ଭାରତ ସହ ମୁକାବିଲା ପୂର୍ବରୁ ଶ୍ରୀଲଙ୍କାକୁ ଶକ୍ତ ଝଟ୍‌କା: ଟି-୨୦ କ୍ୟାପ୍ଟେନ୍ ପଦରୁ ଇସ୍ତଫା ଦେଲେ ହସରଙ୍ଗା

ନୂଆଦିଲ୍ଲୀ: ଭାରତ ସହିତ ମୁକାବିଲା ହେବା ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍‌କୁ ଶକ୍ତ ଝଟ୍‌କା ଲାଗିଛି। ଟି-୨୦ କ୍ୟାପ୍ଟେନ୍‌ ପଦରୁ ଇସ୍ତଫା ଦେଇଛନ୍ତି ୱାନିନ୍ଦୁ ହସରଙ୍ଗା। ଟି-୨୦ ବିଶ୍ୱକପ୍‌ ୨୦୨୪ ଦୌଡ଼ରୁ ଦଳର ଶୀଘ୍ର ବାହାରି ଯିବାରୁ ସେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଗୁରୁବାର ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଜୁଲାଇ ୨୬ରୁ ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଆରମ୍ଭ ହେବ। ହେଲେ ତା ପୂର୍ବରୁ କ୍ୟାପ୍ଟେନ୍‌ଙ୍କ ଇସ୍ତଫା ଦେବାରୁ ଶ୍ରୀଲଙ୍କା ଏବେ ନୂଆ କ୍ୟାପ୍ଟେନ ନିଯୁକ୍ତି ଦେବ। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ହସରଙ୍ଗା ଇସ୍ତଫା ଦେଇଛନ୍ତି। ଇସ୍ତଫାପତ୍ରରେ ସେ କହିଛନ୍ତି “ଜଣେ ଖେଳାଳି ଭାବରେ ମୁଁ ସର୍ବଦା ଶ୍ରୀଲଙ୍କା ପାଇଁ ମୋର ସର୍ବଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବି।  ମୁଁ ସବୁବେଳେ ମୋର ଦଳ ଏବଂ ନେତୃତ୍ୱକୁ ସମର୍ଥନ କରିବି।” ସୂଚନା ଥାଉକି, ହସରଙ୍ଗା ପ୍ରାୟ ୬ ମାସ ପାଇଁ ଟି -୨୦ ଦଳର ଅଧିନାୟକ ଥିଲେ। ସେ ମଧ୍ୟ ଟି -୨୦ ବିଶ୍ୱକପରେ ଦଳର ଅଧିନାୟକ ଥିଲେ, କିନ୍ତୁ ଦଳର ପ୍ରଦର୍ଶନ ଲଜ୍ଜାଜନକ ରହିଥିଲା। ଶ୍ରୀଲଙ୍କା ସୁପର ୮ରେ ପହଞ୍ଚି ପାରି ନଥିଲା।

ଭାରତ ସହ ମୁକାବିଲା ପୂର୍ବରୁ ଶ୍ରୀଲଙ୍କାକୁ ଶକ୍ତ ଝଟ୍‌କା: ଟି-୨୦ କ୍ୟାପ୍ଟେନ୍ ପଦରୁ ଇସ୍ତଫା ଦେଲେ ହସରଙ୍ଗା

ନୂଆଦିଲ୍ଲୀ: ଭାରତ ସହିତ ମୁକାବିଲା ହେବା ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍‌କୁ ଶକ୍ତ ଝଟ୍‌କା ଲାଗିଛି। ଟି-୨୦ କ୍ୟାପ୍ଟେନ୍‌ ପଦରୁ ଇସ୍ତଫା ଦେଇଛନ୍ତି ୱାନିନ୍ଦୁ ହସରଙ୍ଗା। ଟି-୨୦ ବିଶ୍ୱକପ୍‌ ୨୦୨୪ ଦୌଡ଼ରୁ ଦଳର ଶୀଘ୍ର ବାହାରି ଯିବାରୁ ସେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଗୁରୁବାର ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। 

ଜୁଲାଇ ୨୬ରୁ ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଆରମ୍ଭ ହେବ। ହେଲେ ତା ପୂର୍ବରୁ କ୍ୟାପ୍ଟେନ୍‌ଙ୍କ ଇସ୍ତଫା ଦେବାରୁ ଶ୍ରୀଲଙ୍କା ଏବେ ନୂଆ କ୍ୟାପ୍ଟେନ ନିଯୁକ୍ତି ଦେବ। 

ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ହସରଙ୍ଗା ଇସ୍ତଫା ଦେଇଛନ୍ତି। ଇସ୍ତଫାପତ୍ରରେ ସେ କହିଛନ୍ତି “ଜଣେ ଖେଳାଳି ଭାବରେ ମୁଁ ସର୍ବଦା ଶ୍ରୀଲଙ୍କା ପାଇଁ ମୋର ସର୍ବଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବି।  ମୁଁ ସବୁବେଳେ ମୋର ଦଳ ଏବଂ ନେତୃତ୍ୱକୁ ସମର୍ଥନ କରିବି।” ସୂଚନା ଥାଉକି, ହସରଙ୍ଗା ପ୍ରାୟ ୬ ମାସ ପାଇଁ ଟି -୨୦ ଦଳର ଅଧିନାୟକ ଥିଲେ। ସେ ମଧ୍ୟ ଟି -୨୦ ବିଶ୍ୱକପରେ ଦଳର ଅଧିନାୟକ ଥିଲେ, କିନ୍ତୁ ଦଳର ପ୍ରଦର୍ଶନ ଲଜ୍ଜାଜନକ ରହିଥିଲା। ଶ୍ରୀଲଙ୍କା ସୁପର ୮ରେ ପହଞ୍ଚି ପାରି ନଥିଲା।