ସରକାର କଲେ ବଡ଼ ଘୋଷଣା: ଏହି ନମ୍ବରରେ କଲ୍‌ କରି ପାଆନ୍ତୁ ଫସଲ ହାନି ସହାୟତା

ଭୁବନେଶ୍ୱର,୨୬ା୧୨: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଓଡ଼ିଶାରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷୀଙ୍କ ସହାୟତାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଅଦିନିଆ ବର୍ଷା ଜନିତ ଫସଲ ହାନି ହୋଇଥିଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY)ରେ ପଞ୍ଜୀକୃତ ଚାଷୀ, ବୀମା ସହାୟତା ପାଇବା ପାଇଁ ୭୨ ଘଣ୍ଟା ମଧ୍ୟରେ କୃଷି ରକ୍ଷକ ଆପ୍‌ (Krishi Rakshak App) କିମ୍ବା ହେଲ୍ପ ଲାଇନ ନମ୍ବର ୧୪୪୪୭ରେ କଲ୍‌ […] The post ସରକାର କଲେ ବଡ଼ ଘୋଷଣା: ଏହି ନମ୍ବରରେ କଲ୍‌ କରି ପାଆନ୍ତୁ ଫସଲ ହାନି ସହାୟତା appeared first on Dharitri Odia News.

ସରକାର କଲେ ବଡ଼ ଘୋଷଣା: ଏହି ନମ୍ବରରେ କଲ୍‌ କରି ପାଆନ୍ତୁ ଫସଲ ହାନି ସହାୟତା

ଭୁବନେଶ୍ୱର,୨୬ା୧୨: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଓଡ଼ିଶାରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷୀଙ୍କ ସହାୟତାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି।

ଅଦିନିଆ ବର୍ଷା ଜନିତ ଫସଲ ହାନି ହୋଇଥିଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY)ରେ ପଞ୍ଜୀକୃତ ଚାଷୀ, ବୀମା ସହାୟତା ପାଇବା ପାଇଁ ୭୨ ଘଣ୍ଟା ମଧ୍ୟରେ କୃଷି ରକ୍ଷକ ଆପ୍‌ (Krishi Rakshak App) କିମ୍ବା ହେଲ୍ପ ଲାଇନ ନମ୍ବର ୧୪୪୪୭ରେ କଲ୍‌ କରି ତୁରନ୍ତ ଫସଲ କ୍ଷତିର ସୂଚନା ଦେବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗୁରୁବାର ଅଦିନିଆ ବର୍ଷା ଜନିତ ଫସଲ ହାନିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ । ଏହି ବୈଠକରେ ରାଜ୍ୟର ସମସ୍ତ ଜଲାର ଜଲାପାଳମାନେ ଆଭାସି ମାଧ୍ୟମରେ ଯୋଗଦେଇଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ଆହୁଜା ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିଥିଲେଏ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(PMFBY)ରେ ପଞ୍ଜୀକୃତ ଚାଷୀଙ୍କୁ, ବୀମା ସହାୟତା ପାଇବାପାଇଁ ୭୨ ଘଣ୍ଟା ମଧ୍ୟରେ କୃଷି ରକ୍ଷକ ଆପ୍‌(Krishi Rakshak App) କିମ୍ବା Helpline ନମ୍ବରରେ ଯୋଗଯୋଗ କରି ତୁରନ୍ତ ଫସଲ କ୍ଷତିର ସୂଚନା ଦେବାକୁ ଅନୁରୋଧ କରିଛନ୍ତି ।

ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅରବିନ୍ଦ କୁମାର ପାୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଏବଂ ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଯୋଗ ଦେଇଥିଲେ।

The post ସରକାର କଲେ ବଡ଼ ଘୋଷଣା: ଏହି ନମ୍ବରରେ କଲ୍‌ କରି ପାଆନ୍ତୁ ଫସଲ ହାନି ସହାୟତା appeared first on Dharitri Odia News.