ଆମେରିକାର ଆକ୍ରମଣ ଭିତରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପିଏମ୍ ମୋଦୀ, ଜାଣନ୍ତୁ କ’ଣ କହିଲେ
ନୂଆଦିଲ୍ଲୀ: ଇସ୍ରାଏଲ୍-ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ହୋଇଛି । ଇରାନ ଉପରେ ଆମେରିକାର ଆକ୍ରମଣ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଇରାନ ରାଷ୍ଟ୍ରପତି ମସୁଦ ପେଜେସକିୟନଙ୍କ ସହ କଥାବର୍ତ୍ତା କରିଛନ୍ତି । ପିଏମ୍ ମୋଦୀ ମଧ୍ୟପ୍ରାଚ୍ୟରେ ବଢୁଥିବା ସଂଘର୍ଷ ଭିତରେ ତତ୍କାଳ ଉତ୍ତେଜନା ହ୍ରାସ, ଆଲୋଚନା ଓ କୂଟନୀତି ପାଇଁ ଆହ୍ୱାନ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଇସ୍ରାଏଲ୍-ଇରାନ ସଂଘର୍ଷ ୧୦ ଦିନରେ ପ୍ରବେଶ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଇରାନ ରାଷ୍ଟ୍ରପତିଙ୍କ କହ କଥା ହୋଇଛି । ଆମେ ବର୍ତ୍ତମାନ ସ୍ଥିତି ବିଷୟରେ ବିସ୍ତୃତରେ ଆଲୋଚନା କରିଲୁ । ନିକଟରେ ଆରମ୍ଭ ହୋଇଥିବା ଉତ୍ତେଜନା ଉପରେ ଗଭୀର ଚିନ୍ତା ବ୍ୟକ୍ତ କରିଛି । ଶାନ୍ତି, ସୁରକ୍ଷା ଓ ସ୍ଥିରତା ସ୍ଥାପନା ପାଇଁ ତତ୍କାଳ ଉତ୍ତେଜନା ହ୍ରାସ କରିବା, ଆଲୋଚନା ଓ କୂଟନୀତି ପାଇଁ ନିଜ ଆହ୍ୱାନକୁ ଦୋହରାଇଛନ୍ତି । Spoke with President of Iran @drpezeshkian. We discussed in detail about the current situation. Expressed deep concern at the recent escalations. Reiterated our call for immediate de-escalation, dialogue and diplomacy as the way forward and for early restoration of regional…— Narendra Modi (@narendramodi) June 22, 2025ଏହା ପୂର୍ବରୁ ଶନି
ନୂଆଦିଲ୍ଲୀ: ଇସ୍ରାଏଲ୍-ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ହୋଇଛି । ଇରାନ ଉପରେ ଆମେରିକାର ଆକ୍ରମଣ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଇରାନ ରାଷ୍ଟ୍ରପତି ମସୁଦ ପେଜେସକିୟନଙ୍କ ସହ କଥାବର୍ତ୍ତା କରିଛନ୍ତି । ପିଏମ୍ ମୋଦୀ ମଧ୍ୟପ୍ରାଚ୍ୟରେ ବଢୁଥିବା ସଂଘର୍ଷ ଭିତରେ ତତ୍କାଳ ଉତ୍ତେଜନା ହ୍ରାସ, ଆଲୋଚନା ଓ କୂଟନୀତି ପାଇଁ ଆହ୍ୱାନ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଇସ୍ରାଏଲ୍-ଇରାନ ସଂଘର୍ଷ ୧୦ ଦିନରେ ପ୍ରବେଶ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଇରାନ ରାଷ୍ଟ୍ରପତିଙ୍କ କହ କଥା ହୋଇଛି । ଆମେ ବର୍ତ୍ତମାନ ସ୍ଥିତି ବିଷୟରେ ବିସ୍ତୃତରେ ଆଲୋଚନା କରିଲୁ । ନିକଟରେ ଆରମ୍ଭ ହୋଇଥିବା ଉତ୍ତେଜନା ଉପରେ ଗଭୀର ଚିନ୍ତା ବ୍ୟକ୍ତ କରିଛି । ଶାନ୍ତି, ସୁରକ୍ଷା ଓ ସ୍ଥିରତା ସ୍ଥାପନା ପାଇଁ ତତ୍କାଳ ଉତ୍ତେଜନା ହ୍ରାସ କରିବା, ଆଲୋଚନା ଓ କୂଟନୀତି ପାଇଁ ନିଜ ଆହ୍ୱାନକୁ ଦୋହରାଇଛନ୍ତି ।
Spoke with President of Iran @drpezeshkian. We discussed in detail about the current situation. Expressed deep concern at the recent escalations. Reiterated our call for immediate de-escalation, dialogue and diplomacy as the way forward and for early restoration of regional…— Narendra Modi (@narendramodi) June 22, 2025
ଏହା ପୂର୍ବରୁ ଶନିବାର ଇରାନର ତିନୋଟି ପରମାଣୁ ସ୍ଥଳୀକୁ ଆମେରିକା ଟାର୍ଗେଟ୍ କରି ବ୍ୟାପକ କ୍ଷତି ପହଞ୍ଚାଇଥିଲା । ଇସ୍ରାଏଲ୍ ସହ ସଂଘର୍ଷରେ ଆମେରିକାର ଏଣ୍ଟ୍ରିକୁ ନେଇ ଇରାନ ଚେତାବନୀ ଦେଇଛି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନି ସତର୍କ କରାଇଛନ୍ତି, ପ୍ରତ୍ୟେକ ଆକ୍ରମଣର ଆମରିକାକୁ ଅପୂରଣୀୟ କ୍ଷତି ହେବ ।
ଅନ୍ୟପଟେ ଇରାନ ବିଦେଶ ମନ୍ତ୍ରଣାଳୟ ଚେତାବନୀ ଦେଇ କହିଛି, ଏହି ଆକ୍ରମଣ ପରେ ପୂର୍ଣ୍ଣ ମାତ୍ରାରେ କ୍ଷେତ୍ରୀୟ ଯୁଦ୍ଧ ଆରମ୍ଭ ହୋଇପାରେ । ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ନାଗରିକ ଓ ସୁରକ୍ଷା କର୍ମୀଙ୍କ ସମେତ ଅତି କମରେ ୮୬୫ ଜଣଙ୍କ ମୃତ୍ୟୁ ହୋଇସାରିଛି । ସେପଟେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ଆମେରିକାର ଆକ୍ରମଣ ଉପରେ ଗଭୀର ଚିନ୍ତା ବ୍ୟକ୍ତି କରିଛନ୍ତି । ଇସ୍ରାଏଲ-ଇରାନ ସଂଘର୍ଷ ଏବେ ନିୟନ୍ତ୍ରଣ ବାହାରକୁ ଯାଇପାରେ ବୋଲି ସେ ଆଶଂକା କରିଛନ୍ତି । ଏହାଦ୍ୱାରା ସମ୍ପୃକ୍ତ କ୍ଷେତ୍ର ସହ ଦୁନିଆକୁ ଭୟାବହ ପରିଣାମ ଭୋଗିବାକୁ ପଡ଼ିପାରେ ।