ଭାରତର ଦ୍ୱିତୀୟ ସର୍ବାଧିକ କ୍ଷୀର ଉତ୍ପାଦନକାରୀ ରାଜ୍ୟ କର୍ଣ୍ଣାଟକ ! ଦୈନିକ ଉତ୍ପାଦନ ୧ କୋଟି ଲିଟର
ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟକୁ ଟପି ଭାରତର ଦ୍ୱିତୀୟ ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ରାଜ୍ୟ ହେଲା କର୍ଣ୍ଣାଟକ। ନୂଆ ଦିଲ୍ଲୀରେ ରାଜ୍ୟର ସ୍ଫେଶାଲ ବ୍ରାଣ୍ଡ୍ ନନ୍ଦିନୀ କ୍ଷୀର ଭେରାଇଟି ଲଞ୍ଚ କରିବା ଅବସରରେ ଏହି ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା।କର୍ଣ୍ଣାଟକ ଦୁଗ୍ଧ ସଂଘ (କେଏମ୍ଏଫ୍) ଏବଂ ମାଣ୍ଡ୍ୟା ଜିଲ୍ଲା ସମବାୟ ଦୁଗ୍ଧ ୟୁନିଅନ୍ ଦ୍ୱାରା ଆୟୋଜିତ ନୂଆ ନନ୍ଦିନୀ ଦୁଗ୍ଧ କିସମର ଶୁଭାରମ୍ଭ କାର୍ଯ୍ୟକ୍ରମର ଯୋଗ ଦେଇ ସିଦ୍ଧରମେୟା ରାଜ୍ୟର ସଫଳତା କହିଛନ୍ତି। ଦୁଗ୍ଧ ଉତ୍ପାଦନରେ ରାଜ୍ୟ ସରକାରଙ୍କ ସହଯୋଗରେ ଦ୍ୱାରା ରାଜ୍ୟ ଏହିସଫଳତା ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କର ଏହି ସରକାରର ନୁହେଁ ପୂର୍ବ ସରକାରରେ ମଧ୍ୟ ଚାଷୀଙ୍କୁ ଉଚିତ ମୂଲ୍ୟ ଦେବାକୁ ସେ କ୍ଷୀର ଉତ୍ପାଦକ ସଂଘ ଗଠନ କରିଥିଲେ। କୃଷକଙ୍କୁ ଉଚିତ ମୂଲ୍ୟ ଦେବା ସହିତ ମାର୍କେଟ୍ ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ବୋଲି ସିଦ୍ଧରମେୟା କହିଛନ୍ତି। କର୍ଣ୍ଣାଟକରେ କ୍ଷୀରଧାରା ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଲିଟର ପିଛା ୩୨ ଟଙ୍କାରେ କ୍ଷୀର କ୍ରୟ କିଣୁଛନ୍ତି। ସିଦ୍ଧରମେୟାଙ୍କ ସମୟରେ ଲିଟର ପିଛା ଅତିରିକ୍ତ ୫ ପ୍ରୋତ୍ସାହନ ରାଶି ଦିଆଯାଉଛି। ଏଥିରେ ଦୈନିକ ୫ କୋଟି ଖର୍ଚ୍ଚ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ୧୬ ଟି ଦୁଗ୍ଧ ୟୁନିଅନ୍ ରହିଥିବା ବେଳେ କର୍ଣ୍ଣାଟକ ବର୍ତ୍ତମାନ ଦୈନିକ ପ୍ରାୟ ୧ କୋ
ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟକୁ ଟପି ଭାରତର ଦ୍ୱିତୀୟ ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ରାଜ୍ୟ ହେଲା କର୍ଣ୍ଣାଟକ। ନୂଆ ଦିଲ୍ଲୀରେ ରାଜ୍ୟର ସ୍ଫେଶାଲ ବ୍ରାଣ୍ଡ୍ ନନ୍ଦିନୀ କ୍ଷୀର ଭେରାଇଟି ଲଞ୍ଚ କରିବା ଅବସରରେ ଏହି ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା।
କର୍ଣ୍ଣାଟକ ଦୁଗ୍ଧ ସଂଘ (କେଏମ୍ଏଫ୍) ଏବଂ ମାଣ୍ଡ୍ୟା ଜିଲ୍ଲା ସମବାୟ ଦୁଗ୍ଧ ୟୁନିଅନ୍ ଦ୍ୱାରା ଆୟୋଜିତ ନୂଆ ନନ୍ଦିନୀ ଦୁଗ୍ଧ କିସମର ଶୁଭାରମ୍ଭ କାର୍ଯ୍ୟକ୍ରମର ଯୋଗ ଦେଇ ସିଦ୍ଧରମେୟା ରାଜ୍ୟର ସଫଳତା କହିଛନ୍ତି। ଦୁଗ୍ଧ ଉତ୍ପାଦନରେ ରାଜ୍ୟ ସରକାରଙ୍କ ସହଯୋଗରେ ଦ୍ୱାରା ରାଜ୍ୟ ଏହିସଫଳତା ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କର ଏହି ସରକାରର ନୁହେଁ ପୂର୍ବ ସରକାରରେ ମଧ୍ୟ ଚାଷୀଙ୍କୁ ଉଚିତ ମୂଲ୍ୟ ଦେବାକୁ ସେ କ୍ଷୀର ଉତ୍ପାଦକ ସଂଘ ଗଠନ କରିଥିଲେ। କୃଷକଙ୍କୁ ଉଚିତ ମୂଲ୍ୟ ଦେବା ସହିତ ମାର୍କେଟ୍ ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ବୋଲି ସିଦ୍ଧରମେୟା କହିଛନ୍ତି।
କର୍ଣ୍ଣାଟକରେ କ୍ଷୀରଧାରା ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଲିଟର ପିଛା ୩୨ ଟଙ୍କାରେ କ୍ଷୀର କ୍ରୟ କିଣୁଛନ୍ତି। ସିଦ୍ଧରମେୟାଙ୍କ ସମୟରେ ଲିଟର ପିଛା ଅତିରିକ୍ତ ୫ ପ୍ରୋତ୍ସାହନ ରାଶି ଦିଆଯାଉଛି। ଏଥିରେ ଦୈନିକ ୫ କୋଟି ଖର୍ଚ୍ଚ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ୧୬ ଟି ଦୁଗ୍ଧ ୟୁନିଅନ୍ ରହିଥିବା ବେଳେ କର୍ଣ୍ଣାଟକ ବର୍ତ୍ତମାନ ଦୈନିକ ପ୍ରାୟ ୧ କୋଟି ଲିଟର କ୍ଷୀର ଉତ୍ପାଦନ କରୁଛି। ଏଥିସହିତ ଦିଲ୍ଲୀକୁ ଦୈନିକ ୨.୫ ଲକ୍ଷ ଲିଟର କ୍ଷୀର ରପ୍ତାନୀ କରୁଥିବା ବେଳେ ୬ ମାସ ମଧ୍ୟରେ ଏହା ୫ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ଦୁଗ୍ଧଜାତ ଦ୍ରବ୍ୟ ପାଇଁ ଏକ ଶକ୍ତିଶାଳୀ ବଜାର ନିର୍ମାଣ ଉଭୟ ଦୁଗ୍ଧ ଶିଳ୍ପର ଅଭିବୃଦ୍ଧି ତଥା କୃଷକଙ୍କ କଲ୍ୟାଣ ପାଇଁ ଜରୁରୀ ବୋଲି ସିଦ୍ଧରମେୟା କହିଛନ୍ତି।