‘ସମସ୍ୟା ଜଣାଇଲେ କର୍ଣ୍ଣପାତ କରୁନାହାନ୍ତି’
କେସିଙ୍ଗା,୨୯।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ସହରବାସୀଙ୍କ ପକ୍ଷରୁ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ସୋମବାରଠାରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ସହରବାସୀ ନିର୍ବାହୀ ଅଧିକାରିଣୀଙ୍କୁ କୌଣସି ସମସ୍ୟା ସଂକ୍ରାନ୍ତରେ ଜଣାଇଲେ କର୍ଣ୍ଣପାତ କରୁ ନାହାନ୍ତି। ଏପରିକି ମନମୁଖୀ କାର୍ଯ୍ୟ କରୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ଏନେଇ ତୁରନ୍ତ ନିର୍ବାହୀ ଅଧିକାରିଣୀଙ୍କୁ ବଦଳି କରିବାକୁ ଦାବି କରାଯାଇଛି। ଦାବି ପୂରଣ ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି […] The post ‘ସମସ୍ୟା ଜଣାଇଲେ କର୍ଣ୍ଣପାତ କରୁନାହାନ୍ତି’ appeared first on Dharitri Odia News.
କେସିଙ୍ଗା,୨୯।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ସହରବାସୀଙ୍କ ପକ୍ଷରୁ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ସୋମବାରଠାରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି।
ସହରବାସୀ ନିର୍ବାହୀ ଅଧିକାରିଣୀଙ୍କୁ କୌଣସି ସମସ୍ୟା ସଂକ୍ରାନ୍ତରେ ଜଣାଇଲେ କର୍ଣ୍ଣପାତ କରୁ ନାହାନ୍ତି। ଏପରିକି ମନମୁଖୀ କାର୍ଯ୍ୟ କରୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ଏନେଇ ତୁରନ୍ତ ନିର୍ବାହୀ ଅଧିକାରିଣୀଙ୍କୁ ବଦଳି କରିବାକୁ ଦାବି କରାଯାଇଛି। ଦାବି ପୂରଣ ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି ସହରବାସୀ ଚେତାବନୀ ଦେଇଛନ୍ତି।
The post ‘ସମସ୍ୟା ଜଣାଇଲେ କର୍ଣ୍ଣପାତ କରୁନାହାନ୍ତି’ appeared first on Dharitri Odia News.