ଭାରତର Air strikeପରେ ପାକିସ୍ତାନରେ NSC ବୈଠକ, ପାକିସ୍ତାନୀ ସେନା ମାଗିଲା ଜବାବୀ କାର୍ଯ୍ୟାନୁଷ୍ଠାନ ଅନୁମତି

ଇସ୍ଲାମାବାଦ ୭।୫:   ଭାରତୀୟ ସେନା ପହଲଗାମ ଆତଙ୍କବାଦ କାଣ୍ଡର ପ୍ରତିଶୋଧରେ ପାକିସ୍ତାନ ଓ ପିଓକେର ଆତଙ୍କୀ ବେସ୍ ଧ୍ୱଂସସ୍ତ କରିଛି। ଏହାକୁ ନେଇ ପାକିସ୍ତାନରେ ୭ ମେ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତର ଏୟାରଷ୍ଟ୍ରାଇକ୍ କୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୁଧବାର ସନ୍ଧ୍ୟାରେ ଏହି ପ୍ରସଙ୍ଗରେ ସଂସଦକୁ ସମ୍ବୋଧିତ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଭାରତୀୟ ବାୟୁସେନା ବୁଧବାର ପ୍ରତ୍ୟୁଷରେ ଅପରେସନ ‘ସିନ୍ଦୁର’ରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର (ପିଓକେ)ର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା। ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ପାକ୍ ସେନା ମାଗିଲା ଅନୁମତି ଏହି ଏୟାର ଷ୍ଟ୍ରାଇକ୍ ପରେ ବୁଧବାର  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ (ଏନଏସସି) ବୈଠକ ଡକାଇଥିଲେ। ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ୟାବିନେଟ୍ ମନ୍ତ୍ରୀମାନେ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସବୁ ସେନା ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏନଏସସି ବୈଠକରେ ଦେଶର ସୁରକ୍ଷା ପରିସ୍ଥିତିକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଭାରତର କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ପାକ୍ ସେନା ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଅନୁମତି ଦାବି କରିଥିଲା।

ଭାରତର Air strikeପରେ ପାକିସ୍ତାନରେ NSC ବୈଠକ, ପାକିସ୍ତାନୀ ସେନା ମାଗିଲା ଜବାବୀ କାର୍ଯ୍ୟାନୁଷ୍ଠାନ ଅନୁମତି

ଇସ୍ଲାମାବାଦ ୭।୫:   ଭାରତୀୟ ସେନା ପହଲଗାମ ଆତଙ୍କବାଦ କାଣ୍ଡର ପ୍ରତିଶୋଧରେ ପାକିସ୍ତାନ ଓ ପିଓକେର ଆତଙ୍କୀ ବେସ୍ ଧ୍ୱଂସସ୍ତ କରିଛି। ଏହାକୁ ନେଇ ପାକିସ୍ତାନରେ ୭ ମେ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତର ଏୟାରଷ୍ଟ୍ରାଇକ୍ କୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୁଧବାର ସନ୍ଧ୍ୟାରେ ଏହି ପ୍ରସଙ୍ଗରେ ସଂସଦକୁ ସମ୍ବୋଧିତ କରିପାରନ୍ତି ବୋଲି ଅନୁମାନ କରାଯାଉଛି। 

ଭାରତୀୟ ବାୟୁସେନା ବୁଧବାର ପ୍ରତ୍ୟୁଷରେ ଅପରେସନ ‘ସିନ୍ଦୁର’ରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର (ପିଓକେ)ର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା। 

ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ପାକ୍ ସେନା ମାଗିଲା ଅନୁମତି 
ଏହି ଏୟାର ଷ୍ଟ୍ରାଇକ୍ ପରେ ବୁଧବାର  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ (ଏନଏସସି) ବୈଠକ ଡକାଇଥିଲେ। ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ୟାବିନେଟ୍ ମନ୍ତ୍ରୀମାନେ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସବୁ ସେନା ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏନଏସସି ବୈଠକରେ ଦେଶର ସୁରକ୍ଷା ପରିସ୍ଥିତିକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। 

ଭାରତର କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ପାକ୍ ସେନା ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଅନୁମତି ଦାବି କରିଥିଲା। ଏଥିରେ ସରିଫ ତାଙ୍କ ସେନାକୁ ଖୋଲା ଅନୁମତି ଥିବା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ସେନାର ପୁରା ଅଧିକାର ରହିଛି। 

ଭାରତର ଏୟାରଷ୍ଟ୍ରାଇକରେ ପାକିସ୍ତାନ ଆତଙ୍କିତ
ସବୁଥର ଭଳି ଏଥର ମଧ୍ୟ ପାକିସ୍ତାନ କହିଛି ଯେ ତା କ୍ଷେତ୍ରରେ ଆତଙ୍କବାଦ ଶିବିର ନାହିଁ। ପାକିସ୍ତାନ ଦୋହରାଇଛି ଯେ ଆମେ ପହଲଗାମ ଆତଙ୍କବାଦ କାଣ୍ଡ ପରେ ଯାଞ୍ଚ ଦାବି କରିଥିଲୁ। ତେବେ ଭାରତର ଏୟାରଷ୍ଟ୍ରାଇକ୍ ରେ ଆତଙ୍କିତ ପାକିସ୍ତାନ ପୁଣି ଥରେ ଆମେ ଶାନ୍ତି ଚହୁଁଛୁ ବୋଲି କହିଛି। ଅନ୍ୟପକ୍ଷରେ ଭାରତ ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନର କିଛି ଘଣ୍ଟା ପରେ ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ ଯଦି ଭାରତ ନରମ ମନଭାବ ରଖେ ତେବେ ପାକିସ୍ତାନ ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନା ସମାପ୍ତ କରିବାକୁ ପ୍ରସ୍ତୁତ। 

ପହଲଗାମ ଆତଙ୍କବାଦୀ ଆକ୍ରମଣର ୨ ସପ୍ତାହ ପରେ ଭାରତ କଡ଼ା କାର୍ଯ୍ୟାନୁଷ୍ଠାନ କରି ଭାରତୀୟ ସେନା ପାକ ଅଧିକୃତ କାଶ୍ମୀରର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଯେଉଁଥିରେ ଆତଙ୍କବାଦ ସମୂହ ଲସ୍କର-ଏ-ତୌୟବା ଓ ଜୈସ-ଏ-ମହମ୍ମଦର ଗଡ଼ ମଧ୍ୟ ଧ୍ୱଂସ୍ତ ହୋଇଛି।