ଭାରତର ଆକ୍ରମଣ ଭୟରେ ଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଉଛି ପାକିସ୍ତାନ ସେନା: ମିଳିଲା ଗୁଇନ୍ଦା ସୂଚନା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମ ଆକ୍ରମଣରେ ଭାରତ ପ୍ରତିଶୋଧ ନେବା ଭୟରେ ଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ପାକିସ୍ତାନ। ପାକିସ୍ତାନୀ ସେନା ପାକ୍ ଅଧିକୃତ କାଶ୍ମୀର (ପିଓକେ) ରେ ଅନେକ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଖାଲି କରିବା ଏବଂ ଆତଙ୍କବାଦୀଙ୍କୁ ସେନା ଆଶ୍ରୟସ୍ଥଳ ଏବଂ ବଙ୍କରକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛି ବୋଲି ଗୁଇନ୍ଦା ସୂତ୍ରରୁ ମିଳିଥିବା ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି। ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପିଓକେର ବହୁ ସକ୍ରିୟ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଚିହ୍ନଟ କରିବା ପରେ ପାକିସ୍ତାନ ସେନା ପକ୍ଷରୁ ପଦକ୍ଷେପ ନିଆଯାଇଛି। ଫଳରେ ଆତଙ୍କବାଦୀଙ୍କ ସ୍ଥାନରେ ପରିବର୍ତ୍ତନ କରାଯାଇଛି। ଗୁଇନ୍ଦା ସୂଚନା ଅନୁସାରେ ପିଓକେର କେଲ୍, ସାର୍ଦି, ଦୁଧନିଆଲ୍, ଆଥମୁକାମ୍, ଜୁରା, ଲିପା, ପଛିବାନ, ଫରୱାର୍ଡ କାହୁଟା, କୋଟଲି, ଖୁଇରାତ୍ତା, ମାନ୍ଧାର, ନିକାଇଲ୍, ଚମନକୋଟ ଏବଂ ଜାନକୋଟ ସମେତ ପ୍ରମୁଖ ସ୍ଥାନରୁ ଆତଙ୍କବାଦୀମାନଙ୍କୁ ସ୍ଥାନାନ୍ତର କରାଯାଉଛି। ଏହି ଲଞ୍ଚ ପ୍ୟାଡଗୁଡ଼ିକରେ ଆତଙ୍କବାଦୀମାନେ ଦୀର୍ଘଦିନ ଧରି ସୀମା ପାର ଅପରେସନ ଚଳାଉଛନ୍ତଇ। ତେଣୁ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ କାମ କରୁଆସୁଛି। ଏହିଠାରୁ ଆତଙ୍କବାଦୀମାନେ ସୀମା ପାର୍ କରି ଜାମ୍ମୁ-କାଶ୍ମୀରରେ ଆତଙ୍କ ଘଟଣା ଫେରିଯାଉଛନ୍ତି। ପଢନ୍ତୁ- ଆମେରିକା ଏୟାର ଷ୍ଟ୍ରାଇକ୍‌ରେ ଜେଲ୍‌ରେ ଥିବା ୬୮ ଆଫ୍ରିକ

ଭାରତର ଆକ୍ରମଣ ଭୟରେ ଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଉଛି ପାକିସ୍ତାନ ସେନା: ମିଳିଲା ଗୁଇନ୍ଦା ସୂଚନା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମ ଆକ୍ରମଣରେ ଭାରତ ପ୍ରତିଶୋଧ ନେବା ଭୟରେ ଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ପାକିସ୍ତାନ। ପାକିସ୍ତାନୀ ସେନା ପାକ୍ ଅଧିକୃତ କାଶ୍ମୀର (ପିଓକେ) ରେ ଅନେକ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଖାଲି କରିବା ଏବଂ ଆତଙ୍କବାଦୀଙ୍କୁ ସେନା ଆଶ୍ରୟସ୍ଥଳ ଏବଂ ବଙ୍କରକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛି ବୋଲି ଗୁଇନ୍ଦା ସୂତ୍ରରୁ ମିଳିଥିବା ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି। 

ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପିଓକେର ବହୁ ସକ୍ରିୟ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଚିହ୍ନଟ କରିବା ପରେ ପାକିସ୍ତାନ ସେନା ପକ୍ଷରୁ ପଦକ୍ଷେପ ନିଆଯାଇଛି। ଫଳରେ ଆତଙ୍କବାଦୀଙ୍କ ସ୍ଥାନରେ ପରିବର୍ତ୍ତନ କରାଯାଇଛି। ଗୁଇନ୍ଦା ସୂଚନା ଅନୁସାରେ ପିଓକେର କେଲ୍, ସାର୍ଦି, ଦୁଧନିଆଲ୍, ଆଥମୁକାମ୍, ଜୁରା, ଲିପା, ପଛିବାନ, ଫରୱାର୍ଡ କାହୁଟା, କୋଟଲି, ଖୁଇରାତ୍ତା, ମାନ୍ଧାର, ନିକାଇଲ୍, ଚମନକୋଟ ଏବଂ ଜାନକୋଟ ସମେତ ପ୍ରମୁଖ ସ୍ଥାନରୁ ଆତଙ୍କବାଦୀମାନଙ୍କୁ ସ୍ଥାନାନ୍ତର କରାଯାଉଛି। ଏହି ଲଞ୍ଚ ପ୍ୟାଡଗୁଡ଼ିକରେ ଆତଙ୍କବାଦୀମାନେ ଦୀର୍ଘଦିନ ଧରି ସୀମା ପାର ଅପରେସନ ଚଳାଉଛନ୍ତଇ। ତେଣୁ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ କାମ କରୁଆସୁଛି। ଏହିଠାରୁ ଆତଙ୍କବାଦୀମାନେ ସୀମା ପାର୍ କରି ଜାମ୍ମୁ-କାଶ୍ମୀରରେ ଆତଙ୍କ ଘଟଣା ଫେରିଯାଉଛନ୍ତି। 

ପଢନ୍ତୁ- ଆମେରିକା ଏୟାର ଷ୍ଟ୍ରାଇକ୍‌ରେ ଜେଲ୍‌ରେ ଥିବା ୬୮ ଆଫ୍ରିକୀୟ ପ୍ରବାସୀଙ୍କ ମୃତ୍ୟୁ, ୪୭ ଆହତ !

୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ହଠାତ୍ ଆତଙ୍କବାଦୀଙ୍କ ସ୍ଥାନାନ୍ତରଣ କରାଯାଉଛି। ତେଣୁ ଏଥିରେ ଜଣାପଡ଼ୁଛି ଯେ ପାକିସ୍ତାନ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବାକୁ କିଭଳି ଉତ୍ସାହର ସହ କାମ କରୁଛି। 

ଗତ ସପ୍ତାହରେ, ସୁରକ୍ଷା ବାହିନୀ ପାକ୍ ଅଧିକୃତ କାଶ୍ମୀରରେ ଅବସ୍ଥିତ ପ୍ରାୟ ୪୨ ଟି ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଏବଂ ତାଲିମ କେନ୍ଦ୍ରକୁ ଟାର୍ଗଟେ୍ କରିଥିଲା। ଏଥିରେ ବିଭିନ୍ନ ଶିବିରରେ ୧୫୦ରୁ ରୁ ୨୦୦ ତାଲିମପ୍ରାପ୍ତ ଆତଙ୍କବାଦୀମାନେ ଅନୁପ୍ରବେଶ ପ୍ରୟାସ ପାଇଁ ପ୍ରସ୍ତୁତ ଚଳାଉଥିଲେ ବୋଲି ଗୁପ୍ତ ସୂଚନା ହାସଲ କରାଯାଇଥିଲା। ଇଣ୍ଡିଆ ଟୁଡେ ଟିଭିର ରିପୋର୍ଟ ଅନୁସାରେ ହିଜବୁଲ ମୁଜାହିଦ୍ଦିନ (HM), ଜୈଶ-ଏ-ମହମ୍ମଦ (JeM) ଏବଂ ଲସ୍କର-ଏ-ତୈବା (LeT)ର ମୋଟ ୬୦ ଜଣ ବିଦେଶୀ ଆତଙ୍କବାଦୀ ବର୍ତ୍ତମାନ ଜମ୍ମୁ ଏବଂ କାଶ୍ମୀରରେ ସକ୍ରିୟ ଅଛନ୍ତି। ସେମାନଙ୍କ ସହିତ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ୧୭ ଜଣ ସ୍ଥାନୀୟ ଆତଙ୍କବାଦୀ କାର୍ଯ୍ୟ କରୁଛନ୍ତି।

ପଢନ୍ତୁ- ହଜ୍‌ ପୂର୍ବରୁ ପାକିସ୍ତାନକୁ ଝଟ୍‌କା, ସାଉଦି ଯାଇପାରିବେନି ୬୭ ହଜାରରୁ ଅଧିକ ପାକିସ୍ତାନୀ

ସୂଚନା ଥାଉକି ଏପ୍ରିଲ ୨୨ ତାରିଖରେ, ଲସ୍କର-ଏ-ତୈବା (LeT)ର ଏକ ଶାଖା - ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)ର ପ୍ରାୟ ପାଞ୍ଚରୁ ଛଅ ଜଣ ଆତଙ୍କବାଦୀ ପହଲଗାମରେ ୨୬ ଜଣଙ୍କୁ ଧର୍ମ ପଚାରିକି ହତ୍ୟା କରିଥିଲେ। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ। ଏହି ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ଏହାକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି।