ଭାରତକୁ ଆଖି ଦେଖାଇଲା ବାଂଲାଦେଶ, ଏହି ପ୍ରସଙ୍ଗକୁ ନେଇ ବଡ଼ ଚେତାବନୀ ଦେଲେ ୟୁନୁସ୍‌ ସରକାର

ଢାକା,୨୩।୮: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଶେଖ ହାସିନାଙ୍କ ଦେଶ ଛାଡି ଯିବା ପରେ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱରେ ଏକ ନୂତନ ସରକାର ଗଠନ କରାଯାଇଛି। ବାଂଲାଦେଶର ନୂତନ ସରକାର ବର୍ତ୍ତମାନ ତିସ୍ତା ଜଳ ବିବାଦକୁ ଆନ୍ତର୍ଜାତୀୟ ମଞ୍ଚକୁ ନେବା ନେଇ ଆଲୋଚନା କରିଛନ୍ତି। ରିପୋର୍ଟ ଅନୁଯାୟୀ, ଜଳ ଓ ପରିବେଶ ମନ୍ତ୍ରୀ ରିଜୱାନା ହାସନ କହିଛନ୍ତି, ତିସ୍ତା ଜଳ ବିବାଦର ସମାଧାନ ପାଇଁ ବାଂଲାଦେଶ ଅନ୍ତର୍ଜାତୀୟ […] The post ଭାରତକୁ ଆଖି ଦେଖାଇଲା ବାଂଲାଦେଶ, ଏହି ପ୍ରସଙ୍ଗକୁ ନେଇ ବଡ଼ ଚେତାବନୀ ଦେଲେ ୟୁନୁସ୍‌ ସରକାର appeared first on Dharitri Odia News.

ଭାରତକୁ ଆଖି ଦେଖାଇଲା ବାଂଲାଦେଶ,  ଏହି ପ୍ରସଙ୍ଗକୁ ନେଇ ବଡ଼ ଚେତାବନୀ ଦେଲେ ୟୁନୁସ୍‌ ସରକାର

ଢାକା,୨୩।୮: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଶେଖ ହାସିନାଙ୍କ ଦେଶ ଛାଡି ଯିବା ପରେ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱରେ ଏକ ନୂତନ ସରକାର ଗଠନ କରାଯାଇଛି। ବାଂଲାଦେଶର ନୂତନ ସରକାର ବର୍ତ୍ତମାନ ତିସ୍ତା ଜଳ ବିବାଦକୁ ଆନ୍ତର୍ଜାତୀୟ ମଞ୍ଚକୁ ନେବା ନେଇ ଆଲୋଚନା କରିଛନ୍ତି। ରିପୋର୍ଟ ଅନୁଯାୟୀ, ଜଳ ଓ ପରିବେଶ ମନ୍ତ୍ରୀ ରିଜୱାନା ହାସନ କହିଛନ୍ତି, ତିସ୍ତା ଜଳ ବିବାଦର ସମାଧାନ ପାଇଁ ବାଂଲାଦେଶ ଅନ୍ତର୍ଜାତୀୟ ମଞ୍ଚକୁ ଯିବାକୁ ବିଚାର କରିବ। ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କ ନାମ ନେଇ ରିଜୱାନା କହିଛନ୍ତି , ମହମ୍ମଦ ୟୁନୁସ୍‌ଙ୍କ ସରକାର ଦୁଇ ଦେଶ ମଧ୍ୟରେ ନଦୀ ସହ ଜଡିତ ପ୍ରସଙ୍ଗ ଉଠାଇବେ। ମମତା ବାନାର୍ଜୀଙ୍କ ଜଳ ନଦେବା କଥା ମନେ ଅଛି। ସେ କହିଛନ୍ତି ଯେ ତିସ୍ତା ଜଳକୁ ନେଇ ଆମେ ପଛକୁ ହଟିବୁ ନାହିଁ। ଏହି ବିଷୟରେ ନୂଆଦିଲ୍ଲୀ ସହିତ ମଧ୍ୟ ଆଲୋଚନା ହେବ। ଆମେ ପାଣି ପାଇବୁ କି ନାହିଁ ତାହା ଆମ ହାତରେ ନାହିଁ, କିନ୍ତୁ ଏହି ପ୍ରସଙ୍ଗ ଉଠାଯିବ।

ରିଜୱାନା ମଧ୍ୟ ୧୯୯୬ ଗଙ୍ଗା ଜଳ ବଣ୍ଟନ ଚୁକ୍ତି ବିଷୟରେ କହିଥିଲେ। ସେ କହିଛନ୍ତି ଯେ ଏହି ଚୁକ୍ତିର ନବୀକରଣ ଉପରେ ପୁନର୍ବାର ଆଲୋଚନା କରିବାକୁ ପଡ଼ିବ, ଯାହା ଶେଖ ହାସିନା ଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହୋଇଥିଲା। ସେପ୍ଟେମ୍ବର ୨୦୨୨ରେ କୁଶିଆରା ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ।

ନିଜର ତିକ୍ତତା ମଧ୍ୟରେ ରିଜୱାନା ମଧ୍ୟ ଭାରତ ସହ ଭଲ ସମ୍ପର୍କର ବିଷୟକୁ ଦୋହରାଇଛନ୍ତି। ସେ କହିଛନ୍ତି, ଆମେ ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିବୁ, କିନ୍ତୁ ଆମର ଦାବି ମଧ୍ୟ ରଖିବୁ। ସେ ଦାବି କରିଛନ୍ତି ଯେ ଜଳ ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା ପାଇଁ ଚାଇନା ସମେତ ଅନେକ ଦେଶରୁ ବାଂଲାଦେଶ ଆମନ୍ତ୍ରଣ ପାଇଛି। ଖୁବ ଶୀଘ୍ର ଭାରତ ସରକାରଙ୍କ ସହ ଆଲୋଚନା ହେବ।

 

The post ଭାରତକୁ ଆଖି ଦେଖାଇଲା ବାଂଲାଦେଶ, ଏହି ପ୍ରସଙ୍ଗକୁ ନେଇ ବଡ଼ ଚେତାବନୀ ଦେଲେ ୟୁନୁସ୍‌ ସରକାର appeared first on Dharitri Odia News.