'ଭାରତକୁ ଅନୁରୋଧ; ଆର୍ଥିକ ସଙ୍କଟରୁ ମୁକୁଳିବାରେ ସହଯୋଗ କରନ୍ତୁ, ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ ପଠାନ୍ତୁ'
ଯୁଦ୍ଧଗ୍ରସ୍ତ ରାଷ୍ଟ୍ର ୟୁକ୍ରେନକୁ ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ସହାୟତା କରନ୍ତୁ, ଛାତ୍ରଛାତ୍ରୀଙ୍କୁ ପୂର୍ବପରି ପାଠ ପଢିବାକୁ ୟୁକ୍ରେନ ପଠାଇବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ଡେନିସ୍ ଶିମିହଲ।
ଭାରତକୁ ଅନୁରୋଧ ଆମକୁ ଆର୍ଥିକ ସଙ୍କଟରୁ ମୁକୁଳିବାରେ ସହୟତା କରନ୍ତୁ, ପିଲାମାନଙ୍କୁ ପାଠ ପଢିବାକୁ ପୁଣି ଥରେ ଆମ ଦେଶକୁ ଛାଡନ୍ତୁ... ଭାରତର ଗଣତନ୍ତ୍ର ଦିବସରେ ଏପରି କହି ଅନୁରୋଧ କରିଛନ୍ତି ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ୍ ଶିମିହଲ।
ଡେନିସ୍ ଶିମିହଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ "ବିଶ୍ୱ ନେତା" ବୋଲି ସମ୍ବୋଧିତ କରି କହିଛନ୍ତି, ଭାରତକୁ ଅନୁରୋଧ, ଯୁଦ୍ଧଗ୍ରସ୍ତ ରାଷ୍ଟ୍ର ୟୁକ୍ରେନକୁ ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ସହାୟତା କରନ୍ତୁ, ଛାତ୍ରଛାତ୍ରୀଙ୍କୁ ପୂର୍ବପରି ପାଠ ପଢିବାକୁ ୟୁକ୍ରେନ ପଠାନ୍ତୁ। ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଶିମିହଲ ଭାରତକୁ ୟୁକ୍ରେନର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଭାଗିଦାରୀ ବୋଲି କହିଛନ୍ତି। ଏଥିସହ ଦେଶକୁ ସହଯୋଗ ତଥା ମାନବିକ ସହାୟତା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି ଶିମିହଲ।
ସେ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦି ଜଣେ ଗ୍ଲୋବାଲ୍ ଲିଡର୍, ଯିଏକି ବିଶ୍ୱ ଶାନ୍ତି ପାଇଁ କାର୍ଯ୍ୟ କରୁଛନ୍ତି। ୟୁକ୍ରେନ ବର୍ତ୍ତମାନ ଯୁଦ୍ଧ ପାଇଁ ଆର୍ଥିକ ସଙ୍କଟ ଦେଇ ଗତିକରୁଛି। ମୁଁ ପୂର୍ବ ପରି ଛାତ୍ରଛାତ୍ରୀଙ୍କୁ ୟୁକ୍ରେମ ପଠାଇ ଆମକୁ ଆର୍ଥିକ ସ୍ଥିତିକୁ ଫେରିବାରେ ସହଯୋଗ କରିବାକୁ ଭାରତକୁ ଅନୁରୋଧ କରିବି।"
ପ୍ରକାଶ ଥାଉକି, 2022 ଫେବ୍ରୁଆରୀରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ଋଷ। ଏହା ପରେ ଉଭୟ ଦେଶ ମଧ୍ୟରେ ଆଜି ପର୍ଯ୍ୟନ୍ତ ଯୁଦ୍ଧ ଲାଗିରହିଛି। ଯୁଦ୍ଧ ସମୟରେ ଭାରତ 'ଅପରେସନ୍ ଗଙ୍ଗା' ମାଧ୍ୟମରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ 18,000 ଭାରତୀୟ ନାଗରିକଙ୍କୁ ୟୁକ୍ରେନରୁ ସ୍ଥାନାନ୍ତର କରାଇଥିଲା।
ରିପୋର୍ଟ ଅନୁସାରେ, ପ୍ରତିବର୍ଷ ହଜାର ହଜାର ସଂଖ୍ୟକ ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନକୁ ଡାକ୍ତରୀ ପାଠ ପଢିବାକୁ ଯାଆନ୍ତି। କିନ୍ତୁ ଯୁଦ୍ଧ ପରଠାରୁ ତାହା ବନ୍ଦ ରହିଛି।