ଭାରତକୁ ବଡ଼ ଝଟକା, ଭିନେଶଙ୍କ ଆବେଦନକୁ ଖାରଜ କଲେ ସିଏଏସ୍

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କ ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (ସିଏଏସ୍‌) ଖାରଜ... The post ଭାରତକୁ ବଡ଼ ଝଟକା, ଭିନେଶଙ୍କ ଆବେଦନକୁ ଖାରଜ କଲେ ସିଏଏସ୍ appeared first on .

ଭାରତକୁ ବଡ଼ ଝଟକା, ଭିନେଶଙ୍କ ଆବେଦନକୁ ଖାରଜ କଲେ ସିଏଏସ୍

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କ ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (ସିଏଏସ୍‌) ଖାରଜ କରିଛନ୍ତି। ଅର୍ଥାତ ବର୍ତ୍ତମାନ ସେ ଆଉ ରୌପ୍ୟ ପଦକ ପାଇବେ ନାହିଁ। ପ୍ୟାରିସ ଅଲିମ୍ପିକ୍ସରେ ଯୁଗ୍ମ ରୌପ୍ୟ ପଦକ ପାଇଁ ସେ କରିଥିବା ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ବା କାସ ଅଗ୍ରାହ୍ୟ କରି ଦେଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ କାସ ରାୟର ଅପରେଟିଭ ଅଂଶ ପ୍ରକାଶ ପାଇଛି। ଏଥିରେ ଭିନେଶଙ୍କ ଆବେଦନକୁ ଅଗ୍ରାହ୍ୟ କରାଯାଇଥିବା ସମ୍ପର୍କରେ ଉଲ୍ଲେଖ ରହିଛି। ସେହିପରି ରାୟର ବିସ୍ତୃତ କପି ଖୁବଶୀଘ୍ର ପ୍ରକାଶ ପାଇବ ବୋଲି କୁହାଯାଇଛି।

ଫାଇନାଲ୍ ମ୍ୟାଚ୍ ଦିନ ଭିନେଶ ଫୋଗାଟଙ୍କ ଓଜନ ନିର୍ଦ୍ଧାରିତ ୫୦ କିଲୋଗ୍ରାମଠାରୁ ୧୦୦ଗ୍ରାମ ଅଧିକ ବୋଲି ଜଣାପଡିଥିଲା। ଯେଉଁଥିପାଇଁ ସେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କୁ ରୌପ୍ୟ ପଦକ ପ୍ରଦାନ କରିବାକୁ ଆବେଦନ କରାଯାଇଥିଲା, ଯାହା ଅଗଷ୍ଟ ୧୬ରେ ଘୋଷଣା କରାଯିବାର ଥିଲା, କିନ୍ତୁ ଏହା ପୂର୍ବରୁ ସିଏଏସ୍ ତାଙ୍କ ଆବେଦନକୁ ଖାରଜ କରିଛନ୍ତି।

The post ଭାରତକୁ ବଡ଼ ଝଟକା, ଭିନେଶଙ୍କ ଆବେଦନକୁ ଖାରଜ କଲେ ସିଏଏସ୍ appeared first on .