ଭାରତ ୨୦୨୭ରେ ଚନ୍ଦ୍ରଯାନ-୪ ଉତ୍କ୍ଷେପଣ କରିବ: ଇସ୍ରୋ
ନୂଆଦିଲ୍ଲୀ: ଭାରତ ୨୦୨୭ରେ ଚନ୍ଦ୍ରଯାନ-୪ ଉତ୍କ୍ଷେପଣ କରିବ। ଜାତୀୟ ମହାକାଶ ଦିବସ ଅବସରରେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଚନ୍ଦ୍ରଯାନ-୪ର ଡିଜାଇନ ଚୂଡ଼ାନ୍ତ ହୋଇସାରିଲାଣି। କେବଳ ସରକାରଙ୍କ ମଞ୍ଜୁରିକୁ ଅପେକ୍ଷା କରାଯାଇଛି। ୨୦୨୭ରେ ପୃଥିବୀ ଏବଂ ଚନ୍ଦ୍ରର ସ୍ଥିତି ସମାନ ରହିବ। ଏକ ନିର୍ଦ୍ଦିଷ୍ଟ ସମୟରେ ଉଭୟଙ୍କ ମଧ୍ୟରେ ଦୂରତା ବହୁତ ହ୍ରାସ ପାଇବ। ଇସ୍ରୋ ଏହାର ଫାଇଦା ଉଠାଇବ। ଏହି ଅଭିଯାନରେ ଚନ୍ଦ୍ରପୃଷ୍ଠରୁ ୩-୫ କେଜି ମାଟି […]

ନୂଆଦିଲ୍ଲୀ: ଭାରତ ୨୦୨୭ରେ ଚନ୍ଦ୍ରଯାନ-୪ ଉତ୍କ୍ଷେପଣ କରିବ। ଜାତୀୟ ମହାକାଶ ଦିବସ ଅବସରରେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଚନ୍ଦ୍ରଯାନ-୪ର ଡିଜାଇନ ଚୂଡ଼ାନ୍ତ ହୋଇସାରିଲାଣି। କେବଳ ସରକାରଙ୍କ ମଞ୍ଜୁରିକୁ ଅପେକ୍ଷା କରାଯାଇଛି। ୨୦୨୭ରେ ପୃଥିବୀ ଏବଂ ଚନ୍ଦ୍ରର ସ୍ଥିତି ସମାନ ରହିବ। ଏକ ନିର୍ଦ୍ଦିଷ୍ଟ ସମୟରେ ଉଭୟଙ୍କ ମଧ୍ୟରେ ଦୂରତା ବହୁତ ହ୍ରାସ ପାଇବ। ଇସ୍ରୋ ଏହାର ଫାଇଦା ଉଠାଇବ। ଏହି ଅଭିଯାନରେ ଚନ୍ଦ୍ରପୃଷ୍ଠରୁ ୩-୫ କେଜି ମାଟି ଏବଂ ପଥର ନମୁନା ନେଇ ପୃଥିବୀକୁ ଫେରିବ। ଏହି ଯାନରେ ୫ଟି ଅଲଗା ଅଲଗା ମଡ୍ୟୁଲ ରହିବ। ଚନ୍ଦ୍ରରେ ପହଞ୍ଚିବା ପରେ ମୁଖ୍ୟ ଯାନରୁ ୨ଟି ମଡ୍ୟୁଲୋ ଅଲଗା ହୋଇ ପୃଷ୍ଠରେ ଅବତରଣ କରିବ। ଉଭୟେ ନମୁନା ସଂଗ୍ରହ କରିବେ। ପରେ ଆଉ ଏକ ମଡ୍ୟୁଲୋ ପଠାଯାଇ ତାହାକୁ ମୁଖ୍ୟ ଯାନ ସହ ଯୋଡ଼ାଯିବ। ଏହା ପୃଥିବୀକୁ ଫେରିବାକୁ ଥିବା ଯାନକୁ ନମୁନା ପଠାଇ ଦେବ। ସେହିପରି ୨୦୨୮ରେ ଇଣ୍ଡିଆନ ସ୍ପେସ୍ ଷ୍ଟେସନ୍ର ପ୍ରଥମ ମଡ୍ୟୁଲୋ ଉତ୍କ୍ଷେପଣ କରାଯିବ। ଏଥିରେ କେବଳ ରୋବୋଟ ପଠାଯିବ। ଅଲଗା ଅଲଗା ସମୟରେ ଏହି ଷ୍ଟେସନର ମୋଟ ୫ଟି ମଡ୍ୟୁଲୋ ମହାକାଶକୁ ପଠାଯିବ।