ଭାରତ ସହ ସେମିଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଦଳରୁ ବାହାରିଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୩।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମାର୍ଚ୍ଚ, ମଙ୍ଗଳବାର ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳର ଷ୍ଟାର ଓପନର ମାଥ୍ୟୁ ସର୍ଟ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ସ୍ପିନ ଅଲରାଉଣ୍ଡର ଓପନର ବ୍ୟାଟସମ୍ୟାନ ମାଥ୍ୟୁ ସର୍ଟଙ୍କ ରିପ୍ଲେସ୍‌ମେଣ୍ଟ ମଧ୍ୟ ଘୋଷଣା କରିଛି। ତାଙ୍କ ସ୍ଥାନରେ ସ୍ପିନ ଅଲରାଉଣ୍ଡର କୁପର କନୋଲିଙ୍କୁ ଦଳରେ ସାମିଲ କରାଯାଇଛି। ତଥାପି, […] The post ଭାରତ ସହ ସେମିଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଦଳରୁ ବାହାରିଲେ ଏହି ଷ୍ଟାର ଖେଳାଳି appeared first on Dharitri Odia News.

ଭାରତ ସହ ସେମିଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଦଳରୁ ବାହାରିଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୩।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମାର୍ଚ୍ଚ, ମଙ୍ଗଳବାର ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳର ଷ୍ଟାର ଓପନର ମାଥ୍ୟୁ ସର୍ଟ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛନ୍ତି।

କ୍ରିକେଟ ଅଷ୍ଟ୍ରେଲିଆ ସ୍ପିନ ଅଲରାଉଣ୍ଡର ଓପନର ବ୍ୟାଟସମ୍ୟାନ ମାଥ୍ୟୁ ସର୍ଟଙ୍କ ରିପ୍ଲେସ୍‌ମେଣ୍ଟ ମଧ୍ୟ ଘୋଷଣା କରିଛି। ତାଙ୍କ ସ୍ଥାନରେ ସ୍ପିନ ଅଲରାଉଣ୍ଡର କୁପର କନୋଲିଙ୍କୁ ଦଳରେ ସାମିଲ କରାଯାଇଛି। ତଥାପି, ଏହା ଏବେ ନିଶ୍ଚିତ ହୋଇଛି ଯେ ଭାରତ ବିପକ୍ଷ ସେମିଫାଇନାଲରେ ଟ୍ରାଭିସ ହେଡ ଜଣେ ନୂତନ ଖେଳାଳିଙ୍କ ସହିତ ଇନିଂସ ଆରମ୍ଭ କରିବେ।

କହି ରଖୁଛୁ ଯେ ଏକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ଯେକୌଣସି ଦଳକୁ ବଦଳ ପାଇଁ ପ୍ରଥମେ ICC ଠାରୁ ଅନୁମୋଦନ ନେବାକୁ ପଡିବ। କ୍ରିକେଟ ଅଷ୍ଟ୍ରେଲିଆ ମାଥ୍ୟୁ ସର୍ଟଙ୍କ ବଦଳରେ କୁପର କନୋଲିଙ୍କ ନାମ ପଠାଇଥିଲା, ଯାହାକୁ ଆଇସିସି ଅନୁମୋଦନ କରିଛି।

The post ଭାରତ ସହ ସେମିଫାଇନାଲ ମ୍ୟାଚ ଖେଳିବା ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା, ଦଳରୁ ବାହାରିଲେ ଏହି ଷ୍ଟାର ଖେଳାଳି appeared first on Dharitri Odia News.