ଭାରତକୁ ୩ ଦିନରେ ପରାସ୍ତ କରିଦେବୁ….ପୂର୍ବତନ ଅଧିନାୟକଙ୍କ ଅଜବ ଦାବି
କଲମ୍ବୋ,୧୧।୨: ଗତ ବର୍ଷ ଟିମ ଇଣ୍ଡିଆ ପାଇଁ କିଛି ବିଶେଷ ନ ଥିଲା। ଯଦିଓ ଭାରତୀୟ କ୍ରିକେଟ ଦଳ ୨୦୨୪ରେ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା, ତଥାପି ଟେଷ୍ଟ ଏବଂ ଦିନିକିଆରେ ଏହାର ପରିସଂଖ୍ୟାନ ଲଜ୍ଜାଜନକ ରହିଥିଲା। ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ ଟେଷ୍ଟ ସିରିଜରେ ପରାସ୍ତ ହୋଇଥିଲା ଏବଂ ତା’ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ମଧ୍ୟ ହାରିଥିଲା। ଏହା ପରେ ଟିମ ଇଣ୍ଡିଆକୁ ବହୁତ ସମାଲୋଚନା କରାଯାଇଥିଲା। ଏହି ସମୟରେ ପୂର୍ବତନ ଶ୍ରୀଲଙ୍କା ଅଧିନାୟକ […] The post ଭାରତକୁ ୩ ଦିନରେ ପରାସ୍ତ କରିଦେବୁ….ପୂର୍ବତନ ଅଧିନାୟକଙ୍କ ଅଜବ ଦାବି appeared first on Dharitri Odia News.
କଲମ୍ବୋ,୧୧।୨: ଗତ ବର୍ଷ ଟିମ ଇଣ୍ଡିଆ ପାଇଁ କିଛି ବିଶେଷ ନ ଥିଲା। ଯଦିଓ ଭାରତୀୟ କ୍ରିକେଟ ଦଳ ୨୦୨୪ରେ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା, ତଥାପି ଟେଷ୍ଟ ଏବଂ ଦିନିକିଆରେ ଏହାର ପରିସଂଖ୍ୟାନ ଲଜ୍ଜାଜନକ ରହିଥିଲା। ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ ଟେଷ୍ଟ ସିରିଜରେ ପରାସ୍ତ ହୋଇଥିଲା ଏବଂ ତା’ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ମଧ୍ୟ ହାରିଥିଲା। ଏହା ପରେ ଟିମ ଇଣ୍ଡିଆକୁ ବହୁତ ସମାଲୋଚନା କରାଯାଇଥିଲା। ଏହି ସମୟରେ ପୂର୍ବତନ ଶ୍ରୀଲଙ୍କା ଅଧିନାୟକ ଅର୍ଜୁନ ରଣତୁଙ୍ଗା ବର୍ତ୍ତମାନର ଭାରତୀୟ ଦଳ ବିଷୟରେ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି।
ରଣତୁଙ୍ଗା କହିଛନ୍ତି, ଚମିନ୍ଦା ଭାସ ଏବଂ ମୁରଲୀଧରନଙ୍କ ଭଳି ବୋଲରଙ୍କ ସହିତ ମୋ ଦଳ ଭାରତକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ତିନି ଦିନରେ ପରାସ୍ତ କରିଥାନ୍ତା। ଏହି ଶ୍ରୀଲଙ୍କା ଦଳରେ ପ୍ରତିଭାର କୌଣସି ଅଭାବ ନାହିଁ। ଯଦି ଆମେ ୧୯୯୬ ଦଳର ତୁଳନା କରିବା, ତେବେ କେବଳ ଅରବିନ୍ଦ ଡି ସିଲଭା ବର୍ତ୍ତମାନର ଦଳର ଖେଳାଳିମାନଙ୍କଠାରୁ ଗୋଟିଏ ସ୍ଥାନ ଉପରେ ଥିଲେ।
ଖରାପ ଫର୍ମ ସହିତ ସଂଘର୍ଷ କରୁଥିବା ବିରାଟ କୋହଲିଙ୍କ ବିଷୟରେ ରଣତୁଙ୍ଗା କହିଛନ୍ତି, ବିରାଟଙ୍କୁ ସୁନୀଲ ଗାଭାସ୍କର, ଦିଲୀପ ଭେଙ୍ଗସରକାର ଏବଂ ରାହୁଲ ଦ୍ରାବିଡଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ସହ କଥା ହେବା ଉଚିତ। ସେମାନେ ନିଶ୍ଚିତ ଭାବରେ ବିରାଟଙ୍କୁ ସାହାଯ୍ୟ କରିପାରିବେ।
ଅର୍ଜୁନ ରଣତୁଙ୍ଗାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ଦଳ କେବେବି ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ ଜିତିପାରି ନ ଥିଲା। ଅର୍ଜୁନ ରଣତୁଙ୍ଗାଙ୍କ ଅଧିନାୟକତ୍ୱରେ, ଶ୍ରୀଲଙ୍କା ଭାରତ ବିପକ୍ଷରେ ମୋଟ ୧୩ଟି ଟେଷ୍ଟ ମ୍ୟାଚ ଖେଳିଥିଲା। ଏହି ସମୟ ମଧ୍ୟରେ ତାଙ୍କ ଦଳକୁ ୫ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଶ୍ରୀଲଙ୍କା ଦଳ ପ୍ରଥମ ଥର ପାଇଁ ୧୯୮୨ ମସିହାରେ ଭାରତରେ ଏକ ଟେଷ୍ଟ ମ୍ୟାଚ ଖେଳିଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଶ୍ରୀଲଙ୍କା ଦଳ ଭାରତରେ କୌଣସି ଟେଷ୍ଟ ମ୍ୟାଚ୍ରେ ଭାରତକୁ ପରାସ୍ତ କରିପାରି ନାହିଁ। ଏହା ସତ୍ତ୍ୱେ, ଅର୍ଜୁନ ରଣତୁଙ୍ଗା ଟିମ ଇଣ୍ଡିଆ ବିଷୟରେ ଏପରି ଏକ ଅଜବ ଦାବି କରିଛନ୍ତି।
The post ଭାରତକୁ ୩ ଦିନରେ ପରାସ୍ତ କରିଦେବୁ….ପୂର୍ବତନ ଅଧିନାୟକଙ୍କ ଅଜବ ଦାବି appeared first on Dharitri Odia News.