ଭାରତକୁ ନିମନ୍ତ୍ରଣ କରିବ କି କାନାଡ଼ା: ଟ୍ରୁଡୋ ଦେଲେ ଏମିତି ଜବାବ
ବାରି(ଇଟାଲୀ),୧୬।୬:ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଜି୭ ସମ୍ମିଳନୀରେ କାନାଡା ଅଧ୍ୟକ୍ଷତା କରିବ। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ସେତେବେଳେ ତାଙ୍କୁ ବହୁତ କିଛି କହିବା ପାଇଁ ଥିବ। ମୁଁ ବିଭିନ୍ନ ପ୍ରସଙ୍ଗରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ ସମସ୍ତ ଜି୭ ସହଭାଗୀମାନଙ୍କ ସହ କାମ କରିବାକୁ ଉତ୍ସାହିତ ଅଛି। ୨୦୨୫ ଜି୭ ଶିଖର ସମ୍ମିଳନୀରେ କାନାଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରିବ କି ନାହିଁ ପଚରାଯିବାରୁ ଟ୍ରୁଡୋ ଉତ୍ତର ଦେଇଛନ୍ତି, କାନାଡିୟମାନେ […] The post ଭାରତକୁ ନିମନ୍ତ୍ରଣ କରିବ କି କାନାଡ଼ା: ଟ୍ରୁଡୋ ଦେଲେ ଏମିତି ଜବାବ appeared first on Dharitri Odia News.
ବାରି(ଇଟାଲୀ),୧୬।୬:ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଜି୭ ସମ୍ମିଳନୀରେ କାନାଡା ଅଧ୍ୟକ୍ଷତା କରିବ। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ସେତେବେଳେ ତାଙ୍କୁ ବହୁତ କିଛି କହିବା ପାଇଁ ଥିବ। ମୁଁ ବିଭିନ୍ନ ପ୍ରସଙ୍ଗରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ ସମସ୍ତ ଜି୭ ସହଭାଗୀମାନଙ୍କ ସହ କାମ କରିବାକୁ ଉତ୍ସାହିତ ଅଛି।
୨୦୨୫ ଜି୭ ଶିଖର ସମ୍ମିଳନୀରେ କାନାଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରିବ କି ନାହିଁ ପଚରାଯିବାରୁ ଟ୍ରୁଡୋ ଉତ୍ତର ଦେଇଛନ୍ତି, କାନାଡିୟମାନେ ଆସନ୍ତା ବର୍ଷର ଜି୭କୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି। ମୋର ସମସ୍ତ ଜି୭ ସହଭାଗୀମାନଙ୍କ ସହ କାର୍ଯ୍ୟ କରିବାକୁ ମୁଁ ସର୍ବଦା ଆଗ୍ରହୀ।
ଏଥର ଜି-୭ ଶିଖର ସମ୍ମିଳନୀ ୧୩ ରୁ ୧୫ ଜୁନ ମଧ୍ୟରେ ଇଟାଲୀର ଆପୁଲିଆ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତକୁ ‘ଆଉଟ୍ରିଚ ଦେଶ’ ଭାବରେ ନିମନ୍ତ୍ରଣ କରାଯାଇଥିଲା। ଏଥିରେ ସାତୋଟି ସଦସ୍ୟ ଦେଶ ଆମେରିକା, ବ୍ରିଟେନ, କାନାଡା, ଜର୍ମାନୀ, ଇଟାଲୀ, ଜାପାନ ଏବଂ ଫ୍ରାନ୍ସ ଏବଂ ୟୁରୋପୀୟ ୟୁନିଅନ ମଧ୍ୟ ଏଥିରେ ଭାଗ ନେଇଥିଲେ।
ଜି୨୫ ନେତାଙ୍କ ପରବର୍ତ୍ତୀ ଶିଖର ସମ୍ମିଳନୀ ୨୦୨୫ରେ କାନାଡାର ଆଲବର୍ଟା ପ୍ରଦେଶର କାନାନାସ୍କିସରେ ଅନୁଷ୍ଠିତ ହେବ।
The post ଭାରତକୁ ନିମନ୍ତ୍ରଣ କରିବ କି କାନାଡ଼ା: ଟ୍ରୁଡୋ ଦେଲେ ଏମିତି ଜବାବ appeared first on Dharitri Odia News.