କାର୍ଯ୍ୟକାଳ ଶେଷ ପୂର୍ବରୁ UPSC ଅଧ୍ୟକ୍ଷଙ୍କ ଇସ୍ତଫା; ବ୍ୟକ୍ତିଗତ କାରଣ ଦର୍ଶାଇଲେ ମନୋଜ ସୋନି

ନୂଆଦିଲ୍ଲୀ: UPSC ଚେୟାରମ୍ୟାନ୍ ମନୋଜ ସୋନିଙ୍କ ଇସ୍ତଫା । କାର୍ଯ୍ୟକାଳ ସରିବା ପୂର୍ବରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନି । ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଥିଲେ ।  ଆଜି ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଆଗାମୀ ୫ବର୍ଷ ପାଇଁ ସେ UPSC ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ୨୦୨୯ରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା ହେଲେ ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।   ମନୋଜ ସୋନି UPSC ସଦସ୍ୟ ଭାବେ ୨୦୧୭ରେ ନିଯୁକ୍ତି ପାଇଥିଲେ । ୨୦୨୩ ମେ’ ୧୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ୟୁନିୟନ ପବ୍ଲିକ୍ ସର୍ଭିସ୍ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ଆଗାମୀ ୫ ବର୍ଷ ଅର୍ଥାତ୍ ୨୦୨୯ ପର୍ଯ୍ୟନ୍ତ ମନୋଜ ସୋନି ଏହି ପଦକୁ  ସମ୍ଭାଳିଥାନ୍ତେ, ହେଲେ ବ୍ୟକ୍ତିଗତ କାରଣ ଦର୍ଶାଇ ଏଥିରୁ ସେ ବିରତି ନେଇଛନ୍ତି ।  UPSC  ସଦସ୍ୟ ଭାବେ ନିଯୁକ୍ତି ପାଇବା ପୂର୍ବରୁ ମନୋଜ ସୋନି ତିନି ଥର ପାଇଁ ଗୁଜରାଟର ଦୁଇଟି ବିଶ୍ବବିଦ୍ୟାଳୟରେ କୁଳପତି ଭାବେ କାର୍ଯ୍ୟ କରିଛନ୍ତି । ଡ. ବାବାସାହେବ ଆମ୍ବେଦକର ମୁକ୍ତ ବିଶ୍ବ ବିଦ୍ୟାଳୟରେ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ଲଗାତର ୨ଥର କୁଳପତି ଭାବେ ଦାୟିତ୍ବ ନିଭାଇଛନ୍ତି । ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ମହାରାଜା ଶୟାଜୀରାଓ ବିଶ୍ବ ବିଦ୍ୟାଳୟ, ବରୋଦାରେ ଭିସି ଭାବେ କାମ କରିଛନ୍ତି ।   

କାର୍ଯ୍ୟକାଳ ଶେଷ ପୂର୍ବରୁ UPSC ଅଧ୍ୟକ୍ଷଙ୍କ ଇସ୍ତଫା; ବ୍ୟକ୍ତିଗତ କାରଣ ଦର୍ଶାଇଲେ ମନୋଜ ସୋନି

ନୂଆଦିଲ୍ଲୀ: UPSC ଚେୟାରମ୍ୟାନ୍ ମନୋଜ ସୋନିଙ୍କ ଇସ୍ତଫା । କାର୍ଯ୍ୟକାଳ ସରିବା ପୂର୍ବରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନି । ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଥିଲେ ।  ଆଜି ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଆଗାମୀ ୫ବର୍ଷ ପାଇଁ ସେ UPSC ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ୨୦୨୯ରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା ହେଲେ ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।   

ମନୋଜ ସୋନି UPSC ସଦସ୍ୟ ଭାବେ ୨୦୧୭ରେ ନିଯୁକ୍ତି ପାଇଥିଲେ । ୨୦୨୩ ମେ’ ୧୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ୟୁନିୟନ ପବ୍ଲିକ୍ ସର୍ଭିସ୍ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ଆଗାମୀ ୫ ବର୍ଷ ଅର୍ଥାତ୍ ୨୦୨୯ ପର୍ଯ୍ୟନ୍ତ ମନୋଜ ସୋନି ଏହି ପଦକୁ  ସମ୍ଭାଳିଥାନ୍ତେ, ହେଲେ ବ୍ୟକ୍ତିଗତ କାରଣ ଦର୍ଶାଇ ଏଥିରୁ ସେ ବିରତି ନେଇଛନ୍ତି ।  

UPSC  ସଦସ୍ୟ ଭାବେ ନିଯୁକ୍ତି ପାଇବା ପୂର୍ବରୁ ମନୋଜ ସୋନି ତିନି ଥର ପାଇଁ ଗୁଜରାଟର ଦୁଇଟି ବିଶ୍ବବିଦ୍ୟାଳୟରେ କୁଳପତି ଭାବେ କାର୍ଯ୍ୟ କରିଛନ୍ତି । ଡ. ବାବାସାହେବ ଆମ୍ବେଦକର ମୁକ୍ତ ବିଶ୍ବ ବିଦ୍ୟାଳୟରେ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ଲଗାତର ୨ଥର କୁଳପତି ଭାବେ ଦାୟିତ୍ବ ନିଭାଇଛନ୍ତି । ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ମହାରାଜା ଶୟାଜୀରାଓ ବିଶ୍ବ ବିଦ୍ୟାଳୟ, ବରୋଦାରେ ଭିସି ଭାବେ କାମ କରିଛନ୍ତି ।