକ୍ଷାଗତ କାରଣରୁ ବୁଧବାର ଗିଲଗିଟ୍ ଓ ସ୍କାର୍ଦ୍ଦୁ ଲାଗି ନିର୍ଦ୍ଧାରିତ ସମସ୍ତ କମର୍ସିଆଲ ଉଡାଣ ରଦ୍ଦ କରିଦିଆଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଏହା ସତର୍କତା ସ୍ୱରୂପ ନିଆଯାଇଥିବା ପଦକ୍ଷେପ, ତେବେ ଏହାର ଉଦ୍ଦେଶ୍ୟ ଆଞ୍ଚଳିକ ଉତ୍ତେଜନା କାଳରେ ଜାତୀୟ ବାୟୁସୀମା ସୁରକ୍ଷା ସୁନିଶ୍ଚିତ କରିବା। ସମ୍ବାଦପତ୍ର ଉଲ୍ଲେଖ କରିଛି ଯେ ପାକିସ୍ତାନୀ ଅଧିକାରୀମାନେ

ଭାରତ ସହ ଉତ୍ତେଜନାରେ PoK ଉପରେ ବିମାନ ଚଳାଚଳ ବାତିଲ କଲା ପାକିସ୍ତାନ

ଇସ୍ଲାମାବାଦ ୩୦।୪: ପହଲଗାମ ଆତଙ୍କବାଦୀ ଗୁଳିକାଣ୍ଡ ପରେ ଭାରତ ସହ ଲାଗି ରହିଥିବା ଉତ୍ତେଜନାରେ ପାକିସ୍ତାନ ବିମାନ କମ୍ପାନୀ ସୁରକ୍ଷାଗତ କାରଣ ପାଇଁ ବୁଧବାର ଗିଲଗିଟ, ସ୍କାର୍ଦ୍ଦୁ ଓ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଉପରେ ଦେଇ ଯାତାୟାତ କରୁଥିବା ସବୁ ଉଡାଣ ବାତିଲ କରିଦେଇଛି। ଉଡାଣ ଅନୁସୂଚୀ ସୂତ୍ର ଆଧାରରେ ଊର୍ଦ୍ଦୁ ଦୈନିକ ‘ଜଙ୍ଗ’ ସୂଚିତ କରିଛି ଯେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ) କରାଚୀ ଓ ଲାହୋରରୁ ସ୍କାର୍ଦ୍ଦୁ ଲାଗି ୨ଟି ଉଡାଣ ବାତିଲ କରିଛି। 

ସମ୍ବାଦପତ୍ର ବିମାନ କମ୍ପାନୀ ସୂତ୍ରର ଆଧାରରେ ସୂଚିତ କରିଛି ଯେ ଇସ୍ଲାମାବାଦରୁ ସ୍କାର୍ଦ୍ଦୁ ଯାଉଥିବା ୨ଟି ଉଡାଣ ଓ ଇସ୍ଲାମାବାଦରୁ ଗିଲଗିଟ ଯାଉଥିବା ୪ଟି ଉଡାଣ ବାତିଲ ହୋଇଛି। ସେହିପିର ଏକ୍ସପ୍ରେସ୍ ଟ୍ରିବ୍ୟୁନ ରିପୋର୍ଟ ଅନୁସାରେ ଭାରତ ସହିତ ବଢୁଥିବା ଉତ୍ତେଜନା କାରଣରୁ ସୁରକ୍ଷା ଚିନ୍ତା ମଧ୍ୟରେ ପାକିସ୍ତାନ ନିଜ ଏୟାରସ୍ପେସ୍ ଉପରେ ନଜର କଡ଼ାକଡି କରିଛି। ସମ୍ବାଦପତ୍ର ଅନୁସାରେ ସୁରକ୍ଷାଗତ କାରଣରୁ ବୁଧବାର ଗିଲଗିଟ୍ ଓ ସ୍କାର୍ଦ୍ଦୁ ଲାଗି ନିର୍ଦ୍ଧାରିତ ସମସ୍ତ କମର୍ସିଆଲ ଉଡାଣ ରଦ୍ଦ କରିଦିଆଯାଇଛି। 

ଅଧିକାରୀମାନେ କହିଛନ୍ତି ଯେ ଏହା ସତର୍କତା ସ୍ୱରୂପ ନିଆଯାଇଥିବା ପଦକ୍ଷେପ, ତେବେ ଏହାର ଉଦ୍ଦେଶ୍ୟ ଆଞ୍ଚଳିକ ଉତ୍ତେଜନା କାଳରେ ଜାତୀୟ ବାୟୁସୀମା ସୁରକ୍ଷା ସୁନିଶ୍ଚିତ କରିବା। ସମ୍ବାଦପତ୍ର ଉଲ୍ଲେଖ କରିଛି ଯେ ପାକିସ୍ତାନୀ ଅଧିକାରୀମାନେ ସବୁ ଏୟାରପୋର୍ଟକୁ ହାଇ ଆଲର୍ଟରେ ରଖିଛନ୍ତି ଓ ସୁରକ୍ଷା ଏବଂ ନଜର କଡ଼ାକଡି କରାଯାଇଛି।