କୋଲକାତାରେ ଭୁଶୁଡିଲା ନିର୍ମାଣାଧୀନ ୫ମହଲା କୋଠା ; ୨ମୃତ, ୧୦ରୁ ଅଧିକ ଆହତ

ନୂଆଦିଲ୍ଲୀ ୧୮।୦୩: ରବିବାର ରାତିରେ କୋଲକାତାର ମେଟିଆବ୍ରୁଜରେ ପାଞ୍ଚ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି। ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ଏନଡିଆରଏଫ କର୍ମଚାରୀ ନିୟୋଜିତ ଅଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାନୁସାରେ, ଏପର୍ଯ୍ୟନ୍ତ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଧ୍ଵସଂ ହୋଇ ପଡିଥିବା ତଳେ ଫସି ରହିଥିବା ଲୋକଙ୍କୁ ଖୋଜା ଚାଲିଛି। ଏନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଖାନାରେ ପହଞ୍ଚି କରି ଆହତମାନଙ୍କୁ ଭେଟିଥିଲେ।କଣ କହିଲେ ମୁଖ୍ୟମନ୍ତ୍ରୀସେଠାକାର ମେୟର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏକଂ ଆହତମାନଙ୍କୁ ୧ ଲକ୍ଷ ଟଙ୍କା କ୍ଷତି ପୂରଣ ବାବଦକୁ ଘୋଷଣା କରାଯାଇଛି । କୋଠା ଭୁଶୁଡ଼ିବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଖାନା ବୁଲି ଆହତମାନଙ୍କୁ ଭେଟିଥିଲେ। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ବେଆଇନ ନିର୍ମାଣ ଏବଂ ସେହି ପରିବାରଙ୍କ ପ୍ରତି ସମବେଦନା ଜଣାଉଛି। ବେଆଇନ ନିର୍ମାଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପ୍ରଶାସନକୁ ଅନୁରୋଧ କରିବେ ବୋଲି କହିଛନ୍ତି।Sad to learn about the house collapse disaster of an under- construction building in the Garden Reach area of the Kolkata Municipal Corporation. Our May

କୋଲକାତାରେ ଭୁଶୁଡିଲା ନିର୍ମାଣାଧୀନ ୫ମହଲା କୋଠା ; ୨ମୃତ, ୧୦ରୁ ଅଧିକ ଆହତ

ନୂଆଦିଲ୍ଲୀ ୧୮।୦୩: ରବିବାର ରାତିରେ କୋଲକାତାର ମେଟିଆବ୍ରୁଜରେ ପାଞ୍ଚ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି। ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ଏନଡିଆରଏଫ କର୍ମଚାରୀ ନିୟୋଜିତ ଅଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାନୁସାରେ, ଏପର୍ଯ୍ୟନ୍ତ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଧ୍ଵସଂ ହୋଇ ପଡିଥିବା ତଳେ ଫସି ରହିଥିବା ଲୋକଙ୍କୁ ଖୋଜା ଚାଲିଛି। ଏନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଖାନାରେ ପହଞ୍ଚି କରି ଆହତମାନଙ୍କୁ ଭେଟିଥିଲେ।

କଣ କହିଲେ ମୁଖ୍ୟମନ୍ତ୍ରୀ

ସେଠାକାର ମେୟର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏକଂ ଆହତମାନଙ୍କୁ ୧ ଲକ୍ଷ ଟଙ୍କା କ୍ଷତି ପୂରଣ ବାବଦକୁ ଘୋଷଣା କରାଯାଇଛି । କୋଠା ଭୁଶୁଡ଼ିବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଖାନା ବୁଲି ଆହତମାନଙ୍କୁ ଭେଟିଥିଲେ। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ବେଆଇନ ନିର୍ମାଣ ଏବଂ ସେହି ପରିବାରଙ୍କ ପ୍ରତି ସମବେଦନା ଜଣାଉଛି। ବେଆଇନ ନିର୍ମାଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପ୍ରଶାସନକୁ ଅନୁରୋଧ କରିବେ ବୋଲି କହିଛନ୍ତି।

 ଡାକ୍ତରଖାନାରେ ଆହତଙ୍କୁ ଭେଟିବା ପରେ ମମତା କହିଛନ୍ତି କି-ମୁଁ ଆହତମାନଙ୍କୁ ଭେଟିଥିଲି, ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ସେମାନଙ୍କର ଚିକିତ୍ସା ଜାରି ରହିଛି । ସେପଟେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫସି ରହିଥିବା ଲୋକଙ୍କୁ  ଯଥା ଶୀଘ୍ର ଉଦ୍ଧାର କରାଯିବ । 

ଦୁର୍ଘଟଣା କିପରି ହେଲା?

ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକ କହିଛନ୍ତି ଯେ କୋଠା ଭୁଶୁଡ଼ିବା ପୂର୍ବରୁ ଏକ ବଡ ବଡ କଂକ୍ରିଟ ଖଣ୍ଡ ପଡିଥିଲା। ଯାହା ପରେ କୋଠାଟି ପ୍ରଚଣ୍ଡ ଶବ୍ଦ ସହିତ ଭୁଷୁଡି ପଡିଥିଲା ।  ପଶ୍ଚିମବଙ୍ଗ ବିଜେପି ସଭାପତି ତଥା ରାଜ୍ୟସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଘଟଣାସ୍ଥଳରୁ ଫଟୋ ସେୟାର କରି ଟିଏମସି ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ।