ଭାରତ ସୀମାରେ ବାଂଲାଦେଶ ନାଗରିକଙ୍କ ଅନୁପ୍ରବେଶ ଉଦ୍ୟମ, ସମସ୍ତଙ୍କୁ ଅଟକାଇଲେ BSF ଯବାନ

ନୂଆଦିଲ୍ଲୀ ୦୮।୦୮ : ବାଂଲାଦେଶରେ ଥମୁନି ଅସ୍ଥିରତା । ଏବେବି ଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି । ଏହାରି ଭିତରେ ଭାରତ ସହିତ ଲାଗିଥିବା ଅନ୍ତରାଷ୍ଟ୍ରୀୟ ସୀମାରେ ଅନୁପ୍ରବେଶ ଲାଗି ଅନେକ ଲୋକ ଉଦ୍ୟମ କରୁଛନ୍ତି । ଯାହାକୁ ପଣ୍ଡ କରିଦେଇଛନ୍ତି ବିଏସ୍‌ଏଫ୍‌ (ସୀମା ସୁରକ୍ଷା ବଳ) ଯବାନ । Also Read: ବାଂଲାଦେଶରେ ନୂଆ ସରକାର; ରାତିରେ ଶପଥ ଗ୍ରହଣ, ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସବୁଧବାର ଦିନ ଦାର୍ଜିଲିଂର କଦମତାଲର ଅଞ୍ଚଳର ଉତ୍ତର ବଙ୍ଗଳା ସୀମାର ଦୁଇଟି ସ୍ଥାନରେ ବାଂଲାଦେଶର ଏକ ହଜାରରୁ ଅଧିକ ଲୋକ ଏକାଠି ହୋଇଥିଲେ ।ଯେଉଁଥିରେ ଅନେକ ହିନ୍ଦୁ ଏବଂ ବାଂଲାଦେଶୀ  ନାଗରିକ ରହିଥିଲେ । ସେହିପରି ମାନିକଗଞ୍ଜ ସୀମା ନିକଟରେ ପ୍ରାୟ ୫୦୦ରୁ ୬୦୦ରୁ ଅଧିକ ବାଂଲାଦେଶ ନାଗରିକ ଭାରତ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ହେଲେ ସମସ୍ତ ଲୋକଙ୍କୁ ଅଟକାଇଥିଲେ ସୁରକ୍ଷା ଯବାନ । ସୀମାରେ ସ୍ଥିତି ଏବେ ନିୟନ୍ତ୍ରଣାଧିନ ରହିଛି ବୋଲି ବିଏସଏଫ୍‌ କହିଛି । ସେହିପରି ଏଭଳି ସ୍ଥିତିକୁ ଦେଖି ବାଂଲାଦେଶ ସୀମା ବର୍ତ୍ତି ଅଞ୍ଚଳକୁ ହାଇଆଲର୍ଟରେ ରଖାଯାଉଛି । ଆଉ ବିଏସ୍‌ଏଫ୍‌ ସଜାଗ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । Also Read: ହସିନାଙ୍କ ବିଦାୟ ପରେ କେମିତି ରହିବ ଭାରତ-ବାଂଲାଦେଶର ସମ୍ପର୍କ ? ଅନିଶ୍ଚିତତାରେ ମୁକ୍ତ ବାଣିଜ୍ୟ ବୁଝାମଣା ଏବଂ ତିସ୍ତା ପ୍ରକଳ୍ପସୂଚନାଯୋଗ୍ୟ ଯେ, ବାଂଲାଦେଶରେ ସରକାର କ୍

ଭାରତ ସୀମାରେ ବାଂଲାଦେଶ ନାଗରିକଙ୍କ ଅନୁପ୍ରବେଶ ଉଦ୍ୟମ, ସମସ୍ତଙ୍କୁ ଅଟକାଇଲେ BSF ଯବାନ

ନୂଆଦିଲ୍ଲୀ ୦୮।୦୮ : ବାଂଲାଦେଶରେ ଥମୁନି ଅସ୍ଥିରତା । ଏବେବି ଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି । ଏହାରି ଭିତରେ ଭାରତ ସହିତ ଲାଗିଥିବା ଅନ୍ତରାଷ୍ଟ୍ରୀୟ ସୀମାରେ ଅନୁପ୍ରବେଶ ଲାଗି ଅନେକ ଲୋକ ଉଦ୍ୟମ କରୁଛନ୍ତି । ଯାହାକୁ ପଣ୍ଡ କରିଦେଇଛନ୍ତି ବିଏସ୍‌ଏଫ୍‌ (ସୀମା ସୁରକ୍ଷା ବଳ) ଯବାନ । 


Also Read: ବାଂଲାଦେଶରେ ନୂଆ ସରକାର; ରାତିରେ ଶପଥ ଗ୍ରହଣ, ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ


ବୁଧବାର ଦିନ ଦାର୍ଜିଲିଂର କଦମତାଲର ଅଞ୍ଚଳର ଉତ୍ତର ବଙ୍ଗଳା ସୀମାର ଦୁଇଟି ସ୍ଥାନରେ ବାଂଲାଦେଶର ଏକ ହଜାରରୁ ଅଧିକ ଲୋକ ଏକାଠି ହୋଇଥିଲେ ।ଯେଉଁଥିରେ ଅନେକ ହିନ୍ଦୁ ଏବଂ ବାଂଲାଦେଶୀ  ନାଗରିକ ରହିଥିଲେ । ସେହିପରି ମାନିକଗଞ୍ଜ ସୀମା ନିକଟରେ ପ୍ରାୟ ୫୦୦ରୁ ୬୦୦ରୁ ଅଧିକ ବାଂଲାଦେଶ ନାଗରିକ ଭାରତ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ହେଲେ ସମସ୍ତ ଲୋକଙ୍କୁ ଅଟକାଇଥିଲେ ସୁରକ୍ଷା ଯବାନ । ସୀମାରେ ସ୍ଥିତି ଏବେ ନିୟନ୍ତ୍ରଣାଧିନ ରହିଛି ବୋଲି ବିଏସଏଫ୍‌ କହିଛି । ସେହିପରି ଏଭଳି ସ୍ଥିତିକୁ ଦେଖି ବାଂଲାଦେଶ ସୀମା ବର୍ତ୍ତି ଅଞ୍ଚଳକୁ ହାଇଆଲର୍ଟରେ ରଖାଯାଉଛି । ଆଉ ବିଏସ୍‌ଏଫ୍‌ ସଜାଗ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । 


Also Read: ହସିନାଙ୍କ ବିଦାୟ ପରେ କେମିତି ରହିବ ଭାରତ-ବାଂଲାଦେଶର ସମ୍ପର୍କ ? ଅନିଶ୍ଚିତତାରେ ମୁକ୍ତ ବାଣିଜ୍ୟ ବୁଝାମଣା ଏବଂ ତିସ୍ତା ପ୍ରକଳ୍ପ


ସୂଚନାଯୋଗ୍ୟ ଯେ, ବାଂଲାଦେଶରେ ସରକାର କ୍ଷମତା ହସିନାଙ୍କ ହାତରୁ ଯିବା ପରେ ପରିସ୍ଥିତି ଚିନ୍ତାଜନକ ରହିଛି । ଖାସ୍‌ କରି ହିନ୍ଦୁ ଲୋକମାନଙ୍କୁ ସେଠାରେ ଅତ୍ୟାଚାର କରାଯାଉଛି ବୋଲି ଅଭିଯୋଗ ଆସିଛି । ସ୍ଥାନେ ସ୍ଥାନେ ଘର ଭଙ୍ଗାରୁଜା, ହିଂସା ପରି ଘଟଣା ଦେଖିବାକୁ ମିଳିଛି । ଏପିରିକି ଲୁଟ୍‌ପାଟ୍‌ର ମଧ୍ୟ ଖବର ଆସୁଛି । ଯାହାକୁ ଦୃଷ୍ଟିରେ ରଖି ଅନେକ ଲୋକ ସୀମା ପାରି ହୋଇ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ସମସ୍ତେ ଦେଶ ଛାଡି ଭାରତରେ ଶରଣ ନେବାକୁ ଚାହୁଁଥିଲେ । ହେଲେ ବର୍ତ୍ତମାନ ସମସ୍ତ ବାଂଲା ନାଗରିକଙ୍କୁ ଅଟକାଇ ଦେଇଛନ୍ତି ସୁରକ୍ଷା କର୍ମୀ ।