ସାମ୍ନା କାଚ ନଥାଇ ହେଉଥିଲା ଯାତ୍ରୀ ପରିବହନ, ଫିଟନେସ୍ ବାତିଲ ସହ ବସ୍ ସିଜ୍

ଭଦ୍ରକ ୧୨।୧୨: ଗାଡ଼ିରେ ନଥିଲା ସାମ୍ନା କାଚ । କିନ୍ତୁ କରୁଥିଲେ ଯାତ୍ରୀ ପରିବହନ । ଖବର ପାଇ ପହଞ୍ଚିଗଲେ ଆଞ୍ଚଳିକ ପରିବହନ ଅଧିକାରୀ ବାମଦେବ ସାହୁ, ଟିଏସ ଶର୍ମିଷ୍ଠା ମିଶ୍ରଙ୍କ ସହ ସ୍ୱତନ୍ତ୍ର ଟିମ୍ । ବାତିଲ କଲେ ଗାଡ଼ିର ଫିଟନେସ ଓ ଲଗାଇଲେ ଫାଇନ୍ । ଶେଷରେ ସିଜ୍ ହେଲା ଗାଡ଼ି । ଭଦ୍ରକ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଅଧିନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥ ଦେଇ ବାଲେଶ୍ଵରରୁ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଅଭିମୁଖେ ଆସୁଥିଲା ବସ୍ । ଅଧବାଟରେ ବସ୍‌କୁ ଅଟକାଇଥିଲେ ପରିବହନ ଅଧିକାରୀ । ଛାନଭିନ୍ ବେଳେ ବସ୍ର ସାମ୍ନା କାଚ ନଥିବା ଦେଖିବାକୁ ମିଳିଥିଲା । ବସ୍‌ର ସାମ୍ନା କାଚଲ ନଥାଉ ଯାତ୍ରୀ ପରିବହନ ହେଉଥିବାରୁ ଗାଡ଼ିକୁ ୧୦ ହଜାର ଟଙ୍କା ଫାଇନ୍ ହୋଇଛି । ତେବେ ଗାଡ଼ିର ଫିଟନେସ୍‌କୁ ବାତିଲ କରିବା ସହ ଗାଡ଼ିକୁ ସିଜ୍ କରିଛନ୍ତି ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ । ବସ୍‌ରେ ଥିବା ଯାତ୍ରୀଙ୍କୁ ଅନ୍ୟ ଏକ ବସ୍‌ରେ ଭୁବନେଶ୍ୱର ପଠାଇ ଦିଆଯାଇଛି ।You Can Read: ଫେକ୍ ଗେମିଂ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରି ଠକେଇ, ୪ ଜଣଙ୍କୁ ଗିରଫ କଲା ସାଇବର ଥାନା ପୋଲିସ 

ସାମ୍ନା କାଚ ନଥାଇ ହେଉଥିଲା ଯାତ୍ରୀ ପରିବହନ, ଫିଟନେସ୍ ବାତିଲ ସହ ବସ୍ ସିଜ୍

ଭଦ୍ରକ ୧୨।୧୨: ଗାଡ଼ିରେ ନଥିଲା ସାମ୍ନା କାଚ । କିନ୍ତୁ କରୁଥିଲେ ଯାତ୍ରୀ ପରିବହନ । ଖବର ପାଇ ପହଞ୍ଚିଗଲେ ଆଞ୍ଚଳିକ ପରିବହନ ଅଧିକାରୀ ବାମଦେବ ସାହୁ, ଟିଏସ ଶର୍ମିଷ୍ଠା ମିଶ୍ରଙ୍କ ସହ ସ୍ୱତନ୍ତ୍ର ଟିମ୍ । ବାତିଲ କଲେ ଗାଡ଼ିର ଫିଟନେସ ଓ ଲଗାଇଲେ ଫାଇନ୍ । ଶେଷରେ ସିଜ୍ ହେଲା ଗାଡ଼ି । ଭଦ୍ରକ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଅଧିନରେ ଏଭଳି ଘଟଣା ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥ ଦେଇ ବାଲେଶ୍ଵରରୁ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଅଭିମୁଖେ ଆସୁଥିଲା ବସ୍ । ଅଧବାଟରେ ବସ୍‌କୁ ଅଟକାଇଥିଲେ ପରିବହନ ଅଧିକାରୀ । ଛାନଭିନ୍ ବେଳେ ବସ୍ର ସାମ୍ନା କାଚ ନଥିବା ଦେଖିବାକୁ ମିଳିଥିଲା । ବସ୍‌ର ସାମ୍ନା କାଚଲ ନଥାଉ ଯାତ୍ରୀ ପରିବହନ ହେଉଥିବାରୁ ଗାଡ଼ିକୁ ୧୦ ହଜାର ଟଙ୍କା ଫାଇନ୍ ହୋଇଛି । ତେବେ ଗାଡ଼ିର ଫିଟନେସ୍‌କୁ ବାତିଲ କରିବା ସହ ଗାଡ଼ିକୁ ସିଜ୍ କରିଛନ୍ତି ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ । ବସ୍‌ରେ ଥିବା ଯାତ୍ରୀଙ୍କୁ ଅନ୍ୟ ଏକ ବସ୍‌ରେ ଭୁବନେଶ୍ୱର ପଠାଇ ଦିଆଯାଇଛି ।

You Can Read: 

ଫେକ୍ ଗେମିଂ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରି ଠକେଇ, ୪ ଜଣଙ୍କୁ ଗିରଫ କଲା ସାଇବର ଥାନା ପୋଲିସ