ଭାରତର ଏହି ପ୍ରଶିଦ୍ଧ ମନ୍ଦିର ଉପରେ ନାରକୋଟିକସ୍ ବିଭାଗର ଚଢଉ, ଭଣ୍ଡାରରୁ ଜବତ ହେଲା ୫୮ କେଜି ଅଫିମ
ଚିତ୍ତୋରଗଡ଼ ୧୪।୨: ରାଜସ୍ଥାନର ପ୍ରଶିଦ୍ଧ ଶ୍ରୀ ସାମ୍ବଲିୟାଜୀ ସେଠ ମନ୍ଦିରକୁ ଦାନରେ ୫୮ କେଜିରୁ ଅଧିକ ଅଫିମ ମିଳିଛି। ନାରକୋଟିକ୍ସ ବିଭାଗ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗ ଆଧାରରେ ଏହି ଅଫିମକୁ ଜବତ କରିଛି। ଏହି ଘଟଣା ଏବେ ଧାର୍ମିକ ପରମ୍ପରା ଓ ମାଦକ ପଦାର୍ଥର ତସ୍କରୀକୁ ନେଇ ନୂଆ ବିତର୍କ ସୃଷ୍ଟି କରିଛି। ସୂତ୍ର ଅନୁସାରେ ନିମଚ୍ ଓ ପ୍ରତାପଗଡ଼ ନାରକୋଟିକ୍ସ ବିଭାଗ ଟିମ ମନ୍ଦିର ପହଞ୍ଚି ଯାଞ୍ଚ କରିଛି। ମନ୍ଦିର ପ୍ରଶାସନ ଉପସ୍ଥିତିରେ ମହଜୁଦ ଅଫିମର ଯାଞ୍ଚ କରାଯାଇଥିଲା ଓ ଏହାକୁ ଇଲେକ୍ଟ୍ରୋନିକ ତରାଜୁରେ ଓଜନ କରିବା ବେଳେ ୫୮ କେଜିରୁ ଅଧିକ ଥିବା ଜଣାପଡିଛି। ମନ୍ଦିରରେ ଏତେ ପରିମାଣରେ ଅଫିମ ମିଳିବା ତଦନ୍ତକାରୀ ଦଳଙ୍କୁ ଆଶ୍ଚର୍ଯ୍ୟ କରିଛି। ମନ୍ଦିରକୁ ଅଫିମ ଦାନ ଶହଶହ ବର୍ଷରୁ ପ୍ରଚଳିତ ଅଛି। ଖାସ କରି ମେବାର ଓ ମାଲୱା କ୍ଷେତ୍ରର ଅଫିମ ଚାଷୀମାନେ ସେମାନଙ୍କ ଫସଲକୁ ତସ୍କରଙ୍କ ଠାରୁ ବଞ୍ଚାଇବାକୁ ଉଦ୍ୟମ କରିଥାନ୍ତି। ଏଥି ପାଇଁ ସେମାନେ ମାନସିକରେ ମନ୍ଦିରକୁ ଅଫିମ ଦାନ କରନ୍ତି। ଏହି ଦାନ ଯୋଗୁ ମନ୍ଦିର ଭଣ୍ଡାରରେ ଧିରେ ଧିରେ ଅଫିମ ପରିମାଣ ବଢି ଯାଇଥିଲା। ନିକଟରେ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ନାରକୋଟିକ୍ସ ବିଭାଗ ଓ ସିବିଆଇର ନାରକୋଟିକ୍ସ ୱିଙ୍ଗକୁ ପତ୍ର ଲେଖି ମନ୍ଦିର ଭଣ୍ଡାରରେ ଜମା ଅଫିମ ସମ୍ପର୍କରେ ସୂଚିତ କରିଥିଲେ। ଏହା ପରେ ବିଭାଗ ଚଢଉ କରି ଅଫିମ ଜବତ କରିଥିବା ବେଳେ ପରବର୍ତ୍ତି ଯାଞ୍ଚ ଆରମ୍
ଚିତ୍ତୋରଗଡ଼ ୧୪।୨: ରାଜସ୍ଥାନର ପ୍ରଶିଦ୍ଧ ଶ୍ରୀ ସାମ୍ବଲିୟାଜୀ ସେଠ ମନ୍ଦିରକୁ ଦାନରେ ୫୮ କେଜିରୁ ଅଧିକ ଅଫିମ ମିଳିଛି। ନାରକୋଟିକ୍ସ ବିଭାଗ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗ ଆଧାରରେ ଏହି ଅଫିମକୁ ଜବତ କରିଛି। ଏହି ଘଟଣା ଏବେ ଧାର୍ମିକ ପରମ୍ପରା ଓ ମାଦକ ପଦାର୍ଥର ତସ୍କରୀକୁ ନେଇ ନୂଆ ବିତର୍କ ସୃଷ୍ଟି କରିଛି। ସୂତ୍ର ଅନୁସାରେ ନିମଚ୍ ଓ ପ୍ରତାପଗଡ଼ ନାରକୋଟିକ୍ସ ବିଭାଗ ଟିମ ମନ୍ଦିର ପହଞ୍ଚି ଯାଞ୍ଚ କରିଛି।
ମନ୍ଦିର ପ୍ରଶାସନ ଉପସ୍ଥିତିରେ ମହଜୁଦ ଅଫିମର ଯାଞ୍ଚ କରାଯାଇଥିଲା ଓ ଏହାକୁ ଇଲେକ୍ଟ୍ରୋନିକ ତରାଜୁରେ ଓଜନ କରିବା ବେଳେ ୫୮ କେଜିରୁ ଅଧିକ ଥିବା ଜଣାପଡିଛି। ମନ୍ଦିରରେ ଏତେ ପରିମାଣରେ ଅଫିମ ମିଳିବା ତଦନ୍ତକାରୀ ଦଳଙ୍କୁ ଆଶ୍ଚର୍ଯ୍ୟ କରିଛି। ମନ୍ଦିରକୁ ଅଫିମ ଦାନ ଶହଶହ ବର୍ଷରୁ ପ୍ରଚଳିତ ଅଛି। ଖାସ କରି ମେବାର ଓ ମାଲୱା କ୍ଷେତ୍ରର ଅଫିମ ଚାଷୀମାନେ ସେମାନଙ୍କ ଫସଲକୁ ତସ୍କରଙ୍କ ଠାରୁ ବଞ୍ଚାଇବାକୁ ଉଦ୍ୟମ କରିଥାନ୍ତି। ଏଥି ପାଇଁ ସେମାନେ ମାନସିକରେ ମନ୍ଦିରକୁ ଅଫିମ ଦାନ କରନ୍ତି। ଏହି ଦାନ ଯୋଗୁ ମନ୍ଦିର ଭଣ୍ଡାରରେ ଧିରେ ଧିରେ ଅଫିମ ପରିମାଣ ବଢି ଯାଇଥିଲା।
ନିକଟରେ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ନାରକୋଟିକ୍ସ ବିଭାଗ ଓ ସିବିଆଇର ନାରକୋଟିକ୍ସ ୱିଙ୍ଗକୁ ପତ୍ର ଲେଖି ମନ୍ଦିର ଭଣ୍ଡାରରେ ଜମା ଅଫିମ ସମ୍ପର୍କରେ ସୂଚିତ କରିଥିଲେ। ଏହା ପରେ ବିଭାଗ ଚଢଉ କରି ଅଫିମ ଜବତ କରିଥିବା ବେଳେ ପରବର୍ତ୍ତି ଯାଞ୍ଚ ଆରମ୍ଭ କରିଛି। ତଦନ୍ତ ପୁରା ହେଲେ ବିସ୍ତୃତ ସୂଚନା ସାମ୍ନାକୁ ଆସିବ ବୋଲି ତଦନ୍ତକାରୀ ଦଳ କହିଛନ୍ତି। ତେବେ ନାରକୋଟିକ୍ସ ବିଭାଗ ମନ୍ଦିରକୁ ଅଫିମ ଦାନ ଆଇନତଃ ମାନ୍ୟ ନା ଏହା ପଛରେ କୌଣସି ଅବୈଧ ଗତିବିଦ୍ଧି ରହିଛି ତାହା ଯାଞ୍ଚ କରୁଛି।