ଭାରତର ଚତ୍ମକାର ବିଜୟରେ ଝୁମିଲା ବଲିଉଡ୍, ଅମିତାଭଙ୍କ ଠାରୁ ବରୁଣ ଯାଏଁ ଟିମ୍ ଇଣ୍ଡିଆକୁ ଜଣାଇଲେ ଶୁଭେଚ୍ଛା

ମୁମ୍ଵାଇ ୧୦।୦୬: ଭାରତରେ କ୍ରିକେଟ୍ ପ୍ରେମୀ ଖୁବ୍‌ ଅଧିକ । ପ୍ରଶଂସକମାନେ ପ୍ରତ୍ୟେକ ମ୍ୟାଚ୍ ପାଇଁ ବହୁତ ଉତ୍ସାହିତ ଥାଆନ୍ତି । ବର୍ତ୍ତମାନ, ଟି -୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇଛି । ଗତକାଲି ଭାରତ ବନାମ ପାକିସ୍ତାନ ମ୍ୟାଚ୍ ହୋଇଥିଲା । ଯାହାକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଥିଲେ। ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଆଉଟ୍‌ ସମେତ ଭାରତୀୟ ଦଳ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲେ। ଭାରତର ବିଜୟରେ ସମଗ୍ର ଦେଶ ଆନନ୍ଦିତ ହୋଇଥିବାବେଳେ ବଲିଉଡ ମଧ୍ୟ ବହୁତ ଖୁସି ଅଛି । ସମସ୍ତ ସେଲିବ୍ରେଟିମାନେ ବିଜୟ ପାଇଁ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି।ନିକଟରେ ବରୁଣ ବାପା ହୋଇଛନ୍ତି। ତାଙ୍କ ଘରକୁ ଲକ୍ଷ୍ମୀ ଆସିଛି । ବରୁଣ ଧାୱନ ପାକିସ୍ତାନ ଉପରେ ଭାରତର ବିଜୟର ମୁହୂର୍ତ୍ତକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି କ୍ୟାପସନରେ ଖୁସି ବ୍ୟକ୍ତ କରିଛନ୍ତି, “ଟିମ୍ ଇଣ୍ଡିଆ କି ମ୍ୟାଚ୍, କି ପ୍ରଦର୍ଶନ! ଜୟ ହିନ୍ଦ! "T 5037(i) - अरे बाप रे बाप ! Ind v Pak खेला देख रहे थे, और बीच में बंद कर दिया TV, क्योंकि लगा हार तो रहे हैं हम !लेकिन अभी अचानक Internet देखा और ???? ????????????????WE WON WE WON WE WON !!!YEEEAAAAAAHHHHHHH .... !!!!!INDIA INDIA INDIA INDIA INDIA INDIA INDIA ???????? pic.twitter.com/CRR

ଭାରତର ଚତ୍ମକାର ବିଜୟରେ ଝୁମିଲା ବଲିଉଡ୍, ଅମିତାଭଙ୍କ ଠାରୁ ବରୁଣ ଯାଏଁ ଟିମ୍ ଇଣ୍ଡିଆକୁ ଜଣାଇଲେ ଶୁଭେଚ୍ଛା

ମୁମ୍ଵାଇ ୧୦।୦୬: ଭାରତରେ କ୍ରିକେଟ୍ ପ୍ରେମୀ ଖୁବ୍‌ ଅଧିକ । ପ୍ରଶଂସକମାନେ ପ୍ରତ୍ୟେକ ମ୍ୟାଚ୍ ପାଇଁ ବହୁତ ଉତ୍ସାହିତ ଥାଆନ୍ତି । ବର୍ତ୍ତମାନ, ଟି -୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇଛି । ଗତକାଲି ଭାରତ ବନାମ ପାକିସ୍ତାନ ମ୍ୟାଚ୍ ହୋଇଥିଲା । ଯାହାକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଥିଲେ। ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଆଉଟ୍‌ ସମେତ ଭାରତୀୟ ଦଳ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲେ। ଭାରତର ବିଜୟରେ ସମଗ୍ର ଦେଶ ଆନନ୍ଦିତ ହୋଇଥିବାବେଳେ ବଲିଉଡ ମଧ୍ୟ ବହୁତ ଖୁସି ଅଛି । ସମସ୍ତ ସେଲିବ୍ରେଟିମାନେ ବିଜୟ ପାଇଁ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି।

ନିକଟରେ ବରୁଣ ବାପା ହୋଇଛନ୍ତି। ତାଙ୍କ ଘରକୁ ଲକ୍ଷ୍ମୀ ଆସିଛି । ବରୁଣ ଧାୱନ ପାକିସ୍ତାନ ଉପରେ ଭାରତର ବିଜୟର ମୁହୂର୍ତ୍ତକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି କ୍ୟାପସନରେ ଖୁସି ବ୍ୟକ୍ତ କରିଛନ୍ତି, “ଟିମ୍ ଇଣ୍ଡିଆ କି ମ୍ୟାଚ୍, କି ପ୍ରଦର୍ଶନ! ଜୟ ହିନ୍ଦ! "


ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନ  ତାଙ୍କ ଟ୍ୱିଟରେ ଲେଖିଥିଲେ, “T 5037 (i) - ହେ ଭଗବାନ! ଆମେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଦେଖୁଥିଲୁ ଏବଂ ଟିଭି ମଧ୍ୟ ଭାଗକୁ ବନ୍ଦ କରିଦେଲୁ, ଯେତେବେଳେ ଲାଗିଲା ଯେ ଆମେ ହାରିବାକୁ ଯାଉଛୁ! କିନ୍ତୁ ହଠାତ୍ ମୁଁ ଇଣ୍ଟରନେଟ୍ ଦେଖିଲି ଏବଂ ଆମେ ଜିତିଲୁ, ଆମେ ଜିତିଲୁ !!! ଇଣ୍ଡିଆ ଇଣ୍ଡିଆ...। ”

ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ବିଜେତା ଦଳର ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, "ଟିମ୍ ଇଣ୍ଡିଆ, ହାପି ସନଡେ! ସବୁଥର ପରି ଉତ୍ସାହ ସ୍ତର ସର୍ବାଧିକ।"


'ଚନ୍ଦୁ ଚାମ୍ପିଅନ୍' ଫେମ୍‌ କାର୍ତ୍ତିକ ଆର୍ଯ୍ୟନ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ଉତ୍ସାହ ପ୍ରକାଶ କରି ଲେଖିଛନ୍ତି, 'ଟିମ୍ ଇଣ୍ଡିଆ ଚାମ୍ପିଅନ୍ ହେବ.. କି ବିଜୟ! ”

ବିଜୟ ବର୍ମା ମଧ୍ୟ ଉତ୍ସବ ପାଳନ କରି ସୋସିଆଲ ମିଡିଆରେ ନିଜର ଖୁସି ବାଣ୍ଟିଥିଲେ। ଇଶାନ ଖଟ୍ଟର ଏହି ମ୍ୟାଚକୁ 'କ୍ଲାଇମାକ୍ସ' ବୋଲି ବର୍ଣ୍ଣନା କରିଥିବାବେଳେ ଶ୍ରଦ୍ଧା କପୁର ତାଙ୍କ ଖୁସି ବାଣ୍ଟିଛନ୍ତି ଏବଂ ଏହାକୁ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିବା ଆନନ୍ଦ ସହ ତୁଳନା କରିଛନ୍ତି।

ନିଜ ବନ୍ଧୁ ଏବଂ ପରିବାରବର୍ଗଙ୍କ ସହ ଟିମ୍ ଇଣ୍ଡିଆର ବିଜୟ ଉତ୍ସବରେ କୁନାଲ ଖେମୁ ଏବଂ ବବି ଦେଓଲ ଫଟୋ ସେୟାର କରିଥିଲେ।

 ଟିମ୍ ଇଣ୍ଡିଆର ବିଜୟକୁ ନେଇ ପ୍ରୀତି ଜିଣ୍ଟା ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି, "ୱୋ, କି ମ୍ୟାଚ୍।" କି କମ୍‌ବ୍ୟାକ୍‌