୨୦୫୦ ସୁଦ୍ଧା ଭାରତରେ ଦୁଇଗୁଣା ହେବ ବୃଦ୍ଧଙ୍କ ସଂଖ୍ୟା: UNFPA-India ମୁଖ୍ୟ
ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ଭାରତରେ ଦୁଇଗୁଣା ହେବ ବୃଦ୍ଧଙ୍କ ସଂଖ୍ୟା । ନିକଟରେ ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ମିଳିତ ଜାତିସଂଘ ଜନସଂଖ୍ୟା ସେଲ୍ର ଭାରତ ୟୁନିଟ୍ (ୟୁଏନଏଫପିଏ-ଇଣ୍ଡିଆ)ର ମୁଖ୍ୟ ଏଣ୍ଡ୍ରିୟା ବୋଜନାର। ସାକ୍ଷାତକାରରେ ସେ ଏକଥା ମଧ୍ୟ କହିଛନ୍ତି ଯେ, ଯେଉଁ ମହିଳା ବୃଦ୍ଧାବସ୍ଥାରେ ଏକୁଟିଆ ରହିବା ନେଇ ସମ୍ଭାବନା ରହିଛି ସେମାନଙ୍କ ପାଇଁ ସ୍ବାସ୍ଥ୍ୟ ସେବା, ଆବାସ ଏବଂ ପେନସନରେ ଅଧିକ ନିବେଶ କରିବା ଆବଶ୍ୟକତା ରହିଛି। ବୋଜନାର କହିଛନ୍ତି ୬୦ ବର୍ଷ କିମ୍ବା ତାହାଠାରୁ ଅଧିକ ବୟସର ବ୍ୟକ୍ତିଙ୍କ ସଂଖ୍ୟା ୨୦୫୦ ପର୍ଯ୍ୟନ୍ତ ଦୁଇଗଣା ହୋଇ ୩୪ କୋଟି ୬୦ ଲକ୍ଷ ହେବା ନେଇ ଅନୁମାନ ରହିଛି, ଏଥିପାଇଁ ସ୍ବାସ୍ଥ୍ୟ ସେବା, ଆବାସ ଏବଂ ପେନସନ ଯୋଜନାରେ ନିବେଶ ବଢ଼ାଇବାର ଆବଶ୍ୟକତା ରହିଛି।ଆହୁରି ମଧ୍ୟ ୟୁଏନଏଫପିଏ-ଇଣ୍ଡିଆର ପ୍ରତିନିଧି ଅନେକ ଦିଗକୁ ରେଖାଙ୍କିତ କରିଛନ୍ତି, ଯାହାକୁ ଭାରତର ବିକାଶରେ ଅଗ୍ରଗତି ଆଣିବା ପାଇଁ ପ୍ରାଥମିକତା ଦିଆଯାଉଛି। ଏଥିରେ ଯୁବକଙ୍କ ସଂଖ୍ୟା, ବୃଦ୍ଧଙ୍କ ଜନସଂଖ୍ୟା, ସହରୀକରଣ, ସ୍ଥାନାନ୍ତରଣ ଏବଂ ଜଳବାୟୁ ଅନୁଯାୟୀ ପରିବର୍ତ୍ତନ ସାମିଲ ରହିଛି। ଏହି କାରଣ ସବୁ ଦେଶ ପାଇଁ ଭିନ୍ନ ଚାଲେଞ୍ଜ ଏବଂ ଅବସର ଉତ୍ପନ୍ନ କରିଥାଏ। ସେ ଆହୁରି କହିଛନ୍ତି ଭାରତରେ ଯୁବକଙ୍କ ସଂଖ୍ୟା ବେଶ୍ ରହିଛି। ୧୦ରୁ ୧୦ ବର୍ଷର ବୟସର ୨୫ କୋଟି ୨୦ ଲକ୍ଷ ଲୋକ ରହିଛନ୍ତି। ତେଣୁ ଲିଙ୍ଗଗତ ସମାନତା ବୃଦ୍
ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ଭାରତରେ ଦୁଇଗୁଣା ହେବ ବୃଦ୍ଧଙ୍କ ସଂଖ୍ୟା । ନିକଟରେ ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ମିଳିତ ଜାତିସଂଘ ଜନସଂଖ୍ୟା ସେଲ୍ର ଭାରତ ୟୁନିଟ୍ (ୟୁଏନଏଫପିଏ-ଇଣ୍ଡିଆ)ର ମୁଖ୍ୟ ଏଣ୍ଡ୍ରିୟା ବୋଜନାର। ସାକ୍ଷାତକାରରେ ସେ ଏକଥା ମଧ୍ୟ କହିଛନ୍ତି ଯେ, ଯେଉଁ ମହିଳା ବୃଦ୍ଧାବସ୍ଥାରେ ଏକୁଟିଆ ରହିବା ନେଇ ସମ୍ଭାବନା ରହିଛି ସେମାନଙ୍କ ପାଇଁ ସ୍ବାସ୍ଥ୍ୟ ସେବା, ଆବାସ ଏବଂ ପେନସନରେ ଅଧିକ ନିବେଶ କରିବା ଆବଶ୍ୟକତା ରହିଛି।
ବୋଜନାର କହିଛନ୍ତି ୬୦ ବର୍ଷ କିମ୍ବା ତାହାଠାରୁ ଅଧିକ ବୟସର ବ୍ୟକ୍ତିଙ୍କ ସଂଖ୍ୟା ୨୦୫୦ ପର୍ଯ୍ୟନ୍ତ ଦୁଇଗଣା ହୋଇ ୩୪ କୋଟି ୬୦ ଲକ୍ଷ ହେବା ନେଇ ଅନୁମାନ ରହିଛି, ଏଥିପାଇଁ ସ୍ବାସ୍ଥ୍ୟ ସେବା, ଆବାସ ଏବଂ ପେନସନ ଯୋଜନାରେ ନିବେଶ ବଢ଼ାଇବାର ଆବଶ୍ୟକତା ରହିଛି।
ଆହୁରି ମଧ୍ୟ ୟୁଏନଏଫପିଏ-ଇଣ୍ଡିଆର ପ୍ରତିନିଧି ଅନେକ ଦିଗକୁ ରେଖାଙ୍କିତ କରିଛନ୍ତି, ଯାହାକୁ ଭାରତର ବିକାଶରେ ଅଗ୍ରଗତି ଆଣିବା ପାଇଁ ପ୍ରାଥମିକତା ଦିଆଯାଉଛି। ଏଥିରେ ଯୁବକଙ୍କ ସଂଖ୍ୟା, ବୃଦ୍ଧଙ୍କ ଜନସଂଖ୍ୟା, ସହରୀକରଣ, ସ୍ଥାନାନ୍ତରଣ ଏବଂ ଜଳବାୟୁ ଅନୁଯାୟୀ ପରିବର୍ତ୍ତନ ସାମିଲ ରହିଛି। ଏହି କାରଣ ସବୁ ଦେଶ ପାଇଁ ଭିନ୍ନ ଚାଲେଞ୍ଜ ଏବଂ ଅବସର ଉତ୍ପନ୍ନ କରିଥାଏ।
ସେ ଆହୁରି କହିଛନ୍ତି ଭାରତରେ ଯୁବକଙ୍କ ସଂଖ୍ୟା ବେଶ୍ ରହିଛି। ୧୦ରୁ ୧୦ ବର୍ଷର ବୟସର ୨୫ କୋଟି ୨୦ ଲକ୍ଷ ଲୋକ ରହିଛନ୍ତି। ତେଣୁ ଲିଙ୍ଗଗତ ସମାନତା ବୃଦ୍ଧିକୁ ଉତ୍ସାହିତ କରିବା ସହ ସ୍ବାସ୍ଥ୍ୟ, ଶିକ୍ଷା, ଚାକିରି ପାଇଁ ପ୍ରଶିକ୍ଷଣ ଏବଂ ରୋଜଗାର ସୃଷ୍ଟି କରିବା ଦିଗରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଭାରତରେ ୨୦୫୦ ସୁଦ୍ଧା ୫୦ ପ୍ରତିଶତ ସହରୀ ଜନସଂଖ୍ୟା ହେବା ନେଇ ମଧ୍ୟ ଅନୁମାନ ରହିଛି। ଏଥିନିମନ୍ତେ ବାୟୁ ପ୍ରଦୂଷଣ ଏବଂ ପରିବେଶ ସମସ୍ୟା ସହ ଲଢ଼ିବା ପାଇଁ ସ୍ମାର୍ଟ ସହର, ମଜଭୁତ ମୂଳଦୁଆ ଏବଂ ସୁଲଭ ଆବାସ ନିର୍ମାଣ ଗୁରୁତ୍ବପୂର୍ଣ୍ଣ । ‘ସହରୀ ଯୋଜନାରେ ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ଆବଶ୍ୟକତା, ସ୍ବାସ୍ଥ୍ୟ ସୁରକ୍ଷା ଏବଂ ଶିକ୍ଷା ଏବଂ ନିଯୁକ୍ତି କଥା ମଧ୍ୟ ଧ୍ୟାନ ରଖାଯିବା ଦରକାର। ଫଳରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରାଯାଇପାରିବ।