ରାସ୍ତା ପାର୍ଶ୍ୱ ଗଛରେ ପିଟି ହେଲା ବାଇକ, ଦୁଇ ମୃତ
ଆଳିମ ଗାଁର ଦେବରାଜ ଭୋଇ ଓ ଜଣେ ନାବାଳକ ଅଭୟ ଦୋରା ବାଇକ୍ରେ କୌଣସି କାମରେ ଯାଇଥିଲେ। ମଧ୍ୟାହ୍ନରେ ସେମାନେ ଘରକୁ ଫେରୁଥିବା ବେଳେ ଗାଁ ନିକଟରେ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପଟି ହୋଇଯାଇଥିଲେ।
ହୋଲିରେ ଘଟଲା ଅଘଟଣ। ଘରକୁ ଫେରୁଥିବା ବେଳେ ରାସ୍ତା ପାର୍ଶ୍ୱ ଗଛରେ ପିଟି ହେଲା ବାଇକ। ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ଘଟିଛି।
ଆଳିମ ଗାଁର ଦେବରାଜ ଭୋଇ ଓ ଜଣେ ନାବାଳକ ଅଭୟ ଦୋରା ବାଇକ୍ରେ କୌଣସି କାମରେ ଯାଇଥିଲେ। ମଧ୍ୟାହ୍ନରେ ସେମାନେ ଘରକୁ ଫେରୁଥିବା ବେଳେ ଗାଁ ନିକଟରେ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପଟି ହୋଇଯାଇଥିଲେ। ଘଟଣା ସ୍ଥଳରେ ଦେବରାଜଙ୍କ ମୃତ୍ୟୁ ଘଟିଥିଲା। ତେବେ ସ୍ଥାନୀୟ ଲୋକେ ନାବାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେସିଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କେସିଙ୍ଗା ଥାନା ପୁଲିସ ମୃତଦେହ ଜବତ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।
ରିପୋର୍ଟ-ଭବନୀପାଟଣାରୁ ରାଜକୁମାର ସିଂହଦେଓ