ଭାରତର ଦମ୍ଦାର୍ ବ୍ୟାଟର୍; IPLରେ କରିଛନ୍ତି ୩ହଜାର ରନ୍, ଲିଷ୍ଟର ଶେଷରେ ଅଛନ୍ତି...
ଆଇପିଏଲ୍ ୨୦୨୪; ଯୁବ ଖେଳାଳୀଙ୍କ ଠାରୁ ଦିଗ୍ଗଜ ଖେଳାଳୀଙ୍କ ପାଇଁ କୌଣସି ଉପହାରଠାରୁ କମ୍ ନୁହେଁ । ଲିଗ୍ରେ ଦମ୍ଦାର୍ ପ୍ରଦର୍ଶନ କରୁଛନ୍ତି ବୋଲରଙ୍କ ଠାରୁ ବ୍ୟାଟର । ଖାସ୍ କରି ବ୍ୟାଟରମାନେ କରୁଛନ୍ତି ବଡ ବଡ ରେକର୍ଡ । ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ଦିଲ୍ଲୀ କ୍ୟାପଟେନ୍ ରିଷଭ ପନ୍ତ । ଆହାତ ପରେ ପଡିଆକୁ ଫେରି କରିଛନ୍ତି ବଡ ରେକର୍ଡ । ସେ ଏହି ଟୁର୍ଣ୍ଣାମେଣ୍ଟରେ ପୁରା କରିଛନ୍ତି ନିଜର ୩ ହଜାର ରନ୍ । ଏହା ସହିତ ସେ ଏମଏସ୍ ଧୋନୀଙ୍କ ସମେତ ଅନେକ ଦିଗ୍ଗଜ ବ୍ୟାଟରଙ୍କୁ ପଛରେ ପକାଇଛନ୍ତି । ରିଷଭ ପନ୍ତ ଆଇପିଏଲରେ ସବୁଠାରୁ ଦ୍ରୁତତମ ୩ହଜାର ରନ୍ ସଂଗ୍ରହ କରିଛନ୍ତି । ସେ କମ୍ ବଲ୍ରେ ୩ହଜାର ରନ୍ କରିବାରେ ହୋଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ । ଦିଲ୍ଲୀ କ୍ୟାପିଟାଲ୍ର ଅଧିନାୟକ ୨୦୨୮ ବଲରେ କରିଛନ୍ତି ୩ହଜାର ରନ୍ । ତେବେ ରିଷଭ ପନ୍ତଙ୍କ ବ୍ୟତୀତ ଏପରି ୫ଜଣ ଭାରତୀୟ କ୍ରିକେଟର ଅଛନ୍ତି ଯିଏକି ଆଇପିଏଲ୍ରେ କରିଛନ୍ତି ୩ହଜାର ରନ୍ । ଲିଷ୍ଟରେ ଅଛନ୍ତି ୟୁସୁଫ ପଠାନ । ସେ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ । ୟୁସୁଫ ଆଇପିଏଲରେ ଖେଳିବା ବେଳେ ୨୦୮୨ ବଲ୍ରେ କରିଥିଲେ ୩ହଜାର ରନ୍ । ପନ୍ତଙ୍କ ପୂର୍ବରୁ ଆଇପିଏଲରେ ୩ହଜାର ରନ୍ ସ୍କୋର କରିବାରେ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ୟୁସୁଫ୍ ପଠାନ୍।ଭାରତର ଦ୍ରୁତତମ ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ସେ କିଛି ସମୟ ପାଇଁ ମୁମ୍ବାଇ ଇଣ୍ଡିଆ
ଆଇପିଏଲ୍ ୨୦୨୪; ଯୁବ ଖେଳାଳୀଙ୍କ ଠାରୁ ଦିଗ୍ଗଜ ଖେଳାଳୀଙ୍କ ପାଇଁ କୌଣସି ଉପହାରଠାରୁ କମ୍ ନୁହେଁ । ଲିଗ୍ରେ ଦମ୍ଦାର୍ ପ୍ରଦର୍ଶନ କରୁଛନ୍ତି ବୋଲରଙ୍କ ଠାରୁ ବ୍ୟାଟର । ଖାସ୍ କରି ବ୍ୟାଟରମାନେ କରୁଛନ୍ତି ବଡ ବଡ ରେକର୍ଡ । ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ଦିଲ୍ଲୀ କ୍ୟାପଟେନ୍ ରିଷଭ ପନ୍ତ । ଆହାତ ପରେ ପଡିଆକୁ ଫେରି କରିଛନ୍ତି ବଡ ରେକର୍ଡ । ସେ ଏହି ଟୁର୍ଣ୍ଣାମେଣ୍ଟରେ ପୁରା କରିଛନ୍ତି ନିଜର ୩ ହଜାର ରନ୍ । ଏହା ସହିତ ସେ ଏମଏସ୍ ଧୋନୀଙ୍କ ସମେତ ଅନେକ ଦିଗ୍ଗଜ ବ୍ୟାଟରଙ୍କୁ ପଛରେ ପକାଇଛନ୍ତି ।

ରିଷଭ ପନ୍ତ ଆଇପିଏଲରେ ସବୁଠାରୁ ଦ୍ରୁତତମ ୩ହଜାର ରନ୍ ସଂଗ୍ରହ କରିଛନ୍ତି । ସେ କମ୍ ବଲ୍ରେ ୩ହଜାର ରନ୍ କରିବାରେ ହୋଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ । ଦିଲ୍ଲୀ କ୍ୟାପିଟାଲ୍ର ଅଧିନାୟକ ୨୦୨୮ ବଲରେ କରିଛନ୍ତି ୩ହଜାର ରନ୍ । ତେବେ ରିଷଭ ପନ୍ତଙ୍କ ବ୍ୟତୀତ ଏପରି ୫ଜଣ ଭାରତୀୟ କ୍ରିକେଟର ଅଛନ୍ତି ଯିଏକି ଆଇପିଏଲ୍ରେ କରିଛନ୍ତି ୩ହଜାର ରନ୍ ।

ଲିଷ୍ଟରେ ଅଛନ୍ତି ୟୁସୁଫ ପଠାନ । ସେ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ । ୟୁସୁଫ ଆଇପିଏଲରେ ଖେଳିବା ବେଳେ ୨୦୮୨ ବଲ୍ରେ କରିଥିଲେ ୩ହଜାର ରନ୍ । ପନ୍ତଙ୍କ ପୂର୍ବରୁ ଆଇପିଏଲରେ ୩ହଜାର ରନ୍ ସ୍କୋର କରିବାରେ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ୟୁସୁଫ୍ ପଠାନ୍।

ଭାରତର ଦ୍ରୁତତମ ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ସେ କିଛି ସମୟ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ । ସୂର୍ଯ୍ୟକୁମାର ତାଙ୍କ ବିସ୍ଫୋରକ ବ୍ୟାଟିଂ ତଥା ଅତରଙ୍ଗି ସଟ୍ ମାରିବା ପାଇଁ ଜଣାଶୁଣା। ଆଇପିଏଲରେ ୨୧୩୦ ବଲରେ ସୂର୍ଯ୍ଯକୁମାର ୩ହଜାର ରନ୍ ସ୍କୋର୍ କରିଥିଲେ ।

ଏହାପଛକୁ ଅଛନ୍ତି ମିଷ୍ଟର ଆଇପିଏଲ୍ ଅର୍ଥାତ୍ ସୁରେଶ୍ ରାଇନା । ରାଇନା ୨୧୩୫ରନ୍ରେ କରିଥିଲେ ୩ ହଜାର ରନ୍ । ରାଇନ୍ ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ ।

ଲିଷ୍ଟର ଶେଷରେ ଅଛନ୍ତି ଚେନ୍ନାଇର ସୁପର କିଙ୍ଗ୍ସର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି । ଆଇପିଏଲ୍ରେ କ୍ୟାପଟେନ୍ କୁଲ୍ ଅନେକ ରେକର୍ଡ କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ୩ହଜାର ରନ୍ କରିବା । ଏମଏସ୍ ଧୋନୀ ଆଇପିଏଲରେ ୨୧୫୨ ବଲ୍ରେ କରିଛନ୍ତି ୩ହଜାର ରନ୍ । ଧୋନି ଚଳିତ ସିଜିନରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ମଇଦାନ୍ରେ କରୁଛନ୍ତି ମ୍ୟାଜିକ୍ ।