ସମାଲୋଚନା କଲେ ଓ୍ବାର୍ନର: ଜବାବ ରଖିଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୨୩ା୩: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ ଓ୍ବାର୍ନର ଶନିବାର ଏୟାର ଇଣ୍ଡିଆକୁ ସୋସିଆଲ ମିଡିଆ ଜରିଆରେ ସମାଲୋଚନା କରିଛନ୍ତି। ପାଇଲଟ ନ ଥିବା ବିମାନରେ ଆମକୁ ବସାଇ ଦିଆଯାଇଥିଲା। ଘଣ୍ଟା ଘଣ୍ଟା ଧରି ଆମେ ବିମାନରେ ଅପେକ୍ଷା କରି ରହିଥିଲୁ। ବିମାନ ଉଡାଇବା ପାଇଁ ପାଇଲଟ ନ ଥିବା ଜାଣିବା ପରେ ବି ତୁମେ କାହିଁକି ଯାତ୍ରୀଙ୍କୁ ବିମାନରେ ବସାଇବ ବୋଲି ଓ୍ବାର୍ନର ଏକ୍ସ’ରେ ପୋଷ୍ଟ କରିଥିଲେ। ଏହାର ଉତ୍ତରରେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, […] The post ସମାଲୋଚନା କଲେ ଓ୍ବାର୍ନର: ଜବାବ ରଖିଲା ଏୟାର ଇଣ୍ଡିଆ appeared first on Dharitri Odia News.
ନୂଆଦିଲ୍ଲୀ,୨୩ା୩: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ ଓ୍ବାର୍ନର ଶନିବାର ଏୟାର ଇଣ୍ଡିଆକୁ ସୋସିଆଲ ମିଡିଆ ଜରିଆରେ ସମାଲୋଚନା କରିଛନ୍ତି। ପାଇଲଟ ନ ଥିବା ବିମାନରେ ଆମକୁ ବସାଇ ଦିଆଯାଇଥିଲା। ଘଣ୍ଟା ଘଣ୍ଟା ଧରି ଆମେ ବିମାନରେ ଅପେକ୍ଷା କରି ରହିଥିଲୁ। ବିମାନ ଉଡାଇବା ପାଇଁ ପାଇଲଟ ନ ଥିବା ଜାଣିବା ପରେ ବି ତୁମେ କାହିଁକି ଯାତ୍ରୀଙ୍କୁ ବିମାନରେ ବସାଇବ ବୋଲି ଓ୍ବାର୍ନର ଏକ୍ସ’ରେ ପୋଷ୍ଟ କରିଥିଲେ।
ଏହାର ଉତ୍ତରରେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ପ୍ରତିକୂଳ ପାଣିପାଗ ଯୋଗୁ ଅନେକ ବିମାନର ରୁଟ୍ରେ ପରିବର୍ତ୍ତନ କରାଯାଇଥିଲା। ଏହି କାରଣରୁ ସମସ୍ତ ଏୟାରଲାଇନ୍ସରେ ବିଳମ୍ବ ହୋଇଥିଲା। ଫଳରେ ଉଡାଣ ଆରମ୍ଭ କରିବାରେ ବିଳମ୍ବ ହୋଇଥିଲା। ଆପଣଙ୍କ ଧୈର୍ଯ୍ୟକୁ ଆମେ ପ୍ରଶଂସା କରୁଛୁ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ଜବାବ ଦିଆଯାଇଛି।
The post ସମାଲୋଚନା କଲେ ଓ୍ବାର୍ନର: ଜବାବ ରଖିଲା ଏୟାର ଇଣ୍ଡିଆ appeared first on Dharitri Odia News.