ଭାରତର ଅନନ୍ୟ ବ୍ରିଜ୍; ଉପରେ ଚାଲିବ ଟ୍ରେନ୍, ତଳେ ଅତିକ୍ରମ କରିବ ଜାହାଜ
ନୂଆଦିଲ୍ଲୀ ୧୩।୧୧: ନିର୍ମାଣ କ୍ଷେତ୍ରରେ ଆଗକୁ ବଢୁଛି ଭାରତ । ଆଧୁନିକୀକରଣ ହେଉଛି ସାରା ଦେଶ । ଭାରତରେ ତିଆରି ହୋଇଛି ଏକ ଅନନ୍ୟ ବ୍ରିଜ୍ । ବ୍ରିଜ୍ର ଉପରେ ଚାଲିବ ଟ୍ରେନ ଆଉ ତଳେ ଅତିକ୍ରମ କରିବ ଜାହାଜ । ଏହି ବ୍ରିଜ୍ ହେଉଛି ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି ବ୍ରିଜ୍ । ଜାଣନ୍ତି କି କେତେ ସ୍ବତନ୍ତ୍ର ଏହି ବ୍ରିଜ୍ ? ଆସନ୍ତୁ ଜାଣିବା...ଏହି ଲିଫ୍ଟ ସି ବ୍ରିଜ୍ ତାମିଲନାଡୁରୁ ରାମେଶ୍ବରମକୁ ସଂଯୋଗ କରିବ । ପ୍ରାୟ ୨.୨ କିଲୋମିଟର ଲମ୍ବରେ ନିର୍ମିତ ଏହି ସେତୁ । ନିକଟରେ ଏହି ସେତୁ ଉପରେ ଟ୍ରେନ୍ର ଟ୍ରାଏଲ୍ରନ୍ ହୋଇଥିଲା । ଯାହା ସମ୍ପୂର୍ଣ୍ଣ ସଫଳ ହୋଇଥିଲା । ଟ୍ରାଏଲ୍ରନ୍ ସମୟରେ ଟ୍ରେନ୍ ଘଣ୍ଟାପ୍ରତି ୧୨୧ କିଲୋମିଟର ବେଗରେ ଗତି କରିଥିଲା । ଏହି ଭର୍ଟିକାଲ୍ ଲିଫ୍ଟ ବ୍ରିଜର ବିଶେଷତ୍ୱ ହେଉଛି ଏହାର ଲିଫ୍ଟ ସିଷ୍ଟମ୍ । ଯାହା ବ୍ରିଜର ଡେକ୍କୁ ଉଠାଇବା ଏବଂ କମାଇବା ପାଇଁ ବ୍ୟବହୃତ କରାଯାଏ । ଏହି ସିଷ୍ଟମ୍ ଚଲାଇବା ପାଇଁ ସାଧାରଣତଃ ହାଇଡ୍ରୋଲିକ୍ ସିଲିଣ୍ଡର, ଇଲେକ୍ଟ୍ରିକ୍ ମୋଟର କିମ୍ବା ଗିଅର ସିଷ୍ଟମ୍ ବ୍ୟବହୃତ କରାଯାଏ । ବାସ୍ତବରେ ବ୍ରିଜ୍ ଡେକ୍ ଉଠାଇବା କିମ୍ବା ତଳକୁ ଆଣିବା ପାଇଁ ହାଇଡ୍ରୋଲିକ୍ ପମ୍ପ ଏବଂ ସିଲିଣ୍ଡର ବ୍ୟବହାର କରାଯାଏ । ଯେତେବେଳେ ବ୍ରିଜକୁ ଉଠାଇବାର ଆବଶ୍ୟକତା ରହିଥାଏ ସେତେବେଳେ ହାଇଡ୍ରୋଲିକ୍ ପମ୍ପରେ ପାଣି କିମ୍ବା ତେଲକୁ ଦେଇ ସିଲିଣ୍ଡରରେ ପଠାଯାଇଥାଏ । ଏହା ସାହାଯ୍
ନୂଆଦିଲ୍ଲୀ ୧୩।୧୧: ନିର୍ମାଣ କ୍ଷେତ୍ରରେ ଆଗକୁ ବଢୁଛି ଭାରତ । ଆଧୁନିକୀକରଣ ହେଉଛି ସାରା ଦେଶ । ଭାରତରେ ତିଆରି ହୋଇଛି ଏକ ଅନନ୍ୟ ବ୍ରିଜ୍ । ବ୍ରିଜ୍ର ଉପରେ ଚାଲିବ ଟ୍ରେନ ଆଉ ତଳେ ଅତିକ୍ରମ କରିବ ଜାହାଜ । ଏହି ବ୍ରିଜ୍ ହେଉଛି ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି ବ୍ରିଜ୍ । ଜାଣନ୍ତି କି କେତେ ସ୍ବତନ୍ତ୍ର ଏହି ବ୍ରିଜ୍ ? ଆସନ୍ତୁ ଜାଣିବା...
ଏହି ଲିଫ୍ଟ ସି ବ୍ରିଜ୍ ତାମିଲନାଡୁରୁ ରାମେଶ୍ବରମକୁ ସଂଯୋଗ କରିବ । ପ୍ରାୟ ୨.୨ କିଲୋମିଟର ଲମ୍ବରେ ନିର୍ମିତ ଏହି ସେତୁ । ନିକଟରେ ଏହି ସେତୁ ଉପରେ ଟ୍ରେନ୍ର ଟ୍ରାଏଲ୍ରନ୍ ହୋଇଥିଲା । ଯାହା ସମ୍ପୂର୍ଣ୍ଣ ସଫଳ ହୋଇଥିଲା । ଟ୍ରାଏଲ୍ରନ୍ ସମୟରେ ଟ୍ରେନ୍ ଘଣ୍ଟାପ୍ରତି ୧୨୧ କିଲୋମିଟର ବେଗରେ ଗତି କରିଥିଲା ।
ଏହି ଭର୍ଟିକାଲ୍ ଲିଫ୍ଟ ବ୍ରିଜର ବିଶେଷତ୍ୱ ହେଉଛି ଏହାର ଲିଫ୍ଟ ସିଷ୍ଟମ୍ । ଯାହା ବ୍ରିଜର ଡେକ୍କୁ ଉଠାଇବା ଏବଂ କମାଇବା ପାଇଁ ବ୍ୟବହୃତ କରାଯାଏ । ଏହି ସିଷ୍ଟମ୍ ଚଲାଇବା ପାଇଁ ସାଧାରଣତଃ ହାଇଡ୍ରୋଲିକ୍ ସିଲିଣ୍ଡର, ଇଲେକ୍ଟ୍ରିକ୍ ମୋଟର କିମ୍ବା ଗିଅର ସିଷ୍ଟମ୍ ବ୍ୟବହୃତ କରାଯାଏ । ବାସ୍ତବରେ ବ୍ରିଜ୍ ଡେକ୍ ଉଠାଇବା କିମ୍ବା ତଳକୁ ଆଣିବା ପାଇଁ ହାଇଡ୍ରୋଲିକ୍ ପମ୍ପ ଏବଂ ସିଲିଣ୍ଡର ବ୍ୟବହାର କରାଯାଏ ।
ଯେତେବେଳେ ବ୍ରିଜକୁ ଉଠାଇବାର ଆବଶ୍ୟକତା ରହିଥାଏ ସେତେବେଳେ ହାଇଡ୍ରୋଲିକ୍ ପମ୍ପରେ ପାଣି କିମ୍ବା ତେଲକୁ ଦେଇ ସିଲିଣ୍ଡରରେ ପଠାଯାଇଥାଏ । ଏହା ସାହାଯ୍ୟରେ ସିଲିଣ୍ଡର ପାଣିକୁ ଯାଇ ବ୍ୟାପିଯାଇଥାଏ । ଆଉ ଡେକ୍କୁ ଉପରକୁ ଟାଣିଥାଏ । ଏହାବ୍ୟତୀତ କିଛି ଭର୍ଟିକାଲ୍ ଲିଫ୍ଟ ବ୍ରିଜ୍ରେ ଗିଅର୍ ସିଷ୍ଟମ୍ ଏବଂ ଇଲେକ୍ଟ୍ରିକ୍ ମୋଟର ବ୍ୟବହାର କରାଯାଏ । ଅର୍ଥାତ୍ ଏହି ମୋଟର, ଗିୟରକୁ ବୁଲାଇଥାଏ । ଯେଉଁଥିରେ ଡେକ୍କୁ ଉପରକୁ ଉଠିଥାଏ ।
ତେବେ କିଏ ନିର୍ମାଣ କରିଛି ଏହି ବ୍ରିଜ୍ ? ଏହାର ନିର୍ମାଣ କାର୍ଯ୍ୟ ରେଳ ବିକାଶ ନିଗମ ଲିମିଟେଡ୍ (RVNL) ଦ୍ୱାରା କରାଯାଇଛି । ନୂଆ ରେଳ ବ୍ରିଜରେ ଦୁଇଟି ଲୋକୋ ଏବଂ ୧୧ଟି ଲୋଡ୍ ୱାଗନ୍ ସହିତ ଲୋଡ୍ ଡିଫ୍ଲେକ୍ସନ୍ର ମଧ୍ୟ ବ୍ୟବସ୍ଥା ରହିଛି। ଏହା ହେଉଛି ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି ବ୍ରିଜ୍ । ଅର୍ଥାତ୍ ଏହି ବ୍ରିଜ୍ ଉପରେ ଟ୍ରେନ ଚାଲିବ, କିନ୍ତୁ ସମୁଦ୍ରରେ କୌଣସି ଜାହାଜ ବ୍ରିଜ୍ ନିକଟକୁ ଆସିବା ମାତ୍ରେ ଏହା ଅଟୋମେଟିକ୍ ଉପରକୁ ଉଠିଯିବ । ଆଉ ଜାହାଜ ଏହା ତଳେ ଯିବ ।
ଏହି ବ୍ରିଜ୍କୁ ଏପରି ଡିଜାଇନ୍ କରାଯାଇଛି ଯେ, ବଡ଼ ବଡ଼ ଜାହାଜ ମଧ୍ୟ ଏହା ତଳେ ସହଜରେ ଯାଇପାରିବ । ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୦୧୯ରେ ଏହି ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବ୍ରିଜର କାମ RVNL ଦ୍ୱାରା ଫେବୃଆରୀ ୨୦୨୦ରେ ଆରମ୍ଭ ହୋଇଥିଲା । କୁହାଯାଇଥିଲା କି ବ୍ରିଜ୍ର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୧ ସୁଦ୍ଧା ଶେଷ ହେବ । କିନ୍ତୁ କରୋନା ମହାମାରୀ ଯୋଗୁଁ ଏହାର ସମୟସୀମା ବୃଦ୍ଧି କରାଯାଇଥିଲା । ଆଉ ଏହି କାରଣରୁ ୨୦୨୪ରେ ଏହି ଭର୍ଟିକାଲ୍ ଲିଫ୍ଟ ବ୍ରିଜ୍ ସଂପୂର୍ଣ୍ଣ ପୂରଣ ହୋଇଛି ।